29.1 C
Bhubaneswar
Wednesday, May 8, 2024
Homeଓଡିଶାଭୁବନେଶ୍ୱରଭୁବନେଶ୍ୱରରେ ହେବ ସାଇନ୍ସ ସିଟି, ୩୦ଟି ଜିଲ୍ଲାରେ ହେବ ପବ୍ଲିକ ସାଇନ୍ସ ପାର୍କ

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି, ୩୦ଟି ଜିଲ୍ଲାରେ ହେବ ପବ୍ଲିକ ସାଇନ୍ସ ପାର୍କ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ସାଇନ୍ସ ସିଟି କଲିକତାରେ ଥିବା ସାଇନ୍ସ ସିଟି ଭଳି ଏହା ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ କରିଛନ୍ତି । ଏନେଇ ସୂଚାନ ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତୀ ଅଶୋକ ପଣ୍ଡା ।

ସେହିପରି ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିଅମ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତି ର ସମସ୍ତ ତଥ୍ୟ ସ୍ଥାନ ପାଇବ । ଯାହାଫଳରେ ଦେଶ ବିଦେଶରୁ ଆସୁଥିବା ଜଗନ୍ନାଥ ଶ୍ରଦ୍ଧାଳୁ ଜଗନ୍ନାଥ ସଂସ୍କୃତୀ ବିଷୟରେ ଜାଣିପାରିବେ ।

ଏହା ସହିତ ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଏକ ଆଞ୍ଚଳିକ ସାତକୋଶିଆ ବାୟ ସ୍ପିୟର ମୁଜ୍ୟିୁମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତୀ ଅଶୋକ ପଣ୍ଡା ବିଧାନସଭା ରେ ଉତ୍ତର ରଖିଛନ୍ତି । ଭଦ୍ରକ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କହିଥିଲେ ଯେ ୩୦ଟି ଜିଲ୍ଲାରେ ପବ୍ଲିକ ସାଇନ୍ସ ପାର୍କ ହେବାସହ ପ୍ଲାନେଟରୀୟମ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking