ବଣାଇଁ : ବଣାଇଁ ଉପଖଣ୍ଡ ରେ ତାଣ୍ଡବ ରଚିଲା କାଳ ବୈଶାଖୀ । କାଳବୈଶାଖୀ ଫଳରେ ୫ ରୁ ଉର୍ଦ୍ଧ ଟ୍ରାନ୍ସଫରମର ଭାଙ୍ଗି ଯାଇ ଥିବା ବେଳେ ୧୦ ରୁ ଉର୍ଦ୍ଧ୍ଵ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗି ରାସ୍ତାରେ ପଡିଛି , କୋଉଠି ମଟର ସାଇକେଲ, ଉପରେ ତ କୋଉଠି କାର, ଜେସିବି ଉପରେ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଛି । କାହାକୁ ଛାଡିନି ଏପରିକି ଖୋଦ ଉପଜିଲ୍ଲାପାଳଙ୍କ ବାସ ଭଵନ ଆଗରେ ରାସ୍ତା ବନ୍ଦ, ବିଦ୍ୟୁତ୍ ସେବା ବିଛିନ୍ନ ଅବସ୍ଥାରେ ପାଣି ପାଇଁ ନାକେଦମ ହେଲେଣି ଲୋକେ । ଏପଟେ ଉପଜିଲ୍ଲାପାଳ କହିଛନ୍ତି ରାତିରୁ ସମସ୍ତେ ଲାଗି ପଡିଛନ୍ତି ଆଜି ଝାରସୁଗୁଡା ରୁ ଓଡ୍ରାଫ ଟିମ ଆସିବେ ।










