35.7 C
Bhubaneswar
Saturday, April 18, 2026
Homeଓଡିଶାଶିଖରଚଣ୍ଡୀ ପାହାଡ଼ରେ ୨ ଦନ୍ତା ହାତୀଙ୍କ ଉପଦ୍ରବ

ଶିଖରଚଣ୍ଡୀ ପାହାଡ଼ରେ ୨ ଦନ୍ତା ହାତୀଙ୍କ ଉପଦ୍ରବ

ଭୁବନେଶ୍ୱର:  ଶିଖରଚଣ୍ଡୀ ପାହାଡ଼ରେ ଦନ୍ତା ହାତୀ । ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦେଖାଦେଇଛନ୍ତି ଦୁଇଟି ଦନ୍ତା ହାତୀ । ଗତ ଦୁଇ ଦିନ ହେଉଛି ସେମାନେ ମୁଣ୍ଡିଆ ଅଞ୍ଚଳରେ ଡେରା ପକାଇ ରହିଛନ୍ତି । ଆମ୍ବ ଖାଇବା ଅନ୍ୱେଷଣରେ ଆସିଥିବା ଏହି ଦୁଇ ଦନ୍ତା ହାତୀ ଏବେ ଶିଖରଚଣ୍ଡୀ ପାହାଡ଼ ମୁଣ୍ଡିଆରେ ରହୁଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ‘ବଡ଼ ଫେରେକଟା’ ଓ ‘ସାନ ଫେରେକଟା’ ବୋଲି କହୁଛନ୍ତି । ହାତୀମାନେ ଯେପରି ଜନବସତି ମୁହାଁ ନ ହୁଅନ୍ତି, ସେଥିପାଇଁ ବନ ବିଭାଗ ପକ୍ଷରୁ କଡ଼ା ପାଟ୍ରୋଲିଂ ଚାଲିଛି । ସ୍ଥାନୀୟଲୋକଙ୍କୁ ମଧ୍ୟ ସଚେତନ ରହିବାକୁ ଅନୁରୋଧ କରାଯାଇଛି ।ଅନ୍ୟପଟେ ହାତୀ ପାଇଁ ହନ୍ତସନ୍ତ ଗାଁ ଲୋକେ । ନରଣପୁରରେ ଝାଡଖଣ୍ଡୀ ପାଇଲଟ ଦନ୍ତା ହାତୀ ଉପଦ୍ରବ । ହାତୀ ପାଇଁ ବିଦ୍ୟୁତ କାଟ ଗାଁ ଅନ୍ଧାର।ମାନସ ଭୂୟାଁଙ୍କ ମକା ବାଡ଼ିରେ ପଶିବା ସହ ହାତୀଟି ଗାଁରେ ପଇଁତରା ମରୁଛି । ନୀଳଗିରି ବନବିଭାଗ ହାତୀ ଘଉଡାଇବାରେ ଲାଗିଛନ୍ତି । ଗ୍ରାଷ୍ମ ଦିନରେ ବିଦ୍ୟୁତ କାଟ ଲୋକଙ୍କ ଚିନ୍ତା ବଢ଼ାଇଥିବାବେଳେ ହାତୀ ଉପଦ୍ରବ ପାଇଁ ନାକେଦମ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking