29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୧୨ ହଜାରରୁ କମ୍ ମୂଲ୍ୟର ଚୀନ ମୋବାଇଲ ଭାରତୀୟ ବଜାରରେ ବିକ୍ରି ବନ୍ଦ

୧୨ ହଜାରରୁ କମ୍ ମୂଲ୍ୟର ଚୀନ ମୋବାଇଲ ଭାରତୀୟ ବଜାରରେ ବିକ୍ରି ବନ୍ଦ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ ମୋବାଇଲ ବଜାରକୁ କବଜା କରିନେଇଛନ୍ତି ଚୀନ କମ୍ପାନୀ । ଦିନ ଥିଲା ଭାରତରେ ନୋକିଆ, ମାଇକ୍ରୋମାକ୍ସ, ସ୍ପାଇସ, ସାମସଙ୍ଗ, ସୋନି ଆଦି କମ୍ପାନୀର ରାଜୁତି ଚାଲୁଥିଲା । ମାତ୍ର ଏବେ ଭାରତୀୟ ମୋବାଇଲ ବଜାରକୁ ସାଓମି, ଓପୋ ଓ ରିଅଲମି ପରି ଚୀନ କମ୍ପାନୀମାନେ କବଜା କରି ନେଇଥିବାରୁ ଭାରତୀୟ କମ୍ପାନୀମାନେ ଆଉ ଉଠି ପାରୁ ନାହାନ୍ତି ।

ତେବେ ଚୀନ କମ୍ପାନୀଙ୍କ ଆଧିପତ୍ୟକୁ ରୋକିବା ପାଇଁ ପ୍ଲାନ ଆରମ୍ଭ କରିଦେଇଛନ୍ତି ଭାରତ ସରକାର । ଚୀନ କମ୍ପାନୀର ୧୨ ହଜାର ଟଙ୍କାରୁ କମ୍ ମୂଲ୍ୟର ମୋବାଇଲ ଉପରେ କଟକଣା ଲାଗିପାରେ । ଯଦି ଏପରି କିଛି ହୁଏ ତେବେ ନିଶ୍ଚିତ ଭାବେ ଚୀନ କମ୍ପାନୀଙ୍କୁ ଜୋରଦାର ଝଟକା ଲାଗିବ । ଚୀନ କମ୍ପାନୀର ମୋବାଇଲ ସବୁଠାରୁ ଶସ୍ତା ହୋଇଥିବାରୁ ଏହା ଭାରତରେ ସବୁଠୁ ଅଧିକ ବିକ୍ରି ହୋଇଥାଏ ।

ଭାରତର ସରକାର ଘରୋଇ ଉଦ୍ୟୋଗକୁ ଅଧିକ ପ୍ରାଧାନ୍ୟ ଦେବାକୁ ଚାହୁଁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଏହି ମୋବାଇଲ ଉପରେ କଟକଣା ଲାଗିପାରେ । କୋଭିଡ-୧୯ର ଲକଡାଉନ କାରଣରୁ ଚୀନର ଘରୋଇ ବଜାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ତେଣୁ ଚୀନ ବ୍ରାଣ୍ଡଗୁଡ଼ିକ ନିଜର ଅଭିବୃଦ୍ଧି ପାଇଁ ଭାରତୀୟ ବଜାର ଉପରେ ଏବେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking