30.1 C
Bhubaneswar
Saturday, April 27, 2024
Homeଅପରାଧବାଲିଆପାଳ ବ୍ଲକ ବିଜୁ ଯୁବଜନତା ଦଳ ସଭାପତିଙ୍କୁ ଆକ୍ରମଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

ବାଲିଆପାଳ ବ୍ଲକ ବିଜୁ ଯୁବଜନତା ଦଳ ସଭାପତିଙ୍କୁ ଆକ୍ରମଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

 

ଜଳେଶ୍ବର- ଦଳୀୟ ରାଜନୈତିକ ଶତୃତାରୁ ମରଣାନ୍ତକ ଆକ୍ରମଣ। ଆକ୍ରମଣର ଶିକାର ହେଲେ କ୍ଷମତାସୀନ ସରକାରୀ ଦକର ବ୍ଲକ ସଭାପତି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି। ହସ୍ତଗତ ହୋଇଥିବା ଖବର ଅନୁସାରେ ବିଜୁ ଯୁବଜନତା ଦଳ ବାଲିଆପାଳ ବ୍ଲକ ସଭାପତି ସଞ୍ଜୟ ପ୍ରଧାନ ଦଳୀୟ ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ବେଳେ ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ଖଗଡାପାଳ ଗ୍ରାମର ସଞ୍ଜୟ ପ୍ରଧାନ ଆଜି ସଂଧ୍ଯାରେ କିଛି ଆବଶ୍ୟକ ଜିନିଷ କିଣିବା ପାଇଁ ନିକଟସ୍ଥ ସିମୁଳିଆ ମାର୍କେଟକୁ ଆସିଥିଲେ। ଏହି ସମୟରେ ମଧୁପୁରା ଗ୍ରାମର ରଘୁନାଥ ପାତ୍ର ନାମକ ବ୍ଯକ୍ତି ତାଙ୍କୁ ଅଟକାଇ ହଠାତ୍ ଅସଭ୍ଯ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ତେବେ ବାଲିଆପାଳ ବ୍ଲକ ବିଜେଡି ଯୁବ ସଭାପତି ସଞ୍ଜୟ କିଛି ବୁଝିନପାରି କଣ ପାଇଁ ଅସଭ୍ଯ ଭାଷାରେ ଗାଳି ଦେଉଛ ବୋଲି ପଚାରିବାରୁ ତାଙ୍କୁ ମାଡ ମାରିବା ଆରମ୍ଭ କରି ଦେଇଥିଲେ ରଘୁନାଥ ପାତ୍ର। ନିସ୍ତୁକ ପିଟିବା ପରେ ନିକଟରେ ଥିବା ଏକ ଦୋକାନରୁ କୋଲ୍ଡ ଡ୍ରିଙ୍କସ ବୋତଲ ଆଣି ମୁଣ୍ତ ଏବଂ ନାକକୁ ଲକ୍ଷ୍ୟ କରି ଜୋରରେ ବାଡେଇଥିଲେ। ରଘୁନାଥ ପାତ୍ରଙ୍କ ମାରଣାନ୍ତକ ଆଘାତରେ ପ୍ରବଳ ରକ୍ତସ୍ରାବ ହେବାରୁ ଯୁବ ସଭାପତି ସଞ୍ଜୟ ସଜ୍ଞାହୀନ ହୋଇ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଯୁବ ସଭାପତି ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଜିଲ୍ଲାମୁଖ୍ଯ ଚିକିତ୍ସାଳୟ ବାଲେଶ୍ଵରକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି। ତେବେ ଆକ୍ରମଣକାରୀ ରଘୁନାଥ ପାତ୍ର ବିରୋଧୀ ରାଜନୈତିକ ଦଳର କର୍ମୀ ହୋଇଥିବାରୁ ରାଜନୈତିକ ମାଇଲେଜ ନେବା ଉଦ୍ଦେଶ୍ୟରେ ବିନାକାରଣରେ ଆକ୍ରୋଶମୂଳକ ଭାବେ ଏଭଳି ଆକ୍ରମଣ କରିଛନ୍ତି ବୋଲି ବିଜେଡି ଯୁବ ସଭାପତି ସଞ୍ଜୟଙ୍କ ସ୍ତ୍ରୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଞ୍ଜୟ ବିଜୁ ଜନତା ଦଳର ବାଲିଆପାଳ ବ୍ଲକ ଯୁବ ସଭାପତି ଥିବାରୁ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି ବୋଲି ସଞ୍ଜୟଙ୍କ ସ୍ତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନଥିବା ଜଣାପଡିଛି। ଅନ୍ୟପଟେ ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜୟଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁନେଇ ଦଳୀୟ ମହଲରେ ଉତ୍ତେଜନା ପ୍ରକାଶ ପାଉଥିବା ବେଳେ ଅଭିଯୁକ୍ତ ରଘୁନାଥ ପାତ୍ର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଗିରଫ କରିବାକୁ ଦାବି ହେଉଛି।

ଜଳେଶ୍ବରରୁ ଆଶୀଷ କୁମାର ସାହୁଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking