28.1 C
Bhubaneswar
Saturday, April 20, 2024
HomeUncategorizedସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଦୁଃସାହସିକତାର କାହାଣୀ

ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଦୁଃସାହସିକତାର କାହାଣୀ

ଭୁବନେଶ୍ୱର: ବିଜୁବାବୁ ବ୍ରିଟିଶ ଇଂଡିଆର ସେନା ବାହିନୀରେ କାମ କରୁଥିଲେ ସତ । ମାତ୍ର ଦେଶର ସ୍ୱାଧୀନତା ସଂଗ୍ରାମ ପ୍ରତି ଥିଲା ତାଙ୍କର ଅପୂର୍ବ ସମର୍ଥନ । ବ୍ରିଟିଶରମାନଙ୍କୁ ନିରାପଦ ସ୍ଥାନକୁ ଉଡାଇ ନେଉଥିବା ବେଳେ ରେଂଗୁନ ସହରରେ ସୁବାଷ ବୋଷଙ୍କ ଆଜାଦ ହିନ୍ଦ୍ ଫୌଜ ସଂପର୍କିତ ଲିଫ୍ ଲେଟ୍ ଆକାଶ ମାର୍ଗରୁ ଫିଙ୍ଗିଥିଲେ ବିଜୁ ପଟ୍ଟନାୟକ । ଭାରତ ଛାଡ ଆନ୍ଦୋଳନ ସମୟରେ ବ୍ରିଟିଶ ଇଂଡିଆର ବାୟୁସେନାର ବିମାନରେ ବିପ୍ଲବୀମାନଙ୍କୁ ଗୋଟିଏ ଜାଗାରୁ ଅନ୍ୟଜାଗାକୁ ଉଡାଇ ନେଉଥାନ୍ତି ବିଜୁ ବାବୁ । ଏପରିକି ତାଙ୍କର କଟକ ଆନ୍ଦଭୁବନ ବାସଭବନରେ ମଧ୍ୟ ସେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଲୁଚାଇ ରଖୁଥିଲେ । ତେବେ ବ୍ରିଟିଶରଙ୍କ ଆଖିରେ ଧୂଳି ପକାଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅନେକ ଦିନ ସାହାଯ୍ୟ କରିବା ସମ୍ଭବ ହୋଇନଥିଲା ବିଜୁ ବାବୁଙ୍କ ପକ୍ଷରେ । ଶେଷରେ ବ୍ରିଟିଶଙ୍କ ହାତରେ ଧରାପଡିଥିଲେ ବିଜୁ ବାବୁ ।
ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବା ଅଭିଯୋଗରେ ସେ ଗିରଫ ହୋଇଥିଲେ । ଲାଲକିଲ୍ଲା ଓ ଫରୋଜପୁର କୋର୍ଟ ଜେଲରେ ଦୁଇ ବର୍ଷ ସଜା କାଟିଥିଲେ ବିଜୁ ପଟ୍ଟନାୟକ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଦୁଃସାହସିକତାର କାହାଣୀ ଜନସାଧାରଣଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ରାଜ୍ୟ ରାଜନୀତିରେ ତାଙ୍କ ପ୍ରବେଶର ବାଟ ଖୋଲିଯାଇଥିଲା । ୧୯୪୬ ମସିହାରେ କଂଗ୍ରେସ ଟିକଟରେ ଉତର କଟକ ଆସନରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜୁ ବାବୁ । ଆଉ ତା ପରେ ହୋଇଥିଲା ତାଙ୍କର ପଲଟିକାଲ କ୍ୟାରିୟର । ଏହାଛଡା ହିମାଂଚଳ ଅଂଚଳରେ ବିମାନରେ ଉଡି ଚାଇନା ବିପ୍ଲବୀ ଓ ସୋଭିଏତ୍ ୟୁନିଅନ ବିପ୍ଲବୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ । ୧୯୪୭ ମସିହାରେ କାଶ୍ମୀର ଉପତ୍ୟକା ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ଆଉ ଠିକ୍ ଏଭଳି ଘଡିସନ୍ଧି ମୁହୂର୍ତରେ ଡାକରା ପଡିଥିଲା ବିଜୁ ବାବୁଙ୍କୁ । ପାକିସ୍ତାନ ରାଡାରକୁ ଚକ୍ମା ଦେଇ ବିମାନ ଚାଳନାରେ ପୁଣି ଦକ୍ଷତା ଦେଖାଇଥିଲେ ବିଜୁ ବାବୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking