34.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ପ୍ରବଳ ଖରାରେ ସିଝିଲେ ରାଜଧାନୀବାସୀ

ଆଜି ପ୍ରବଳ ଖରାରେ ସିଝିଲେ ରାଜଧାନୀବାସୀ

ଭୁବନେଶ୍ୱର: ସାର ଓଡ଼ିଶା ସମତେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଆଜି ପ୍ରବଳ ଖରାରେ ସିଝିଛି । ଭୁବନେଶ୍ୱରରେ ଆଜିର ତାପାମାତ୍ରା ୪୦ ଡିଗ୍ରି ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ଆଜିର ତାପମାତ୍ରା ୪୦.୮ ଡିଗ୍ରି ରେକର୍ଡ ହୋଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି । ଏହା ପୂର୍ବରୁ ଭୁବନେଶ୍ୱରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା । ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଶାଖା ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରରେ ଆଜି ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ପୂର୍ବାହ୍ନରେ ଯଦିଓ ଖରାର ପ୍ରଭାବ କମ ଥିଲା କିନ୍ତୁ ସକାଳ ୧୦ଟା ପରେ ତାପମାତ୍ରା ବଢ଼ିଥିଲା । ସନ୍ଧ୍ୟା ୫ଟା ପରେ ମଧ୍ୟ ଭୁବନେଶ୍ୱରରେ ଗରମ ପବନ ପ୍ରବାହିତ ହେଉଥିଲା ।

ଦିନ ସମୟର ତାପମାତ୍ରା ଲୋକଙ୍କୁ ଅଧିକ ଅସ୍ତବ୍ୟସ୍ତ କରି ପକାଇଥିଲା । ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଆଜି ଖରା ଅସହ୍ୟ ହୋଇଥିଲା । ସେହିପରି ବୌଦ୍ଧ ଏବଂ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରହିଛି । ଏହି ୩ ସହର ବ୍ୟତୀତ ଅନ୍ୟ ସହର ଗୁଡିକରେ ୪୦ ଡିଗ୍ରୀ ତଳକୁ ତାପମାତ୍ରା ରହିଛି । କେନ୍ଦ୍ରାପଡା, ଖୋର୍ଦ୍ଧା, ଏବଂ ଝାରସୁଗୁଡାରେ ତାପମାତ୍ରା ୩୯.୨ ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ତାପମାତ୍ରା ରହିଛି ୩୯.୧ଡିଗ୍ରୀ । ସେହିପରି ନୟାଗଡ, ସୁନ୍ଦରଗଡ ଏବଂ ଭବାନୀ ପାଟଣାରେ ତାତି ୩୯ଡିଗ୍ରୀକୁ ଖସିଛି । ତେବେ ସିଲଭର ସିଟି କଟକରେ ତାପମାତ୍ରା ୩୮.୮ଡିଗ୍ରୀ ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking