37.1 C
Bhubaneswar
Thursday, March 28, 2024
Homeଓଡିଶାପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବେଳେ ମୁତୟନ ହେବେ ସେଣ୍ଟର ଅଫିସର । ପ୍ରତି ସେଣ୍ଟର ଓ ନୋଡାଲ ସେଣ୍ଟର ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ । ସବୁ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଭଳି ଲୋକଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାଗତ ଆଇନଶୃଙ୍ଖଳା ନିମନ୍ତେ ସେରୱାରୀ ପୋଲିସ ମୁତୟନ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ନୋଡାଲ ସେଣ୍ଟରରେ ସିସିଟିଭି ସହ କଡ଼ା ନିରାପତ୍ତା ବ୍ୟବସ୍ଥା ନିର୍ଦ୍ଦେଶ ଦିଆଯାଇଛି ।

ନକଲି ପ୍ରଶ୍ନପତ୍ର ଏବଂ ଗୁଜବକାରୀଙ୍କ ଉପରେ ପୋଲିସର କଡ଼ା ନଜର ରହିବ । ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା, ପରୀକ୍ଷା ସଂଚାଳନ, ଉତ୍ତରଖାତାକୁ ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଏବଂ ମୂଲ୍ୟାୟନ ଆଦି କାର୍ଯ୍ୟକୁ ଶୃଙ୍ଖଳିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ । ଆଜି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।.ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking