31.1 C
Bhubaneswar
Monday, May 27, 2024
Homeଓଡିଶା୪ବର୍ଷ ପରେ ଗାଁକୁ ଫେରିଲେ ଭାରତୀ

୪ବର୍ଷ ପରେ ଗାଁକୁ ଫେରିଲେ ଭାରତୀ

ବାଲେଶ୍ୱର : ୟୁକ୍ରେନର ନିକୋଲାଇଭରୁ ମୁଲଡ଼ାବା ଓ ସେଠାରୁ ରୋମାନିଆ ଆଦି ୩ଟି ଦେଶ ପାରିହୋଇ ନିଜ ଗାଁ ସିମୁଳିଆରେ ପହଞ୍ଚିଛନ୍ତି ଡାକ୍ତରୀଛାତ୍ରୀ ଭାରତୀ ମହାନ୍ତି(୨୩) । ଭାରତୀଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଈଶ୍ୱରପୁର ଅଞ୍ଚଳରେ । ଦୀର୍ଘ ୪ବର୍ଷ ପରେ ସେ ଗାଁକୁ ଫେରିଛନ୍ତି । ପଞ୍ଚମବର୍ଷର ଛାତ୍ରୀ ଭାରତୀ ୟୁକ୍ରେନ୍‌ର ମିକୋଲାଇଭରେ ରହି ଡାକ୍ତରୀ ପାଠ ପଢୁଥିବା ବେଳେ ଯୁଦ୍ଧ ସମୟରେ ଭାରତ ଫେରିବାର ଅନୁଭୂତି ବଖାଣିଛନ୍ତି । ସେ ସେଠାକାର ପେଟ୍ରୋମହିଲା ବ୍ଲକ୍ ନ୍ୟାସ୍‌ନାଲ୍ ୟୁନିଭର୍ସିଟିରେ ପାଠ ପଢ଼ନ୍ତି । ମୋଟ ୭ଶହ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫ଶହ ଛାତ୍ରୀଛାତ୍ର ହଷ୍ଟେଲରେ ରହନ୍ତି । ଯୁଦ୍ଧ ଆରମ୍ଭ ସମ୍ପର୍କରେ ସୂଚନା ମିଳିବା ପରେ ବଙ୍କର ଭିତରକୁ ଅନ୍ୟମାନଙ୍କ ସହିତ ସେ ଚାଲିଯାଇଥିଲେ । ଖାଦ୍ୟପେୟର ଘୋର ଅଭାବ ସହିତ ଭୟରେ ସମୟ କଟୁଥିଲା । ଏପରିକି ୧୦ଟଙ୍କା ଦାମ୍‌ର ବିସ୍କୁଟ ପ୍ୟାକେଟ ୭୦ଟଙ୍କାରେ କିଣିବାକୁ ପଡ଼ୁଥିଲା ।

ପରେ ଗତ ମାର୍ଚ୍ଚ ୧ତାରିଖ ସକାଳ ୯ଟାରେ ୬ହଜାର ଟଙ୍କା ବସ୍ ଟିକେଟ କାଟି ମିକୋଲାଇଭ୍‌ରୁ ୪ଟି ବସ୍ ରିଜର୍ଭକରି ୫ଶହ ଛାତ୍ରୀଛାତ୍ର ବାହାରିଥିଲେ । ଜୀବନ ବଞ୍ଚାଇବା ପାଇଁ ଠେଲାପେଲାରେ ତାଙ୍କ ହାତରେ ଆଘାତ ଲାଗିଥିବା ସେ ଦେଖାଇଥିଲେ । ରାସ୍ତାରେ ବିଭିନ୍ନ ସୈନ୍ୟଙ୍କ ମୃତଦେହ ପଡ଼ିଥିବା ସେ ଦେଖିଥିଲେ । ଟ୍ରାଫିକ ଜାମ୍ ସହିତ ୩୮ଘଣ୍ଟା ପରେ ସେ ରୋମାନିଆରେ ପହଞ୍ଚିଲେ । ସେଠାରେ ଭାରତୀୟମାନଙ୍କୁ ବହୁତ ଶ୍ରଦ୍ଧା ସମ୍ମାନ ମିଳିଥିଲା । ରୋମାନ୍‌ମାନେ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିଲେ । ରୋମାନିଆରେ ୫ଦିନ ରହିବା ପରେ ଭାରତ ସରକାରଙ୍କ ସହଯୋଗରେ ଛାତ୍ରୀଛାତ୍ରମାନେ ମୁମ୍ବାଇ ଓ ସେଠାରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱର ପହଞ୍ଚିବା ପରେ ଭାରତୀ ଭାରତୀ ଗାଁକୁ ଆସିପାରିଥିଲେ । ତେବେ ୟୁକ୍ରେନ୍‌ର ସୁମିରେ ଅନ୍ୟ ଏକ ୟୁନିଭର୍ସିଟିରେ ପଢୁଥିବା ୮ଶହ ଛାତ୍ରୀଛାତ୍ର ଖାଦ୍ୟ ଅଭାବରୁ ଥଣ୍ଡାରେ ପଡୁଥିବା ବରଫକୁ ଖାଉଥିବା ଭାରତୀ କହିଛନ୍ତି । ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ସରକାର ଉଦ୍ଧାର କରିବା ପାଇଁ ସେ ନିବେଦନ କରିବା ସହିତ ଛାତ୍ରୀଛାତ୍ରଙ୍କ କ୍ୟାରିୟର ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking