39.1 C
Bhubaneswar
Friday, April 26, 2024
Homeଓଡିଶାରାଷ୍ଟ୍ରନୀତିକ ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକ

ରାଷ୍ଟ୍ରନୀତିକ ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକ

ଭୁବନେଶ୍ୱର : ତାଙ୍କର ଅନେକ ନାଁ। ବିଜୟାନନ୍ଦ ପଟ୍ଟନାୟକ ,ବିଜୁପଟ୍ଟନାୟକ ,ଆଧୁନିକ ଖାରବେଳ ,କଳିଙ୍ଗ ବୀର ,ଭୂମିପୁତ୍ର ହେଲେ ସବୁରି ମୁହଁରେ ଗୋଟିଏ ନାଁ ରେ ଥିଲେ ବେଶ ପରିଚିତ ବିଜୁ ବାବୁ ।ବୀରପ୍ରସବିନୀ ଉତ୍କଳ ମାଟିର ବରପୁତ୍ର ଆଜୀବନ ଜନପ୍ରତିନିଧି ,ଓଡ଼ିଶାର ଲୋକପ୍ରିୟ ରାଜନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆଧୁନିକ ଓଡ଼ିଶାର ସୁକ୍ଷ୍ମ କାରିଗର ବିଜୁପଟନାୟକ ।ଖାଲି ଓଡ଼ିଶାର ନୁହେଁ ଭାରତୀୟ ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦୀ ବ୍ୟକ୍ତିତ୍ୱ ।ଓଡିଶା ଥିଲା ବିଜୁ ବାବୁଙ୍କ ପ୍ରୟୋଗଶାଳା ଓ ବିଜୁବାବୁ ଥିଲେ ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ । କଟକର ତୁଳସୀ ପୁରସ୍ଥିତ ଆନଦ ଭବନରେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପିତା ଲକ୍ଷ୍ମୀନାରାୟଣ ପଟନାୟକ ଓ ମା ଆଶାଲତା ଦେବୀ । କଟକ ର ମିଶନ ସ୍କୁଲ ଜୀବନ ଓ ରେଭେନ୍ସା କଲେଜରେ ଉଚଶିକ୍ଷା କରିଥିଲେ ।୧୯୩୪ ମସିହାରେ ରେଭେନ୍ସା ଛାଡ଼ି ପାଇଲଟ ଟ୍ରେନିଂ ରେ ଯୋଗଦାନ କରିଥିଲେ । ୧୯୩୬ ମସିହାରେ ଇଣ୍ଡିଆନ ନାସନାଲ ଏୟାର ୱଏଜ଼ ରେ ବିଧିବଦ୍ଧ ଭାବରେ ପାଇଲଟ ଚାକିରୀ କରିଥିଲେ ବିଜୁ ବାବୁ ।
୧୯୩୮ ମସିହାରେ ଜ୍ଞାନଦେବୀ ଙ୍କୁ ବିବାହ କରିଥିଲେ ।ବିଜୁପଟ୍ଟନାୟକ ଜଣେ ଦୁଃସାହସୀ ଉଦ୍ୟମି ଏବଂ ଦୁରଦୃଷ୍ଟି ସମ୍ପୂର୍ଣ୍ଣ ଭିନ୍ନ ମଣିଷ ବୋଲି ଏକଥା ମୂଳରୁ ବାରି ହୋଇପଡୁଥିଲା ।କଟକ ରେ ଆଇଏସି ପଢ଼ୁଥିବା ବେଳେ କିଛି ବନ୍ଧୁଙ୍କ ସହ ସୁଦୂର ପେଶୱାର ଯାତ୍ରା ତାହାର ଏକ ଜ୍ୱଳନ୍ତ ଉଦାହରଣ । ବିଜୁ ବାବୁ ଥିଲେ ଜଣେ ଦକ୍ଷ ପାଇଲଟ ଜଣେ ସଚ୍ଚା ସ୍ଵାଦିନତ ସଂଗ୍ରାମୀ ଓ ଦେଶପ୍ରେମୀ ।ଜଣେ ସଫଳ ଶିଳ୍ପ ଉଦ୍ୟଗି ଓ ଜଣେ ଆଗଧାଡିର ନେତୃତ୍ୱ ।ବିଜୁପଟ୍ଟନାୟକ ଥିଲେ ଜଣେ ଦରଦୀ ମଣିଷ । ସାଧାରଣ ଜନତାଙ୍କ ସହ ଥିଲା ପ୍ରତେକ୍ଷ ସମ୍ପର୍କ ।ଜାତୀୟତା ଭାବ ତଥା ତାଙ୍କ ବିଶାଳ ହୃଦୟ ତାଙ୍କୁ କ୍ଷମତା ରାଜନୀତିରୁ ଢେର ଉପରକୁ ନେଇଯାଇଥିଲା । ଓଡ଼ିଶାର ମାଟି ,ପାଣି ,ପବନରେ ବଢିଥିବା ପାଇଲଟ ଶିଳ୍ପ ପାଟି ତଥା ରାଜନେତା ନିଜର ବୁଢ଼ୀ ଓ ଦକ୍ଷତା ଓ ଦୁରଦୃଷ୍ଟି ବଳରେ ପାଲଟିଥିଲେ ଓଡ଼ିଆ ପ୍ରାଣର ଚିର ପ୍ରେରଣା । ରାଷ୍ଟ୍ରନୀତିକ ଶତାବ୍ଦୀ ପୁରୁଷ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking