34.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୨୬ ନଭେମ୍ବରରେ ବନ୍ଦ୍ ରହିବ ଏହି ବ୍ୟାଙ୍କ୍ : ୨୧ ହଜାର ଶାଖା ଉପରେ ପଡିବ...

୨୬ ନଭେମ୍ବରରେ ବନ୍ଦ୍ ରହିବ ଏହି ବ୍ୟାଙ୍କ୍ : ୨୧ ହଜାର ଶାଖା ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ : ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ହେବାକୁ ଥିବା ହରତାଳରେ ଅଖିଳ ଭାରତୀୟ ବ୍ୟାଙ୍କ୍ କର୍ମଚାରୀ ସଂଘ ସାମିଲ ହେବା ନେଇ ଘୋଷଣା କରିଛି । କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ଆଇନ ବିରୋଧରେ ଏହି ହରତାଳ କରାଯିବ । ଭାରତୀୟ ମଜଦୂର ସଂଘକୁ ବାଦ୍ ଦେଲେ ୧୦ଟି କେନ୍ଦ୍ର ଟ୍ରେଡ୍ ୟୁନିଆନ୍ ସଙ୍ଗଠନ ୨୬ ନଭେମ୍ବରକୁ ରାଷ୍ଟ୍ର ବ୍ୟାପି ହରତାଳର ଘୋଷଣା କରିଛନ୍ତି । ଏ ଆଇ ବି ଇ ଏ, ଲୋକସଭାରେ ପାରିତ ହୋଇଥିବା ନୁଆ ଶ୍ରମ ଆଇନକୁ ବିରୋଧ କରିଛି । ସରକାର ଏମିତି କରି ୭୫ ପ୍ରତିଶତ ଶ୍ରମିକଙ୍କୁ ଶ୍ରମ କାନୁନ୍ ରୁ ବାହାର କରି ଦେଇଛନ୍ତି । ନୂଆ ଶ୍ରମ ଆଇନରେ ଶ୍ରମିକମାନଙ୍କୁ କୌଣସି ପ୍ରକାର ସଂରକ୍ଷଣ ମିଳିବ ନାହିଁ । ଏ ଆଇ ବି ଇ ଏ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଓ ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ୍ କୁ ଛାଡ଼ି ଅଧିକାଂଶ ବ୍ୟାଙ୍କ୍ କୁ ପ୍ରତିନିଧିତ୍ଵ କରେ । ଏହାର ସଦସ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାର୍ବଜନୀକ ଏବଂ ପୁରୁଣା ବ୍ୟାଙ୍କ୍ ତଥା ବିଦେଶୀ ବ୍ୟାଙ୍କ୍ ର ୪ ଲକ୍ଷ୍ୟ କର୍ମଚାରୀ ରହିଛନ୍ତି । ଏହି ହରତାଳ ରେ ପ୍ରାୟ ୩୦ ହଜାର କର୍ମଚାରୀ ସାମିଲ ହେବାର ସୂଚନା ମିଳିଛି । ଗ୍ରାମୀଣ ବ୍ୟାଙ୍କ୍ ରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସଙ୍ଗଠନ ଏହାକୁ ସଫଳ କରିବା ପାଇଁ ଏଥିରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି । ୨୧ ହଜାର ଶାଖାରେ ପଡ଼ିବ ତାଲା ସାରା ଦେଶରେ କାର୍ଯ୍ୟରତ କୋଟି କୋଟି ଶ୍ରମିକ ଏବଂ କର୍ମଚାରୀଙ୍କ ପ୍ରତିନିଧିତ୍ଵ କରୁଥିବା ୧୦ଟି ପ୍ରମୁଖ ଶ୍ରମିକ ସଂଘ,କେନ୍ଦ୍ର ସରକାରଙ୍କ ଜଣ ବିରୋଧୀ, କୃଷକ ବିରୋଧୀ ଏବଂ ରାଷ୍ଟ୍ର ବିରୋଧୀ ଆଇନ ବିରୋଧରେ ଦେଶ ବ୍ୟାପି ଡକା ଯାଇଥିବା ହରତାଳ ରେ ବ୍ୟାଙ୍କିଙ୍ଗ ଉଦ୍ୟୋଗ ସାମିଲ ରହିବ । ସବୁ ରାଜ୍ୟରେ ଗୋଟିଏ କିମ୍ବା ଅଧିକ ଗ୍ରାମୀଣ ବ୍ୟାଙ୍କ୍ ରହିଛି । ଯାହାର ସଂଖ୍ୟା ୪୩ । ପ୍ରାୟ ୨୧ ହଜାର ଶାଖାରେ ଏକ ଲକ୍ଷ ଅଧିକାରୀ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking