ଅନଙ୍ଗଉଦୟ ସିଂଦେଓଙ୍କ ଜନ୍ମଦିନରେ ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗୀର,୧୧ା୧୧-ରାଜ୍ୟ ବିଜେଡିର ବରିଷ୍ଠଉପସଭାପତି ତଥା ପୂର୍ବତନମନ୍ତ୍ରୀ ଓ ସାଂସଦ ଅନଙ୍ଗଉଦୟ ସିଂଦେଓଙ୍କ ୭୫ତମ ଜନ୍ମଦିବସରେ ଆଜି ବିଜେଡି ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି । ଆଜି ସକାଳୁ ବିଜେଡି ଦଳ ତରଫରୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ପରେ ଦିନ ୧୦ଟାରେ ବଲାଙ୍ଗୀର ପ୍ୟାଲେସ ଲାଇନର ମୀନା ଟେଣ୍ଟ ହାସଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କେବଳ ବଲାଙ୍ଗୀର ନୁହଁ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୭ଟି ଯାକ ବିଧାନସଭା କ୍ଷେତ୍ରରେ ଆଜି ବିଜେଡି କର୍ମିଙ୍କ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଛି । ବିଜେଡିଦଳର ବରିଷ୍ଠ ରାଜ୍ୟସଂପାଦକ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା,ଜୀବନବିନ୍ଦୁ ସଂଯୋଜକ ସାଗରସଂଗମ ଶତପଥିଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱଇଚ୍ଛାରେ ରକ୍ତଦାତାମାନେ ଆସି ରକ୍ତଦାନ କରିଥିଲେ । ବଲାଙ୍ଗୀର ଶିବିରରେ ବଲାଙ୍ଗୀର ସହର,ଦେଓଗାଁ ଓ ସଦରବ୍ଲକ ଅଞ୍ଚଳର ୭୫ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହି ଶିବିରରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ତାଙ୍କ ପତ୍ନୀ ଅଦ୍ରୀଜା ମଞ୍ଜରୀ ସିଂଦେଓ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ଉପସଭାପତି ପ୍ରଦୀପ ଗୁରୁ,ସଦରବ୍ଲକ ଅଧ୍ୟକ୍ଷ ଗୁଲାବ ବାଗ,ପୂର୍ବତନ ଦେଓଗାଁ ବ୍‌କ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ସଭାପତି ଲକ୍ଷ୍ମଣକୁମାର ମେହେର,ପୂର୍ବତନ ପୌରାଧ୍ୟକ୍ଷା ସନ୍ତଷିନୀ ବେହେରା,ଦମୟନ୍ତି ବାଗ, ପୂର୍ବତନ ପୌରଧ୍ୟକ୍ଷ ପ୍ରଦୀପ ସାହୁ, ପୂର୍ବତନ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ,ବରିଷ୍ଠନେତା ଦୁର୍ଗାପ୍ରସାଦ ବେହେରା,ଜୟରାମ ମିଶ୍ର,ଭଗବାନ ବଗର୍ତ୍ତି,ପ୍ରବୀଣ ମିଶ୍ର,ଧୃବ ଜୁଏଡ,କୈଳାସ ମହାନ୍ତି,ନରସିଂହ ବାଗ,ମହେନ୍ଦ୍ର ବାଗ,ନଗର ସଭାପତି ମହେନ୍ଦ୍ର ବାଗ,ମନୋଜ ଦୀପ,ଶିବ ବେହେରା, ଶିବ ସାହୁ,ସନ୍ତୋଷ ଦନ୍ତା,ନାରୀନେତ୍ରୀ ରଂଜୁ ରାଇମନ,ଜଗଦିଶ ପୋଢ,ପୂର୍ବତନ କାଉନସିଲର ମମତା ଜେନା,ସରୀତା ଦାସ,ନୂତନ ସେନ୍ଦ୍ରିଆ,ନରହରି ରାଉତ,ଅଶ୍ୱିନୀ ପୁଟେଲ,ଶମ୍ଭୁ ନାଗ,ଗୁଲାପି ବରାଡ,ଅଞ୍ଜନା ମହାନ୍ତ.ଛାତ୍ରନେତା ଗୁଞ୍ଜ ଖାନ,ସୁମନ
ନନ୍ଦ,ଗୋବିନ୍ଦ ଶତପଥି,ବଣ୍ଟି ଚାନ୍ଦ,ଶମୀର କୁମାର,ଦେଓଗାଁର ମଣ୍ଟୁ ଖମାରୀ,ଘୁଣ୍ଡୁଗୋପାଳ ମିଶ୍ର,ଅନ୍ତର୍ଝାମୀ ଭୋଇ,ସଦର ବ୍ଲକର କୁଳମଣୀ ମେହେର,ପ୍ରଦ୍ୟୁମ୍ନ ହୋତା,ନୀହାର ରଂଜନ ସ୍ୱାଇଁ,ଉମେଶ ପଣ୍ଡା,ବେଞ୍ଜାମିନ କିରୋ,ସଗବରୂପ ଦାସ,ସଂଜିବ ନାଥ,ଦାରାସିଂ ଜେନା,ସୁନିଳ ସାହୁ,ଆସୀର୍ବାଦ ସାହୁ,ଦୀପକ ବେହେରା ,ଆଇଟି ସଂଯ୍ଧେକ୍ସଳ ପ୍ରଦୀପ ପରୁଆ ପ୍ରମୁଖ ସାମିଲ ହୋଇଥିଲେ । ଲୋଇସିଂହାଠାରେ ଜିଲ୍ଲା ଯୁବସଭାପତି ନୀତେଶ ଅଗ୍ରୱାଲଙ୍କ ନେତତ୍ୱରେ ୭୫ୟୁନିଟ,ବେଲପଡାରେ ସଂଜୀବ ମିଶ୍ର,ବନମାଳି ଖମାରୀ ଓ ମଧୁସୁଦନ ଦାସଙ୍କ ନେତୃତ୍ୱରେ ୧୦୧ ୟୁନିଟ,ମୁରିବାହାଲ ଗୋଇମୁଣ୍ଡରେ ହଂସରାଜ ଜୈନ,ବୁଲୁ ସିଂଦେଓ,ଯୁବ ରାଜ୍ୟସଂପାଦକ ଅଜିତ ଯୋଷୀ ଓ ବ୍ଲକଯୁବ ସଭାପତି ମାନସ ଖମାରୀଙ୍କ ନେତୃତ୍ୱରେ ୫୦ୟୁନିଟ,ଟିଟିଲାଗଡରେ ଭବାନୀପ୍ରସାଦ ହୋତା,ରହିମ ଖାନ,ସୁମନ୍ତ ସାହୁ ଓ ସରପଞ୍ଚ ସଂଘର ସଭାପତି ବୀରବର ସାହୁଙ୍କ ନେତୃତ୍ୱରେ ୭୫ ୟୁନିଟ,ସୋନପୁର ଜିଲ୍ଲାର ଓଡିଶା ମୋ ପରିବାରର ସଂଯୋଜକ ରଂଜୀତ ରଥଙ୍କ ସଂଯୋଜନାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳିରେ ରାଜୁ ବିଶିଙ୍କ ନେତୃତ୍ୱରେ ଓ ସୋନପୁର ନିର୍ବାନମଣ୍ଡଳିରେ ମୟରୁଉଡାନଠାରେ ଦୀପକ ପଣ୍ଡା,ସୁରେନ୍ଦ୍ର ମେହେର ଓ ଅଶୋକ ନାଏକଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଣ୍ଟାବାଞ୍ଜିଠାରେ ଅସହାୟ ଲୋକଙ୍କୁ କମ୍ବଳ ମଧ୍ୟ ବଣ୍ଟନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here