29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆମାଜନ୍ ର ଜେଫ୍ ବେଜୋସ୍ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ଆମାଜନ୍ ର ଜେଫ୍ ବେଜୋସ୍ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ : ଆମାଜନର ଜେଫ୍ ବେଜୋସ୍ ଏକଦା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ବିଲିନର୍ସ ଇଣ୍ଡେକ୍ସ ଅନୁଯାୟୀ ବେଜୋସ୍ ପୁଣି ଥରେ ଟେସଲାର ଏଲୋନ୍ ମସ୍କକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସୋମବାର ଟେସଲାର ସେୟାରରେ ହ୍ରାସ ହେତୁ ମସ୍କର ସମ୍ପତ୍ତିରେ ୧୫.୨ ବିଲିୟନ ଡ଼ଲାର ହ୍ରାସ ପାଇଛି । ଏହି କାରଣରୁ ସେ ଦ୍ୱିତୀୟ ସ୍ଥାନକୁ ଯାଇଛନ୍ତି ଖସି । ସୂଚନାଯୋଗ୍ୟ ଯେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଦୌଡ ରେ ପ୍ରଥମ ସ୍ଥାନ ପାଇଁ ଆମାଜନର ଜେଫ୍ ବେଜୋସ୍ ଏବଂ ଟେସଲାର ଏଲୋନ୍ ମସ୍କ ମଧ୍ୟରେ ଟକ୍କର ଜାରି ରହିଛି । ଗତ ସପ୍ତାହ ଶେଷରେ, ମସ୍କୋ ବେଜୋସଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ରିପୋର୍ଟ ଅନୁସାରେ ଜେଫ୍ ବେଜୋସ୍ ଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୮୬ ବିଲିୟନ ଡ଼ଲାର୍ । ସେ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ଅନ୍ୟପଟେ , ଏଲୋନ୍ ମସ୍କର ମୋଟ ସମ୍ପତ୍ତି ୧୮୩ ବିଲିୟନ ଡଲାର ଅଟେ ଏବଂ ସେ ଏହି ଲିଷ୍ଟ ରେ  ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking