29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସାରା ଦେଶର ପ୍ରତି କୋଣରେ ଆମେ: ମୋଦି

ସାରା ଦେଶର ପ୍ରତି କୋଣରେ ଆମେ: ମୋଦି

ନୂଆଦିଲ୍ଲୀ: ବିହାର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସଂପନ୍ନ ପାଇଁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ଖବର ଶିରୋନାମା ଥିଲା । ବିହାରରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ପୂର୍ବରୁ ପ୍ରମୁଖ ଖବର ଥିଲା । କେତେ ପ୍ରତିଶତ ଭୋଟ ହୋଇଛି ଏବେ ମୁଖ୍ୟ ଖବର ପାଲଟିଛି । ବିନା ବୁଥ୍ ରିଗିଂ, ରିପୋଲିଂରେ ବିହାର ନିର୍ବାଚନ ଶେଷ ହୋଇଛି । କାଲିର ନିର୍ବାଚନ ଫଳାଫଳର ଗୁରୁତ୍ୱ ବହୁତ ବଡ ବୋଲି ମୋଦି କହିଛନ୍ତି । କାଲି ପୂର୍ବରେ ମଣିପୁରଠାରୁ ପଶ୍ଚିମରେ ଗୁଜୁରାଟ ପର୍ଯ୍ୟନ୍ତ ବିଜେପି ଜିତିଛି । ୟୁପି, କର୍ଣ୍ଣାଟକ, ତେଲେଙ୍ଗାନା, ଲଦାଖରେ ବି ବିଜେପି ବିଜୟୀ ହୋଇଛି । ପୂରା ଦେଶରେ ବିଜେପି ବିଜୟବାନା ଉଡାଇଛି । ଦିନ ଥିଲା ଆମର ୨ଟି ସିଟ ଥିଲା, ଏବେ ସାରା ଦେଶର ପ୍ରତି କୋଣରେ ଆମେ । ଯିଏ ଦେଶର ବିକାଶ ପାଇଁ ଇମାନଦାରୀ ସହ କାମ କରିବ, ଲୋକ ତାକୁ ଚାହିଁବେ । ଯିଏ କାମ କରିବ, ଲୋକଙ୍କ ଭରପୁର ଆଶୀର୍ବାଦ ମିଳିବ, କାଲି ପୁଣି ପ୍ରମାଣିତ । ଦେଶର ଜନତା ଆପଣଙ୍କ କାମକୁ ନିରିଖେଇ ଦେଖୁଛି, ମତ ଦେଉଛି ବୋଲି ସେ କହିଛନ୍ତି । ଏକବିଂଶ ଶତାବ୍ଦୀରେ ରାଜନୀତି କେବଳ ବିକାଶକୁ ନେଇ ହିଁ ହେବ । ବିଜେପି, ଏନଡିଏ ଲୋକଙ୍କ ବିକାଶକୁ ପ୍ରାଥମିକତା ଦେଇଆସିଛି । ବିହାରରେ ତିନି ଥର କ୍ଷମତାରେ ରହିବା ପରେ ବି ବିଜେପିର ସିଟ୍ ବଢିଛି । ଦେଶବାସୀ ବିଜେପିକୁ ବାରମ୍ବାର ମୌକା ଦେଉଛନ୍ତି, ସର୍ବାଧିକ ବିଶ୍ୱାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking