26.1 C
Bhubaneswar
Friday, May 10, 2024
Homeଓଡିଶାଭୁବନେଶ୍ବର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବାସୁଦେବ !

ଭୁବନେଶ୍ବର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବାସୁଦେବ !

ଭୁବନେଶ୍ୱର:ବିଜେଡି,ବିଜେପି ଓ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା ଛାତ୍ର ଜୀବନରୁ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ବାସୁଦେବ ଭଟ୍ଟ ବର୍ତ୍ତମାନ ଓଡ଼ିଶା ଅଭିଭାବକ ମହାସଂଘର ରାଜ୍ୟ ସଭାପତି ଅଟନ୍ତି l ତେବେ ଭୁବନେଶ୍ବର ଭଳି ଏକ ଗୁରୁତ୍ବପୂର୍ଣ୍ଣ ଆସନରୁ ସେ ନିର୍ବାଚନ ଲଢ଼ିବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ା କିନ୍ତୁ କେଉଁ ଦଳ ତରଫରୁ ନିର୍ବାଚନ ଲଢ଼ିବେ, ଯଦିଓ ସେ ସମ୍ପର୍କରେ କିଛି କହି ନାହାନ୍ତି, ତେବେ ଭବିଷ୍ୟତରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସମ୍ଭାବନା ଦେଖା ଦେଇଛି

ଭୁବନେଶ୍ବର ଭଳି ଲୋକସଭା ଆସନରେ ବର୍ତ୍ତମାନ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇ ନିଜର ସଂସଦୀୟ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ପୁଣି ଥରେ ଅପରାଜିତା ନିଜ ନାମକୁ ବ୍ରାଣ୍ଡିଂ କରି ବିଜେପି ଦଳରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ପ୍ରଚାର ଜୋରଦାର ଜାରି ରଖିଛନ୍ତି

ତେବେ ଏଭଳି ପରିସ୍ଥିତିରେ ବିଜେଡିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ଅରୂପ ପଟ୍ଟନାୟକ ଓ ରାଜ୍ୟ ଶ୍ରମିକ ବୋର୍ଡ ଅଧକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାଁ ଭୁବନେଶ୍ବରରୁ ନିର୍ବାଚନ ଲଢ଼ିିବେ ବୋଲି ଶୁଣିବାକୁ ମିଳୁଥିବା ବେଳେ କଂଗ୍ରେସରୁ ଏଥର କିଏ ନିର୍ବାଚନ ଲଢ଼ିବ,ତାହା ଜଣାପଡ଼ି ନାହିଁ ା

ତେଣୁ ଆଗକୁ ସାଧାରଣ ର୍ନିବାଚନ ହେବାକୁ ଅଳ୍ପ ଦିନ ବାକି ଥିବା ବେଳେ ବିଭିନ୍ନ ବିଧାନସଭା ମଣ୍ଡଳୀରେ ଦଳର ମିଶ୍ରଣ ପର୍ବ ଚାଲିଛି ଏବଂ ଏବେ ବିଭିନ୍ନ ଦଳରୁ ନୂଆ ନୂଆ ଆଶାୟୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଲାଣି ା ତେବେ ଏମାନଙ୍କ ଭିତରେ ଭୁବନେଶ୍ବର ଲୋକସଭା ଆସନରେ ଓଡ଼ିଶା ଅଭିଭାବକ ମହାସଂଘ ରାଜ୍ୟ ସଭାପତି ବାସୁଦେବ ଭଟ୍ଟଙ୍କ ନାଁ ସର୍ବାଗ୍ରେ ରହିଥିବା ଚର୍ଚ୍ଚା ଜୋର ଧରିଛି ା ତେକବେ କେଉଁ ଦଳରୁ ପ୍ରାର୍ଥୀ ହେବେ ଏ ନେଇ କୌଣସି ସୂଚନା ନଥିଲେ ମଧ୍ୟ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି l ଏ ନେଇ ଦଳର ପ୍ରମୁଖ ନେତାଙ୍କ ସହ ଆଲୋଚନା ଶେଷ ହୋଇଛି ା

ଭୁବନେଶ୍ବର ଲୋକସଭା ଆସନଟି ଜୟଦେବ, ଉତ୍ତର-ମଧ୍ୟମ-ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଦା ଆଦି ୭ଟି ବିଧାନସଭା ମଣ୍ଡଳୀକୁ ନେଇ ଗଠିତ ଏବଂ 12 ଲକ୍ଷ ମତଦାତା ଏଥିରେ ଭୋଟ ଦାନ କରିବେ l ଭୁବନେଶ୍ବର ଲୋକସଭା ଆସନଟି ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ସର୍ବନିମ୍ନ ୫ ଲକ୍ଷ ମତଦାତାଙ୍କ ଭୋଟ ସଂଗ୍ରହ କରିବା ଦରକାର l ତେଣୁ ଜଣେ ଜଣାଶୁଣା ନବାଗତ ଚେହେରା, ନିଜସ୍ବ ଭୋଟ ବ୍ୟାଙ୍କ ଓ ଦଳୀୟ ସମର୍ଥନ ଥିଲେ ହିଁ ନିର୍ବାଚନ ଜିତିବା ସମ୍ଭବ ହୋଇପାରିବ l

ତେଣୁ ବାସୁଦେବ ଭଟ୍ଟଙ୍କର ନିଜସ୍ବ ଭୋଟ ବ୍ୟାଙ୍କ କେତେ ଅଛି ଏବଂ କେଉଁ ଦଳ ତାଙ୍କୁ ସମର୍ଥନ କଲେ, ସେ ଜିତିବେ, ଆସନ୍ତୁ ଜାଣିବା..

ବାସୁଦେବ ଭଟ୍ଟ ବର୍ତ୍ତମାନ ଓଡ଼ିଶା ଅଭିଭାବକ ମହାସଂଘର ରାଜ୍ୟ ସଭାପତି ଅଛନ୍ତି ଏବଂ ଜୟଦେବ ନିର୍ବାଚନମଣ୍ଡଳୀର ଜଣେ ଜଣାଶୁଣା ଯୁବ ସଂଗଠକ ଅଟନ୍ତି l ଛାତ୍ର ରାଜନୀତିରୁ ସେ ଭୁବନେଶ୍ବରରେ ରହି ବିଭିନ୍ନ ସଂଗଠନ ସହ ଜଡ଼ିତ ଅଛନ୍ତି l ମହାନଦୀ ବଂଚାଅ ଆନ୍ଦୋଳନ, ରାଜ୍ୟ ସଂକୀର୍ତ୍ତନ ମହାସଂଘ, ରୋଟାରୀ ଅନୁଷ୍ଠାନ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ସମେତ ଓଡ଼ିଶାର ବହୁ ଅଗ୍ରଣୀ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ରହି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସଂଗ୍ରାମ ଜାରି ରଖିଛନ୍ତି ା ଓଡ଼ିଶାରେ ସେ ବିଜେଡି, ବିଜେପି ଓ କଂଗ୍ରେସର ରାଜ୍ୟ ନେତୃବୃନ୍ଦଙ୍କ ସହ ତାଙ୍କର ପୂର୍ବରୁ ସୁସମ୍ପର୍କ ରହିଛି l

ତେଣୁ ବାସୁବଦେବ ଭଟ୍ଟ ବର୍ତ୍ତମାନ ଭୁବନେଶ୍ବରର ଜଣେ ଜଣାଶୁଣା ଯୁବ ଚେହେରା ଭାବେ ଲୋକପ୍ରିୟ ଅଛନ୍ତି ଏବଂ ସବୁ ଶିକ୍ଷାନୁଷ୍ଠାନର ଅଭିଭାବକ ମାନଙ୍କ ମୁଖ୍ୟ ଭାବେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସ୍ବରକୁ ଉଠାଇ ଆସୁଛନ୍ତି ଏବଂ ସେ ବିଭିନ୍ନ ଉଲ୍ଲେଖନୀୟ କାମ କରି ସମସ୍ତଙ୍କ ପରିଚିତ ହୋଇପାରିଛନ୍ତି l ତେଣୁ ତାଙ୍କ ନେତୃତ୍ବକୁ ପ୍ରାୟ ହଜାର ହଜାର ସଂଖ୍ୟାରେ ଅଭିଭାବକ ଓ ଛାତ୍ର ଛାତ୍ରୀ ସମର୍ଥନ କରୁଛନ୍ତି l ଭୁବନେଶ୍ୱର ଓ ପାଖାପାଖି ପ୍ରାୟ 450 ରୁ ଉର୍ଦ୍ଧ ବେସରକାରୀ ସ୍କୁଲର ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ ଅଭିଭାବକ ସହଯୋଗ ପାଇଁ ଆଗକୁ ଆସିବେ, ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସମୟରେ ତାଙ୍କର ସମର୍ଥନ ଏକ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା l ସରକାର ଡରାଉଥିଲେ ମାତ୍ର ତାଙ୍କ ସମର୍ଥନ ଫଳରେ ସରକାର ଆଲୋଚନାରେ ସମାଧାନ କଲେ, ସେମାନେ ଖୋଲା ସମର୍ଥନ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତ ନିର୍ବାଚନରେ କରିଥିଲେ ମାତ୍ର ଏଥର ବାସୁଦେବ ଭଟ୍ଟ ତାଙ୍କର ପ୍ରଥମ ପସନ୍ଦ ହେବ l ସେପରି କଲେଜ ଶିକ୍ଷକ, ଅସ୍ଥାୟୀ କର୍ମଚାରୀ ମାନେ, ଆଉଟ ସୋର୍ସିଙ୍ଗ ସଂଘ, ରୋଟାରି, ଯୁବକ ମାନଙ୍କ ନିଯୁକ୍ତି ହେଉ ବା ଅନ୍ୟାନ୍ୟ ପ୍ରାୟ 30 ସଂଘଠନ ସହ ସିଧା ଜଡିତ ଥିବାରୁ ପାଖାପାଖି ଅଢ଼େଇ ଲକ୍ଷରୁ ତିନି ଲକ୍ଷ୍ୟ ଉର୍ଦ୍ଧ୍ବ ମତଦାତାଙ୍କ ସ୍ୱାଧୀନ ସମର୍ଥନ ରହିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି l ତେବେ କେଉଁ ଦଳର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନ କଲେ ବାସୁଦେବ କଣ କହୁଛନ୍ତି

ତେବେ ସେ ଯାହା ହେଉ, ବାସୁଦେବ ଭଟ୍ଟ ଆଗାମୀ ଲୋକସଭା ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରୁ ନିର୍ବାଚନ ଲଢ଼ିବେ, ପରେ ବିଧିବଦ୍ଧ ଭାବେ ଘୋଷଣା କରିବେ ଏବଂ ତାଙ୍କୁ ଦଳମତ ନିର୍ବିଶେଷରେ ଅକୁଣ୍ଠ ସମର୍ଥନ ରହିବ, ଏଥିରେ ନିସନ୍ଦେହ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking