ଚିକାଗୋରେ ସ୍ୱାମୀଜିଙ୍କ ଉଦବୋଧନ

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ୧୮୯୩ ମସିହା ସେପ୍ଟେମ୍ବର ୧୧ରେ ଆମେରିକାର ଚିକାଗୋ ସହରକୁ ଏକ ଧର୍ମସଭାରେ ଯୋଗଦେବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଥିଲା । ଏପରି କି ତାଙ୍କ ଭାଷଣକୁ ଶୁଣି ଆମେରିକାବାସୀ ଅଭିଭୂତ ହୋଇ ପଡ଼ିଥିଲେ । ତାଙ୍କର ସମ୍ବଧନଶୈଳୀ ମଧ୍ୟ ଉପସ୍ଥିତ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ସେଠାରେ ତାଙ୍କୁ ଯେଉଁ ସମ୍ବର୍ଦ୍ଧନା ଦିଆଯାଇଥିଲା ସେଥିରେ ଖୁସି ହୋଇ ସ୍ୱାମୀଜୀ କଣ କହିଥିଲେ ତାହା ଜାଣନ୍ତୁ-
ହେ ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ,  ଆଜି ଆପଣମାନେ ଆମମାନଙ୍କୁ ଯେଉଁ ଆନ୍ତରିକ ଓ ସାଦର ଅଭ୍ୟର୍ଥନା କରିଅଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋ ହୃଦୟ ଅନିର୍ବଚନୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଉଛି । ପୃଥିବୀରେ ସର୍ବାପେକ୍ଷା ପ୍ରାଚୀନ ସନ୍ନ୍ୟାସୀ ସମାଜ ପକ୍ଷରୁ ଆଜି ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ସର୍ବଧର୍ମର ଜନନାସ୍ୱରୂପୀ ଯେଉଁ ହିନ୍ଦୁଧର୍ମ, ତାହାର ପ୍ରତିନିଧି ହୋଇ ମୁଁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ସମସ୍ତ ହିନ୍ଦୁ ଜାତି ଓ ସମ୍ପ୍ରଦାୟ ଅନ୍ତର୍ଗତ କୋଟି କୋଟି ନରନାରୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।
ଏହି ସଭାମଞ୍ଚରେ ସେହି କେତେଜଣ ବକ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଯେଉଁମାନେ ପ୍ରାଚ୍ୟଦେଶୀୟ ପ୍ରତିନିଧିଙ୍କ ସମ୍ବନ୍ଧରେ ପ୍ରକାଶ କଲେ ଯେ, ଅତି ଦୂର ଦେଶନିବାସୀଜାତିସମୂହ ମଧ୍ୟରୁଯେଉଁମାନେ ଏଠାରେ ସମାଗତ ହୋଇଛନ୍ତି, ସେମାନେ ମଧ୍ୟ ବିଭିନ୍ନ ଦେଶରେ ପରମର୍ଧ ସହିଷ୍ଣୁତାର ଭାବ ପ୍ରଚାର  କରିବାରେ ଗୌରବ ଦାବି କରିପାରନ୍ତି । ଯେଉଁ ଧର୍ମ ଜଗତକୁ ଆବହମାନକାଳରୁ ପରମତସହିଷ୍ଣୁତା ଓ ସର୍ବବିଧ ମତ ସ୍ୱୀକାର କରିବାକୁ ଶିକ୍ଷା ଦେଇ ଆସୁଛି, ମୁଁ ସେହି ଧର୍ମଭୁକ୍ତ ବୋଲି ନିଜକୁ ଗୌବରାନ୍ୱିତ ମନେକରେ । ଆମେମାନେ  ଯେ କେବଳ ସବୁ ଧର୍ମକୁ ସହ୍ୟ କରୁ ତାହା ନୁହେଁ ବରଂ ସବୁ ଧର୍ମଗୁଡ଼ିକୁ ଆମେ ସତ୍ୟ ବୋଲି ବିଶ୍ୱାସ କରୁ । ଯେଉଁଧର୍ମର ପବିତ୍ର ସଂସ୍କୃତ ଭାଷାରେ ଇଂରାଜୀ ଶବ୍ଦ “ଏକସକ୍ଲୁଶନ’କୁ ଧର୍ମଭୁକ୍ତ ବୋଲି ଗର୍ବ ଅନୁଭବ କରେ । ଯେଉଁ ଜାତି ପୃଥିôôବୀର  ସମସ୍ଥ ଧର୍ମର ଓ ସକଳ ଜାତିର ନିପୀଡ଼ିତ ଓ ଆଶ୍ରୟ ପ୍ରାର୍ଥନାକୁ ଚିରକାଳ ଆଶ୍ରୟଦେଇଆସିଛି, ମୁଁ ସେହି ଜାତିର ଅନ୍ତର୍ଭୁକ୍ତ  ବୋଲି ନିଜକୁ  ଗୌରବାନ୍ୱିତ ମନେ କରେ । ମୁଁ ଆପଣମାନଙ୍କୁ  ଏକଥା କହିବାରେ ଗର୍ଭ ଅନୁଭବ କରୁଛି ଯେ, ଆମେ ଇହୁଦୀମାନଙ୍କର ଖାଣ୍ଟି ବଂଶଧରଣଙ୍କର  ଅବଶିଷ୍ଟ ଅଂଶକୁ ଆଦର ସହକାରେ ହୃଦୟରେ ଧାରଣ କରି ରଖିଛୁ, ଯେଉଁ ବର୍ଷ ରୋମକମାନଙ୍କ ଭୟଙ୍କର ଉତ୍ପୀଡ଼ନରେ ଇନ୍ଦୁହୀ ଜାତିର ପବିତ୍ର ମନ୍ଦିରଗୁଡ଼ିକ ବିଧ୍ୱସ୍ତ ହେଲା, ସେହି ବର୍ଷ ସେମାନେ ଦକ୍ଷିଣ ଭାରତରେ ଉପନୀତ ହୋଇ ଆଶ୍ରୟପ୍ରାର୍ଥୀ ହୋଇଥିଲେ । ଜୋରୋୟାସ୍ତର ଅନୁଗାମୀ ମହାନ ପାରସିକ ଜାତିର ଅବଶିଷ୍ଟାଂଶକୁ ଯେଉଁ ଧର୍ମାବଲମ୍ବୀଗଣ ଆଶ୍ରୟଦାନ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ଯେଉଁମାନେ ସେମାନଙ୍କୁ ପ୍ରତିପାଳନ କରୁଛନ୍ତି ମୁଁ ସେମାନଙ୍କର ଅନ୍ତର୍ଭୁକ୍ତ ।
କୋଟି କୋଟି ନରନାରୀ ଯେଉଁ ସ୍ତ୍ରୋତ୍ରଟି ପ୍ରତିଦିନ ପାଠ କରନ୍ତି, ଯେଉଁ ସ୍ତବକଟିକୁ ମୁଁ ଶୈଶବରୁ ଆବୃତ୍ତି କରି ଆସୁଛି, ତାହାର କେତୋଟି ପଂକ୍ତି ମୁଁ ଆପଣଙ୍କ ନିକଟରେ ଆବୃତ୍ତି କରୁଛି ।
“ରୁଚାନାଂ ବୈଚିତ୍ର‌୍ୟାହୃକୁକୁଟିଳନାନା ପଥଯୁଷାମ୍ ।
ନୃଣାମେକୋ ଗମ୍ୟସ୍ତମସି ପୟସାମର୍ଣ୍ଣବ ଇବ ।”
ବିଭିନ୍ନ ନଦୀର ଉତ୍ସ ବିଭିନ୍ନ ସ୍ଥାନରେ କିନ୍ତୁ ସେମାନେ ସମସ୍ତେ ଯେପରି ଗୋଟିଏ ସମୁଦ୍ରରେ ସେମାନଙ୍କର ଜଳରାଶି ଢ଼ାଳି ଏକତ୍ରି ମିଳିତ ମିଳିତ ହୁଅନ୍ତି, ସେହିପରି ହେ ଭଗବାନ! ନିଜ ନିଜ ରୁଚିର ବୈଚିତ୍ର‌୍ୟବଶତଃ ସରଳ ହୁଅନ୍ତି, କୁଟିଳ ପ୍ରଭତି ନାନା ପଥରେ ଯେଉଁମାନେ ଯାଉଛନ୍ତି, ତୁମେ ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ।
ଏହି ଧର୍ମମହାସଭା ଗୀତା-ପ୍ରଚାରିତ ସେହି ଅଦ୍ଭୁତ ମତର ସତ୍ୟତା ପ୍ରତିପନ୍ନ କରୁଛି, ସେହି ବାଣୀ ଘୋଷଣା କରୁଛି
“ଯେ ଯଥା ମାଂ ପ୍ରଦଦ୍ୟନ୍ତେ ତାଂସ୍ତଥୈବ ଭକାମ୍ୟହମ୍ ।
ମମଚର୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପର୍ଥ ସର୍ବଶଃ”
-ଯେ ଯେଉଁ ଭାବ ଆଶ୍ରୟ କରି ଆସୁନା କାହିଁକି, ମୁଁ ତାକୁ ସେହି ଭାବରେ ଅନୁଗ୍ରହ କରିଥାଏ । ହେ ଅର୍ଜୁନ! ମନୁ୍େୟମାନେ ସର୍ବତୋଭାବରେ ମୋ ଦିଗକୁ ହିଁ ଅନୁଗମନ କରିଥାଆନ୍ତି ।
ସମ୍ପ୍ରଦାୟିକତା, ସଂକୀର୍ଣ୍ଣତା ଓ ଏସବୁର ଭୟାବହ ଫଳସ୍ୱରୂପ ଧର୍ମୋନ୍ମତ୍ତତା ଏହି ସୁନ୍ଦର ଧରାକୁ ବହୁକାଳ ଧରି ଅଧିକାର କରି ରଖିଛି । ଏଗୁଡ଼ିକ ପୃଥିବୀକୁ ହିଂସାରେପୂର୍ଣ୍ଣ କରିଛି, ବହୁବାର ଏହାକୁ ନରଶୋଶିତରେ ସିକ୍ତ କରିଛି, ସଭ୍ୟତାକୁ ଧ୍ୱଂସ କରିଛି ଏବଂ ସମଗ୍ର ଜାତିକୁ ହତାଶାରେ ମଗ୍ନ କରିଛି । ଏହିବୁ ଭୀଷଣ ପିଶାଚଗୁଡ଼ିକ ଯଦି ନଥାନ୍ତେ, ତା’ହେଲେ ମାନବସମାଜ ଆଜି ପୂର୍ବାପେକ୍ଷା ବହୁଗୁଣ ଉନ୍ମତ ହୋଇଥାଆନ୍ତା । ତେବେ ଏମାନଙ୍କର ମୃତ୍ୟୁକାଳ ଉପସ୍ଥିତ, ମୁଁ ସର୍ବାନ୍ତଃକରଣରେ ଆଶା କରେ, ଏହି ଧର୍ମ-ମହାସମିତିର ସମ୍ମାନାର୍ଥ ଆଜି ଯେଉଁ ଘଣ୍ଟାଧ୍ୱନି ନିନ୍ଦିତ ହୋଇଛି, ତାହା ହିଁ ସର୍ବବିଧ ଧର୍ମୋନ୍ମତ୍ତତା, ତରବରିଆ ଅଥବା ଲେଖନୀଦ୍ୱାରା ଅନୁଷ୍ଠିତ ସର୍ବପ୍ରକାର ନିର୍ଯାତନାର ଏବଂ ସେହି ଏକ ଲକ୍ଷ୍ୟଦିଗକୁ ଅଗ୍ରସର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବବିଧ ଅସଦଭାବର ସମ୍ପୂର୍ଣ୍ଣ ଅବସାନର ବାର୍ତ୍ତା ଘୋଷଣା କରୁ ।