27.1 C
Bhubaneswar
Wednesday, May 8, 2024
Homeଓଡିଶାଆଶିଆନା ହସ୍ତକ୍ଷେପରେ ବିବାହକଲେ ପ୍ରେମୀଯୁଗଳ

ଆଶିଆନା ହସ୍ତକ୍ଷେପରେ ବିବାହକଲେ ପ୍ରେମୀଯୁଗଳ

ଭଦ୍ରକ : ମହିଳା ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ଦ୍ୱାରା ପ୍ରଯୋଜିତ ସୋସାଇଟି ଫର ଉଇକର୍ କମ୍ୟୁନିଟି ଦ୍ୱାରା ପରିଳାଳିତ ଆଶିଆନା ସ୍ୱଧାର ଗୃହର ଅନ୍ତେବାସିନୀ ସୁଭଦ୍ରା ପୁହାଣ ତାଙ୍କ ପ୍ରେମିକ ସୁକାନ୍ତ ଲାହାଙ୍କୁ କୁଆଁସ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି ।  ସୁଭଦ୍ର ଓ ସୁକାନ୍ତ ଦୀର୍ଘ ୬ବର୍ଷ ଧରି ଉଭୟେ ପ୍ରେମ କରି ଆସୁଥିଲେ । ମାତ୍ର ସୁକାନ୍ତ ବିବାହ କରିବାକୁ ଦିନ ଗଡ଼ାଇ ଚାଲିଥିଲେ । ଯାହା ସୁଭଦ୍ରାଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଉପାୟଶୂନ୍ୟ ହୋଇ ସୁଭଦ୍ରା ଗତ ୧୭ ତାରିଖରେ ଘରୁ ପଳେଇ ଆସି ସୁକାନ୍ତଙ୍କ ଘରେ ପହଞ୍ଚିବା ସହିତ ତାଙ୍କୁ ବିବାହ କରିବାକୁ ଜିଦ୍ କରିଥିଲେ ।

ନଚେତ ସେ ସୁକାନ୍ତଙ୍କ ଘରେ ଜବରଦସ୍ତ ରହିବେ ବୋଲି କହିଥିଲେ । ଫଳରେ ବିବାଦ ଦେଖାଦେବା ସହ କଥା ଆଶିଆନା ପର୍ଯ୍ୟନ୍ତ ଯାଇଥିଲା । ଆଶିଆନାର ନିର୍ଦ୍ଦେଶିକା ସୋଫିଆ ସେଖ ସୁଭଦ୍ରାଙ୍କୁ ଆଣି ସ୍ୱଧାର ଗୃହରେ ଆଶ୍ରୟ ଦେବା ସହିତ ଉଭୟ ପରିବାର ସହ ଯୋଗାଯୋଗ କରି ବିବାହ ପାଇଁ ଆଲୋଚନା କରାଯାଇଥିଲା । ପରେ ଉଭୟ ପରିବାର ରାଜି ହେବାରୁ ଆଶିଆନାର ସହଯୋଗରେ ଏହି ବିବାହ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକୁ ଆଶିଆନାରେ ସଂଯୋଜକ ରିୟାଜ ଅହେମ୍ମଦ, ପରାମର୍ଶଦାତ୍ରୀ ଅନିମା ପଣ୍ଡା, କର୍ମକର୍ତ୍ତା ଶାନ୍ତିଲତା ସ୍ୱାଇଁ ପ୍ରମୁଖ କୋଭିଡ଼ କଟକଣାରେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking