32.1 C
Bhubaneswar
Friday, June 12, 2026
Homeଦେଶ ବିଦେଶଗଭୀର ଖାଇକୁ ଖସିଲା ବୋଲେରୋ, ୪ ଯାତ୍ରୀ ମୃତ

ଗଭୀର ଖାଇକୁ ଖସିଲା ବୋଲେରୋ, ୪ ଯାତ୍ରୀ ମୃତ

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗୁରୁବାର ଏକ ସାଂଘାତିକ ସଡ଼କ ଦୁର୍ଘଟଣା ଘଟିଛି। ଦେୱାଲ-ଘେସ୍ ମୋଟର ରାସ୍ତାର କୁନାର ବେଣ୍ଡ୍ ନିକଟରେ ଏକ ବୋଲେରୋ ଟ୍ୟାକ୍ସି ନିୟନ୍ତ୍ରଣ ହରାଇ ପ୍ରାୟ ଶହେ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣାପଡ଼ିଛି ଏବଂ ସମସ୍ତ ମୃତ ଓ ଆହତ ବ୍ୟକ୍ତି ଖେତା ଗ୍ରାମର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ବୋଲେରୋଟି ଦେୱାଲରୁ ଯାତ୍ରୀମାନଙ୍କୁ ନେଇ ଘେସ୍ ଅଭିମୁଖେ ଯାଉଥିଲା। ପାହାଡ଼ିଆ ଓ ବଙ୍କା ରାସ୍ତାରେ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ବିପଦସଙ୍କୁଳ ପାହାଡ଼ିଆ ଅଞ୍ଚଳ ହୋଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଓ ରେସ୍କ୍ୟୁ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗାଡ଼ି ଭିତରେ ଚାପି ହୋଇ ରହିଥିବା ସମସ୍ତ ୮ ଜଣଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେୱାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking