28.1 C
Bhubaneswar
Saturday, April 27, 2024
Homeଓଡିଶାନ୍ୟାୟରୁ ବଞ୍ଚିତ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ନ୍ୟାୟରୁ ବଞ୍ଚିତ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ : ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତର କାମିନୀ ଦାସ ନାମ୍ନୀ ଜଣେ ମହିଳାଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି ନିର୍ଯାତନା ଦେଇଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗକୁ ୧ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ପ୍ରତିବାଦରେ ସମ୍ପୃକ୍ତା ମହିଳା ଗୁରୁବାର ଥାନା ସାମ୍ନାରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଗୁରୁବାର କାମିନୀ ଆତ୍ମାହୂତି ଦେବାକୁ ତିହିଡ଼ି ଥାନା ସମ୍ମୁଖରେ ପହଞ୍ଚଥିଲେ । ତେବେ କାମିନୀ ଆସିବା କ୍ଷଣି ତିହିଡ଼ି ପୁଲିସ ତାଙ୍କ ପାଖରେ ପହଞ୍ଚି ବୁଝାସୁଝା କରିବା ସହ ଆତ୍ମାହୁତିରୁ ନିବୃତ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ କାମିନୀ ସହମତି ପ୍ରକାଶ ନକରିବାରୁ ତାଙ୍କୁ ପୁଲିସ ଥାନା ଭିତରକୁ ନେଇ ବୁଝାସୁଝା କରିବା ପରେ ତାଙ୍କ ଅଭିଯୋଗର ପୁନଃ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଥାନା ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ କାମିନୀ ଆତ୍ମାହୁତିରୁ ନିବୃତ୍ତ ରହିଥିବା ଜଣାଯାଇଛି ।

ଏ ସମ୍ପର୍କରେ ସେ ରାଜ୍ୟ ଏସି ଏବଂ ଏସଟି କମିଶନରଙ୍କ ସମେତ ମୁଖ୍ୟମନ୍ତ୍ରୀ, ଘରୋଇ ବିଭାଗ ସଚିବ, ମହିଳା କମିଶନର, ଡିଜିପି, ଡିଆଇଜି ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହିତ ତୁରନ୍ତ ନ୍ୟାୟ ଦେବାକୁ ନିବେଦନ କରିଛନ୍ତି । କାମିନୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଜମିରେ ଥିବା ୧୦ରୁ ଅଧିକ କେତେକ ଆମ୍ବ, ପିଜୁଳି, ଅଣଶିରିସା ଗଛର ଡାଳକୁ ସେହି ଗ୍ରାମର କେତେକ ବ୍ୟକ୍ତି ହାଣି ଦେବା ସହ କେତେକ ଗଛକୁ ଜେସିବି ଲଗାଇ ବହି ନେଇଥିଲେ । ଏ ସର୍ମ୍ପରେ କାମିନୀ ସେମାନଙ୍କୁ ପଚାରିବାରୁ ସେମାନେ ତାଙ୍କୁ ଗାଳିଗୁଳଜ କରିଥିଲେ । ଏଥିରେ ସେ ପ୍ରତିବାଦ କରବାରୁ ଅପରପକ୍ଷ ମାନେ ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ଏନେଇ କାମିନୀ ଗତ ଜାନୁଆରୀ ୨୬ରେ ତିହିଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅପର ପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କାମିନୀ ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗତ ୨୨.୨.୨୧ ତାରିଖରେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ତାଙ୍କୁ କୌଣସି ନ୍ୟାୟ ମିଳୁ ନଥିବା ବେଳେ ଅପରପକ୍ଷ ମାନେ ତାଙ୍କୁ ବାଟରେ ଘାଟରେ ଅଟକାଇ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିବା ଅଭିଯୋଗ କରି କାମିନୀ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking