28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାଙ୍ଗିଲା ଜେଡିୟୁ-ବିଜେପି ମିଳିତ ମେଣ୍ଟ, ସିଏମ ନୀତିଶ ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବେ ଇସ୍ତଫା ;...

ଭାଙ୍ଗିଲା ଜେଡିୟୁ-ବିଜେପି ମିଳିତ ମେଣ୍ଟ, ସିଏମ ନୀତିଶ ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବେ ଇସ୍ତଫା ; ନୂତନ ସରକାର ଗଠନ ପାଇଁ କରିବେ ଦାବି

ପାଟନା : ଆଜି ବିହାରରେ ଜେଡିୟୁ ଏବଂ ବିଜେପି ମିଳିତ ମଞ୍ଚ ଭାଙ୍ଗିଛି। ଜନତା ଦଳ ୟୁନାଇଟେଡ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୪ ଟାରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ଏବଂ ନୂତନ ସରକାର ଗଠନ ପାଇଁ ଦାବି କରିବେ। ନୀତିଶ କୁମାର ବିଜେପି ଛାଡିବେ ବୋଲି କ୍ରମାଗତ କଳ୍ପନାଜଳ୍ପନା ଚାଲିଥିଲା, ଯାହା ବର୍ତ୍ତମାନ ସ୍ଥିର ହୋଇଛି।  କିନ୍ତୁ ଉଭୟ ଦଳର ମେଣ୍ଟ ଭାଙ୍ଗି ଯାଇଛି। ସିଏମ ନୀତିଶ କୁମାର ମହାଗଠବନ୍ଧନ ସହିତ ସରକାର ଗଠନ କରିବେ, ଯେଉଁଥିରେ ଆରଜେଡି, ବାମ ଓ କଂଗ୍ରେସ ଅନ୍ତର୍ଭୁକ୍ତ। ଯେତେବେଳେ ସେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବେ, ସେତେବେଳେ ମହାଗଠବନ୍ଧନର ନେତାମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କରିବେ।
ଏହି ବୈଠକରେ ଜେଡିୟୁ ବିଧାୟକ, ସାଂସଦ ଏବଂ ନେତା ନୀତିଶ କୁମାରଙ୍କୁ କହିଛନ୍ତି ଯେ ସେମାନେ ତାଙ୍କ ସହ ଅଛନ୍ତି। ନୀତିଶ କୁମାର ଯାହା ବି ନିଷ୍ପତ୍ତି ନେବେ, ସମସ୍ତେ ଏକାଠି ରହିବେ। ବିଧାନସଭା ନିର୍ବାଚନ ୨୦୨୦ ରେ ୪୩ ଟି ଆସନରେ ସୀମିତ ଥିବା ଜେଡିୟୁକୁ ମୁଖ୍ୟମନ୍ତ୍ରୀ ପଦ ଦେବା ପରେ ନୀତିଶ କୁମାର କେବେ ବି ବିଜେପିର ମନୋଭାବକୁ ପସନ୍ଦ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂଙ୍କ ଇସ୍ତଫା ପରେ ଜେଡିୟୁ ଜାତୀୟ ସଭାପତି ଲାଲାନ ସିଂ ଯେପରି ‘ଚିରାଗ ମଡେଲ’ ବିଷୟରେ କହିଥିଲେ, ଜେଡିୟୁ ଏକ ଭିନ୍ନ ରାସ୍ତାରେ ଯିବାକୁ ସ୍ଥିର ହୋଇଛି। ସୂଚନାନୁସାରେ, ଆଜି ଅନୁଷ୍ଠିତ ମହାଗଠବନ୍ଧନ ବୈଠକରେ ଆରଜେଡି ବିଧାୟକ, ଏମଏଲସି ଏବଂ ରାଜ୍ୟସଭା ସାଂସଦମାନେ ତେଜସ୍ୱୀ ଯାଦବଙ୍କୁ କୈାଣସି ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି ଏବଂ ସେମାନେ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି। ଯେଉଁଠାରେ କଂଗ୍ରେସ ଏବଂ ବାମପନ୍ଥୀମାନେ କହିଛନ୍ତି ଯେ ସେମାନେ ତେଜସ୍ୱୀ ଯାଦବଙ୍କ ସହ ଅଛନ୍ତି।
ଏଥି ସହ ବିହାର ରାଜନୈତିକ ଅସ୍ଥିରତା ଉପରେ କେନ୍ଦ୍ର ମନ୍ତ୍ରୀ କୈାଶଲ କିଶୋରଙ୍କ ବିବୃତ୍ତି ମଧ୍ୟ ଆସିଛି। ସେ କହିଛନ୍ତି ମୁଁ ବିହାରର ରାଜନୈତିକ ପରିସ୍ଥିତି ଉପରେ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। କିନ୍ତୁ କୈାଣସି ବିବାଦ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ବିଜେପି କିଛି କରି ନାହିଁ। ଜେଡିୟୁ ନିଷ୍ପତ୍ତି ନେବ କିନ୍ତୁ ବିଜେପି ଚାହୁଁଛି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, ବିହାରର ଲୋକଙ୍କ ଉନ୍ନତି ପାଇଁ ବିଜେପି ଚାହୁଁଛି ଯେ ଜେଡିୟୁ-ବିଜେପି ଏବଂ ଅନ୍ୟ ଦଳ ନୀତିଶ କୁମାରଙ୍କ ନେତୃତ୍ୱରେ ଦୃଢ କାର‌୍ୟ୍ୟ ଜାରି ରଖନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking