28.1 C
Bhubaneswar
Thursday, March 28, 2024
Homeତାମିଲନାଡୁ ନିର୍ବାଚନଏଆଇଏଡିଏମକେ ନେତୃତ୍ୱରେ ଆମେ ସରକାର ଗଢିବୁ

ଏଆଇଏଡିଏମକେ ନେତୃତ୍ୱରେ ଆମେ ସରକାର ଗଢିବୁ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାମିଲନାଡୁରେ ଥିଲେ । ସେଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ରାଜ୍ୟରେ ଏଆଇଏଡିଏମକେ ନେତୃତ୍ୱରେ ଆମେ ସରକାର ଗଢିବୁ । ଆହୁରି ମଧ୍ୟ କହିଥିଲେ, ପଶ୍ଚିମବଙ୍ଗରେ ହୋଇଥିବା ଦୁଇଟି ପର୍ଯ୍ୟାୟ ମତଦାନରୁ ସ୍ପଷ୍ଟ ସଂକେତ ମିଳିଛି ଯେ, ଭାରତୀୟ ଜନତା ପାର୍ଟି ବିଜୟ ସହିତ ଆଗକୁ ବଢୁଛି । ତାମିଲନାଡୁର ୨୩୪ ବିଧାନସଭା ସିଟରେ ମଙ୍ଗଳବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ କେ ପଳାନିସ୍ୱାମୀ, ଡେପୁଟି ସିଏମ ଓ ପନ୍ନୀରସେଲବମ, ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ, ଏଏମଏମକେ ର ସଂସ୍ଥାପକ ଟିଟିବୀ ଦିନାକରନ ଓ ମକ୍କଲ ନିଧି ମୟମ ଅଧ୍ୟକ୍ଷ କମଲ ହାସନଙ୍କ ଭଳି ନେତାଙ୍କ ସହ ମୋଟ ୩୯୯୮ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେପଟେ, ନିର୍ବାଚନ ପ୍ରଚାରର ଲମ୍ବା ସମୟ ପରେ ଗତ ଦିନରେ ତାମିଲନାଡୁର ସମସ୍ତ ୨୩୪ ସିଟରେ ମତଦାନ ହୋଇଛି । ମତଦାନ ପାଇଁ ଅନେକ ସିଲେବ୍ରିଟି ପୋଲିଂ ବୁଥ ଲାଇନରେ ଛିଡା ହୋଇଥିବା ପରିଲକ୍ଷିତ ହୋଇଛି । ସୁପରଷ୍ଟାର କମଲ ହାସନ ସକାଳୁ ସକାଳୁ ଚେନ୍ନାଇର ବୁଥକୁ ଯାଇ ଭୋଟ ଦେଇଛନ୍ତି । ତାଙ୍କ ସହିତ ଦୁଇ ଝିଅ ଶ୍ରୃତି ହାସନ, ଅକ୍ଷରା ହାସନ ବି ପହଂଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking