37.1 C
Bhubaneswar
Thursday, March 28, 2024
Homeଓଡିଶାଶବ ଜଗି ରହିଛି ଭାଲୁ

ଶବ ଜଗି ରହିଛି ଭାଲୁ

ନବରଙ୍ଗପୁର: ଦିନକୁ ଦିନ ଭାଲୁ ଏବଂ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡାରେ ଦେଖିବାକୁ ମିଳିଛି । ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ରକ୍ତମୁଖା ଭାଲୁ ବୃଦ୍ଧାଙ୍କୁ ମାରିବା ପରେ ଶବ ନିକଟରେ ଜଗି ବସିଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ଗୋରୀ ଅମନତ୍ୟ ନାମକ ଜଣେ ବୃଦ୍ଧା ତିନି ଦିନ ପୂର୍ବେ ସିନ୍ଧିଗୁଡ଼ା ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ତେବେ ସନ୍ଧ୍ୟା ପୂର୍ବରୁ ଗୋରୀ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଗୋରୀଙ୍କ ସନ୍ଧାନ ମିଳିନଥିଲା । ଆଜି ସକାଳୁ ସିନ୍ଧିଗୁଡ଼ା ଜଙ୍ଗଲରେ ଏକ ଭାଲୁ ଲୋକଙ୍କ ନଜରକୁ ଆସିଥିଲା । ଲୋକେ ଭାଲୁ ରହିଥିବା ସ୍ଥାନରେ ଏକ ଶବ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଜଙ୍ଗଲକୁ ଯାଇ ଶବକୁ ଚିହ୍ନି ପାରିଥିଲେ ହେଁ ଭାଲୁ ଜଗି ରହିଥିବା କାରଣରୁ ଶବକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ନ ଥିଲେ । ଏହି ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଥିଲେ ମଧ୍ୟ ଭାଲୁ ଶବକୁ ଛାଡ଼ି ଯାଉନାହିଁ ।
ତେବେ ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀଙ୍କ ସମେତ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ବନ ବିଭାଗ କର୍ମଚାରୀ ଭାଲୁକୁ ଘଉଡାଇବା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ଭାଲୁଟି ଶବ ନିକଟରୁ ହଟି ନଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking