28.1 C
Bhubaneswar
Friday, April 26, 2024
HomeUncategorizedବିଜୁବାବୁଙ୍କ ବିମାନ ଚଢିବା ନିଶା

ବିଜୁବାବୁଙ୍କ ବିମାନ ଚଢିବା ନିଶା

ଭୁବନେଶ୍ୱର: ଭୂମିପୂତ୍ର ବିଜୁ ବାବୁଙ୍କର ଅତି ପ୍ରିୟ ଥିଲା ନିଜର ବିମାନ ଡାକୋଟା । ଆଉ ବିମାନ ଚଢା ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ତେବେ ବିମାନ ପ୍ରତି ଥିଲା ବିଜୁ ବାବୁଙ୍କର ଅତି ଆକର୍ଷଣ । ପାନାଗଡ ଡିପୋରୁ ମାତ୍ର ୨ ହଜାର ଟଙ୍କାରେ ଗୋଟିଏ ପୁରୁଣା ଡାକୋଟା ବିମାନ କିଣି ବିଭିନ୍ନ ସ୍ଥାନରୁ ଏହାର ପାର୍ଟ୍ସ ମଗାଇ ଏହାକୁ କାର୍ଯ୍ୟକ୍ଷମ କରାଇବାରେ ସଫଳ ହୋଇଥିଲେ ବିଜୁ ବାବୁ । ହୁଏତ ସେ ଦିନ କାହାକୁ ଜଣାନଥିଲା ଏହି ଡାକୋଟା ବିମାନ ଗୋଟିଏ ନୂଆ ଇତିହାସ ରଚିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ବଦଳାଇଦବ ବିଜୁ ବାବୁଙ୍କ ଜୀବନକୁ । ୧୯୪୭ ମସିହା ଜୁଲାଇ ୨୧ ତାରିଖରେ ଇଣ୍ଡୋନେସିଆକୁ କବଜାକୁ ନେବା ପାଇଁ ନେଜରଲାଣ୍ଡ ଏକ ବଡ ଧରଣର ଆକ୍ରମଣ କରିଥିଲା । ସେତେବେଳେ ରାଷ୍ଟ୍ରପତି ଡକ୍ଟର ସୁକର୍ଣ୍ଣଙ୍କ ନେତୃତ୍ୱରେ ଇଣ୍ଡୋନେସିଆବାସୀ ଡଚ୍ ଙ୍କ କବଳରୁ ମୁକ୍ତି ପାଇବା ଲାଗି ସଂଗ୍ରାମ ଚଳାଇଥାନ୍ତି । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମକୁ ସେତେବେଳେ ସମର୍ଥନ ଦେଉଥାଏ ଭାରତ । ଡକ୍ଟର ସୁକର୍ଣ୍ଣ ଆନ୍ତର୍ଜାତୀୟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଡକ୍ଟର ସାହାରିଆ ଓ ଉପରାଷ୍ଟ୍ରପତି ଡକ୍ଟର ମହମ୍ମଦ ଭଟ୍ଟଙ୍କୁ ଭାରତୀୟ ନେତୃବୁନ୍ଦଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମାତ୍ର ଡଚ୍ ସେନାବାହିନୀର ଅକ୍ତିଆରରେ ଥାଏ ଇଣ୍ଡୋନେସିଆର ଜଳ, ସ୍ଥଳ ଓ ଆକାଶ ପଥ । ଏହି ସମସ୍ୟାର ସମାଧାନ ପାଇଁ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଅନୁରୋଧ କଲେ ରାଷ୍ଟ୍ରପତି ଡକ୍ଟର ସୁକର୍ଣ୍ଣ । ଭାରତର ମଧ୍ୟବର୍ତୀ କାଳୀନ ସରକାରର ନେତୃତ୍ୱ ନେଉଥାନ୍ତି ପଣ୍ଡିତ ନେହେରୁ । ପରେ ନେହେରୁ ଏନେଇ ନେହେରୁ ଅନୁରୋଧ କରିଥିଲେ ତାଙ୍କର ଅତି ବିଶ୍ୱସ୍ତ ବିଜୁ ବାବୁଙ୍କୁ । ପଣ୍ଡିତ ନେହେରୁଙ୍କ ଅନୁରୋଧ କ୍ରମେ ନିଜ ଡାକୋଟା ବିମାନ ଧରି ଇଣ୍ଡୋନେସିଆ ଅଭିମୁଖେ ବାହାରି ଥିଲେ ବିଜୁ ପଟ୍ଟନାୟକ । ଶିଶୁପୁତ୍ରକୁ ଆୟା ପାଖରେ ଛାଡି ବିଜୁଙ୍କ କୋ ପାଇଲଟ ଭାବରେ ସାଙ୍ଗରେ ଯିବାକୁ ଜିଦ୍ ଧିରଲେ ତାଙ୍କର ସହଧର୍ମିଣୀ ଜ୍ଞାନ ପଟ୍ଟନାୟକ । ଡାକୋଟା ବିମାନରେ ଉଡି ସାତ ଦରିଆ ପାରି ହୋଇ ଇଣ୍ଡୋନେସିଆର ଜାକର୍ତା ଅଭିମୁଖେ ବାହାରି ଥିଲେ ବିଜୁ ଦମ୍ପତି । ପ୍ରତି ମୁହୂର୍ତରେ ଥିଲା ଜୀବନ ପ୍ରତି ବିପଦ । ନିଜର ବିଚକ୍ଷଣ ଉପସ୍ଥିତ ବୁଦ୍ଧି , ଅତ୍ୟନ୍ତ ଦୁଃସାହସ ଓ ବିମାନ ଚାଳନାରେ ଅସମ୍ଭବ ଦକ୍ଷତା ପ୍ରଦର୍ଶନ କରିଥିଲେ ବିଜୁ ବାବୁ ।
ଏପରିକି ବିମାନରେ ଇନ୍ଧନ ସରିଯିବାରୁ ଇଣ୍ଡୋନେସିଆର ଏକ ଅସ୍ଥାୟୀ ଏୟାରଷ୍ଟ୍ରିପରେ ଓହ୍ଲାଇ ବିଶ୍ୱଯୁଦ୍ଧ ସମୟରେ ଜାପାନର ମିଲିଟାରୀ ଡମ୍ପରେ ବଳି ପଡିଥିବା ପେଟ୍ରୋଲକୁ ମଧ୍ୟ ବ୍ୟବହାର କରିଥିଲେ । ବିପଦର ଘନଘଟା ସତ୍ୱେ ମାତ୍ର ଦୁଇ ଦିନରେ ତାଙ୍କୁ ମିଳିଥିଲା ସଫଳତା । ଗୃହବନ୍ଦୀ ଥିବା ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଡକ୍ଟର ସାହାରିଆ ଓ ଉପରାଷ୍ଟ୍ରପତି ଡକ୍ଟର ମହମ୍ମଦ ଭଟ୍ଟାଙ୍କୁ ସିଙ୍ଗାପୁର ଦେଇ ସେ ଉଡାଇ ଆଣିଥିଲେ ଦିଲ୍ଲୀ । ଫେରୁଥିବା ବେଳେ ଡଚ୍ ବିମାନ ବାହିନୀ ବିଜୁ ବାବୁଙ୍କ ଡାକୋଟା ବିମାନ ଉପରକୁ କରିଥିଲେ ଗୁଳିଗୋଳା ବର୍ଷଣ । ସେମାନଙ୍କ ଘନଘନ ଆକ୍ରମଣକୁ ପରାହତ କରି କୁଶଳୀ ବିଜୁବାବୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ପହଂଚାଇଥିଲେ ଦିଲ୍ଲୀରେ । ଏହାପରେ ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହୋଇଥିଲା ଡଚ୍ ଆକ୍ରମଣ ବିରୋଧରେ ଜନମତ । ଡଚ୍ ହାତରୁ ଶେଷରେ ମୁକ୍ତି ପାଇଥିଲା ଇଣ୍ଡୋନେସିଆ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking