35.7 C
Bhubaneswar
Saturday, April 18, 2026
Homeଓଡିଶାଗହୀରମଥାରେ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ବିଳମ୍ବ

ଗହୀରମଥାରେ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ବିଳମ୍ବ

ଭୁବନେଶ୍ୱର: ଅଣ୍ଡା ଦେଲେନି ଫେରିଗଲେ ଅଲିଭରିଡଲେ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛକୁ ଦେଖିବାକୁ ମିଳୁନି । ଦୀର୍ଘ ଦୁଇ ମାସ ଧରି ଲକ୍ଷାଧିକ ମାଆ କଇଁଛ କୂଳରେ ଥାଇ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ନହୋଇ ଫେରିଯିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଋଷିକୁଲ୍ୟାରେ ସାମୂହିକ ଅଣ୍ଡାଦାନ ମାର୍ଚ୍ଚ ମାସରୁ ଶେଷ ହୋଇଥିବା ବେଳେ ଗହୀରମଥାରେ କଇଁଛମାନେ ଅଣ୍ଡାଦାନ ନକରି ଫେରିଯିବା ସମସ୍ତଙ୍କୁ ବ୍ୟଥିତ କରିଛି । ୨୦୦୮ ଓ ୨୦୧୪ରେ ଗହୀରମଥାରେ ଗଣଅଣ୍ଡାଦାନ ପ୍ରକ୍ରିୟା ହୋଇନଥିଲା। ଜଳବାୟୁ ପରିବର୍ତ୍ତନ ଓ ମାର୍ଚ୍ଚ ମାସରେ ବର୍ଷା ପାଗ ଯୋଗୁଁ ଅଲିଭରିଡଲେ କୂଳରେ ଭିଡ ଜମାଇଥିଲେ ମଧ୍ୟ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ନହୋଇ ଫେରିଯାଇଥିବା କୁହାଯାଉଛି । ଅନ୍ୟପଟେ ଗହୀରମଥାରେ ରୀତିମତ ଟ୍ରଲର ଚଳାଚଳ ଯୋଗୁଁ କଇଁଛମାନେ ଗହୀରମଥାକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଛନ୍ତି ପରିବେଶବିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking