30.1 C
Bhubaneswar
Friday, April 26, 2024
Homeଓଡିଶାବିସ୍ମୟ ଭାଇଭଉଣୀ ଆଖିରେ ପଟି ବାନ୍ଧି ଚିହ୍ନି ପାରୁଛନ୍ତି  ଅକ୍ଷର

ବିସ୍ମୟ ଭାଇଭଉଣୀ ଆଖିରେ ପଟି ବାନ୍ଧି ଚିହ୍ନି ପାରୁଛନ୍ତି  ଅକ୍ଷର

ଢେଙ୍କାନାଳ : ଢେଙ୍କାନାଳ  ଜିଲ୍ଲା ଭୁବନର ବିସ୍ମୟ ଭାଇଭଉଣୀ ନିବେଦିତା ଓ  ରଶ୍ମିରଂଜନ ।  ଆଖିରେ ପଟି ବାନ୍ଧିଲା ପରେ ବି ସବୁକିଛି ଦେଖିପାରୁଛନ୍ତି । ଲେଖିବା ସହ ପଢୁଛନ୍ତି ବହି । ଆଖିରେ ପଟି ବନ୍ଧା ଯାଇଥିଲେ ମଧ୍ୟ  କରିପାରୁଛନ୍ତି ଏହି କାମ ।କଥାଟା ବିଶ୍ୱାସ ହେଉ ନଥିଲେ ବି ସତ ।ପ୍ରାୟ ଏକ ମାସ ତଳେ ଝିଅ ନିବେଦିତା ଆଖି ବନ୍ଦ ଥିଲେ ବି ସବୁ ଦେଖିପାରୁଥିବାର ମାଙ୍କୁ କହିଥିଲେ । ଆଉ ଏଇ କିଛି ଦିନ ହେଲା ତାଙ୍କ ପୁଅ ରଶ୍ମିରଂଜନ ବି ସମାନ ଢଙ୍ଗରେ ସବୁ କିଛି ଦେଖିପାରୁଛନ୍ତି । ପ୍ରଥମେ ପ୍ରଥମେ ଏ କଥାକୁ କେହି ବିଶ୍ୱାସ କରୁ ନଥିଲେ । ପରେ ବିଭିନ୍ନ ସମୟରେ ଖେଳିବା ବାହାନାରେ ସେ ସାଙ୍ଗ ମାନଙ୍କ ସହିତ ନିୟମିତ ଆଖିରେ ପଟିବାନ୍ଧି ବିଭିନ୍ନ ବସ୍ତୁ ସମ୍ପର୍କରେ କହି ପାରୁଥିବା ଦେଖି ମା ପ୍ରମିଳା ବେଜ ଓ  ପିତା ମାନସ ବେଜ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଉଭୟ ଏବେ ଭୁବନ ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢୁଛନ୍ତି । ନିବେଦିତା ଷ୍ଟାଣ୍ଡାର୍ଡ ୪ ଓ ରଶ୍ମିରଂଜନ ଷ୍ଟାଣ୍ଡାର୍ଡ ୨ରେ ପଢୁଛନ୍ତି । ନିବେଦିତା ଭଲ ନୃତ୍ୟବି କରନ୍ତି । ଜିଲ୍ଲା ସ୍ତରୀୟ ମନୋନୀତ ବି ହୋଇଛନ୍ତି । ଅନ୍ୟ ପିଲାଙ୍କ ଭଳି ସେ ସ୍ୱାଭାବିକ୍ ଆଚରଣ ଉଭୟଙ୍କର ।ମାତ୍ର ଗତ ଏକ  ମାସ ତଳେ ପ୍ରଥମେ ଝିଅ ବିଷୟରେ ମା ଜାଣିଲେ ସେ ଆଖି ବନ୍ଦ କରି ସବୁ ଜାଣିପାରୁଛି । ଏପରିକି ବହି ମଧ୍ୟ ପଢିପାରୁଛି ।ପ୍ରଥମେ ପ୍ରଥମେ ମା ଏହାକୁ ଥଟ୍ଟା ଭାବେ ନେଉଥିଲେ । ପରେ ଦେଖିଲେଯେ ଆଖିରେ ପଟି ବାନ୍ଧି ସବୁ ଜାଣି ପାରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ରଶ୍ମିରଂଜନ ଶୁଙ୍ଘି ତାହା କେଉଁ ରଙ୍ଗର କହିଦେଇ ପାରୁଛନ୍ତି । ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ଓ ବିରଳ । ଏଭଳି ପିଲାଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଗଲେ ଏମାନେ ଆହୁରି ଆଗକୁ ଯାଇପାରନ୍ତେ  ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking