30.1 C
Bhubaneswar
Thursday, April 25, 2024
HomeUncategorizedବିଜୁରୁ କିପରି ହେଲେ ଭୂମିପୁତ୍ର ?

ବିଜୁରୁ କିପରି ହେଲେ ଭୂମିପୁତ୍ର ?

ଭୁବନେଶ୍ୱର : ଅତି ଚାଲାକିର ସହ ଗୃହବନ୍ଦୀ ଥିବା ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଡକ୍ଟର ସାହାରିଆ ଓ ଉପରାଷ୍ଟ୍ରପତି ଡକ୍ଟର ମହମ୍ମଦ ଭଟ୍ଟାଙ୍କୁ ସିଙ୍ଗାପୁର ଦେଇ ସେ ଉଡାଇ ଆଣିଥିଲେ ଦିଲ୍ଲୀ । ପ୍ରତି ମୁହୂର୍ତରେ ଜୀବନ ପ୍ରତି ବିପଦ ଥାଇ ବି ସୁରକ୍ଷିତ ସହ ସେମାନଙ୍କୁ ଦିଲ୍ଲୀ ନେଇ ଆସିଥିଲେ ବିଜୁ ବାବୁ । ଫେରୁଥିବା ବେଳେ ଡଚ୍ ବିମାନ ବାହିନୀ ବିଜୁ ବାବୁଙ୍କ ଡାକୋଟା ବିମାନ ଉପରକୁ କରିଥିଲେ ଗୁଳିଗୋଳା ବର୍ଷଣ । ସେମାନଙ୍କ ଘନଘନ ଆକ୍ରମଣକୁ ପରାହତ କରି କୁଶଳୀ ବିଜୁବାବୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ପହଂଚାଇଥିଲେ ଦିଲ୍ଲୀରେ । ଏହାପରେ ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହୋଇଥିଲା ଡଚ୍ ଆକ୍ରମଣ ବିରୋଧରେ ଜନମତ । ଡଚ୍ କବଳରୁ ମୁକ୍ତି ପାଇବା ପରେ ବିଜୁ ବାୁଙ୍କୁ ସମ୍ମାନରେ ପୋତି ପକାଇଥିଲେ ରାଷ୍ଟ୍ରପତି ସୁକର୍ଣ୍ଣୋ । ଆଉ ବିଜୁ ବାବୁ ପାଲଟିଗଲେ ଇଣ୍ଡୋନେସିଆର ଭୂମିପୁତ୍ର । ଉପହାର ସ୍ୱରୂପ ବିରାଟ ତୈଳ ଖଣି ପାଇଁ ରିହାତୀ ସହ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ, ପାଂଚ ଶହ ବର୍ଗ ମାଇଲ ପରିମିତ ଏକ ମବଲ୍ୟବାନ ଜଙ୍ଗଲ ଏବଂ ଏକ ବିରାଟ ପ୍ରାସାଦ । ତେବେ କୋଟି କୋଟି ଟଙ୍କା ମବଲ୍ୟର ଏହି ଉପହାରକୁ ଫେରାଇ ଦେଇଥିଲେ ବିଜୁ ଦମ୍ପତି । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିଲା ବିଜୁ ବାୁଙ୍କ ମହାନ ହେବାର ଜୟଗାଥା ।
ଖୁବ୍ କମ୍ ବୟସରୁ ପ୍ରଖର ରାଜନେତା ହୋଇସାରିଥିଲେ ବିଜୁ ପଟ୍ଟନାୟକ । ୧୯୬୦ ମସିହାରେ ରାଜ୍ୟରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବିପର୍ଣ୍ଣଙ୍କୁ ଉଦ୍ଧାର କରିବା ପାଇଁ ସେ ଯେଉଁ ଅଭିନବ ପଦକ୍ଷେପ ନେଇଥିଲେ ତାହା ସେତେବେଳେ ବେଶ୍ ପ୍ରଂଶସନୀୟ ହୋଇଥିଲା । ତାଙ୍କର ଉଦ୍ୟମରେ ହିଁ ଆକାଶମାର୍ଗରୁ ବନ୍ୟା ବିପନ୍ନ ଭୋକିଲା ଲୋକଙ୍କ ଲାଗି ଖାଦ୍ୟ ପୁଡିଆ ପକାଗଲା । ବୋଧହୁଏ, ସେହି ସମୟରେ ପ୍ରଥମଥର ଲାଗି ଆକାଶମାର୍ଗରୁ ବିପନ୍ନଙ୍କୁ ଖାଦ୍ୟପୁଡିଆ ଦେବା ଥିଲା ବିଜୁ ବାବୁଙ୍କର ଏକ ଅଭିନବ ଯୋଜନା । ଆଉ ଏହା ମଧ୍ୟ ରାଜ୍ୟରେ ତାଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିଥିଲା । ଯାହାର ପ୍ରଭାବ ଦେଖିବାକୁ ମିଳିଥିଲା ୧୯୬୧ ମସିହାର ବିଧାନସଭା ନିର୍ବାଚନ ସମୟରେ । ୧୯୬୧ ବିଧାନସଭା ନିର୍ବାଚନର ରଂଗ ବଦଳାଇ ଦେଇଥିଲେ ବିଜୁ ବାବୁ । ପୂର୍ବ ଦୁଇଟି ନିର୍ବାଚନରେ ଯାହା ହୋଇନଥିଲା ତାହା ଦେଖିବାକୁ ମିଳିଥିଲା ଉକ୍ତ ନିର୍ବାଚନରେ । ସମସ୍ତଙ୍କୁ ବଳିଗଲା କଂଗ୍ରେସର ପ୍ରଚାର । ଗାଁଠୁ ସହର ପର୍ଯ୍ୟନ୍ତ ଛାଇଯାଇଥିଲା ରଂଗୀନ ପୋଷ୍ଟର । ନିର୍ବାଚନ ପ୍ରଚାର ପାଇଁ ୧୪୦ଟି ନୂଆ ଜିପ୍ ଯୋଗାଡ କରିଥିଲେ ବିଜୁବାବୁ । ପ୍ରଥମଥର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ସବୁ କଂଗ୍ରେସ ପ୍ରାର୍ଥୀଙ୍କୁ ଗୋଟିଏ ଗୋଟିଏ ଜିପ୍ ମିଳିଯାଇଥିଲା । ଗୋଟିଏପଟେ ଚୁଙ୍ଗା ଧରି ପାଦରେ ଚାଲି ଚାଲି କିମ୍ବା ସାଇକେଲ ଯୋଗେ ପ୍ରଚାର କରୁଥିଲେ ସମାଜବାଦୀମାନେ ।
ଅନ୍ୟପଟେ ଚାଲିଥିଲା ବିଜୁବାବୁଙ୍କ ଅତ୍ୟାଧୁନିକ ଶୈଳୀରେ ପ୍ରଚାର କାର୍ଯ୍ୟ । ତାଙ୍କ ସପକ୍ଷରେ ଯେଉଁ ହାଓା ପଡିଥିଲା, ତାକୁ ରୋକିବା ସମ୍ଭବପର ନଥିଲା । ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା । ସ୍ୱାଧୀନତା ପରେ ପ୍ରଥମଥର ପାଇଁ କଂଗ୍ରେସ ପାଇଥିଲା ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇଥିଲା କଂଗ୍ରେସ । ୧୯୬୧ ମସିହା ଜୁନ୍ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜୁ ପଟ୍ଟନାୟକ । ବିଶ୍ୱ ବଜାରରେ ଓଡିଶାକୁ ଉପଯୁକ୍ତ ସ୍ଥାନ ଦେବାକୁ ସ୍ୱପ୍ନ ଦେଖୁଥିଲେ ବିଜୁ ବାବୁ । ଏବଂ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ । ପାରାଦୀପ ବନ୍ଦରକୁ ଏକ ବଡ ବନ୍ଦରର ମାନ୍ୟତା ଦେବା ପାଇଁ ସେ ଆରମ୍ଭ କରିଥିଲେ ଉଦ୍ୟମ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking