31.1 C
Bhubaneswar
Monday, May 20, 2024
Homeଖେଳ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ପ୍ରଥମେ ନେଦର୍‌ଲାଣ୍ଡ୍‌ସ୍‌ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ଇଲଣ୍ଡ୍‌

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ପ୍ରଥମେ ନେଦର୍‌ଲାଣ୍ଡ୍‌ସ୍‌ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ଇଲଣ୍ଡ୍‌

ପୁଣେ : ଆଜି ପୁଣେସ୍ଥିତ ‘ଏମ୍‌.ସି.ଏ. ଷ୍ଟାଡିୟମ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଇଂଲଣ୍ଡ୍‌ ଟିମ୍‌ର ଅଧିନାୟକ ଜସ୍‌ ବଟ୍‌ଲର୍‌ ପ୍ରଥମେ ନେଦର୍‌ଲାଣ୍ଡସ୍‌ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୧.୨ ଓଭର୍‌ ଖେଳି କୌଣସି ୱିକେଟ୍‌ ହରାଇ ଇଂଲଣ୍ଡ୍‌ ୧୦ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ୍‌ ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ଜନି ବେୟାର୍‌ଷ୍ଟୋନ୍‌ ଓ ଡେୱିଡ୍‌ ମାଲାନ୍‌। ନେଦର୍‌ଲାଣ୍ଡ୍‌ସ୍ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଆର୍ଯ୍ୟାନ ଦତ୍ତ ଓ ଲଗାନ୍‌ ଭାନ୍‌ ବିକ୍‌। ‘ଟସ୍‌’ ଜିଣିବା ପରେ ଇଂଲଣ୍ଡ୍‌ ଟିମ୍‌ର ଅଧିନାୟକ ଜସ୍‌ ବଟ୍‌ଲର୍‌ କହିଛନ୍ତି, ୱିକେଟ୍‌ ଭଲ ଦିଶୁଛି। ତେଣୁ ଆମକୁ ଭଲ ରନ୍‌ ସଂଗ୍ରହ କରିବାକୁ ପଡ଼ିବ। ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌। ଏ ଖେଳ ଜିତିବାକୁ ପଡ଼ିବ। ତ୍ରୁଟି ସୁଧାରିବା ପାଇଁ ସମୟ ଅଛି। ଭଲ ଖେଳିବା ଆବଶ୍ୟକ। ନେଦର୍‌ଲାଣ୍ଡ୍‌ସ୍‌ର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ କହିଛନ୍ତି, ଭଲ କ୍ରିକେଟ୍‌ ଖେଳିବା ଆବଶ୍ୟକ‌ ବୋଲି ଗୋଟାଏ ଟିମ୍‌ ଭାବରେ ମୁଁ କହିଛି। ଖେଳାମାନେ ଯେମିତି ଖେଳିଛନ୍ତି, ସେଥିପାଇଁ ଗୌରବାନ୍ବିତ ମନେ କରୁଛି। ଖେଳିବାକୁ ଥିବା ୨ଟି ମ୍ୟାଚ୍‌ରେ ଅଧିକ ପାରଦର୍ଶିତା ଦେଖାଇବାକୁ ପଡ଼ିବ।

ଆଜି ଇଂଲଣ୍ଡ୍‌ ଏକାଦଶରେ ଖେଳୁଛନ୍ତି, ଜସ୍‌ ବଟ୍‌ଲର୍‌ (ଅଧିନାୟକ/ୱିକେଟ୍‌ରକ୍ଷକ), ମୋଇନ୍‌ ଅଲି, ଗସ୍‌ ଏଟ୍‌କିନ୍‌ସନ୍, ଜନି ବେୟାର୍‌ଷ୍ଟୋନ୍‌, ସାମ୍‌ କ୍ୟୁରାନ୍‌, ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌, ଡେୱିଡ୍‌ ମାଲାନ୍‌, ଆଦିଲ୍‌ ରଶିଦ୍‌, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌, ବେନ୍‌ ଷ୍ଟୋକ୍ସ୍‌, ବ୍ରାଇଡନ୍‌ କାର୍ସେ, ଡେଭିଡ୍‌ ୱିଲି, ମାର୍କ ଉଡ୍‌ ଓ କ୍ରିସ୍‌ ୱଆକ୍‌ସ୍‌।

ସେହିପରି, ନେଦର୍‌ଲାଣ୍ଡ୍‌ସ୍‌ ଏକାଦଶରେ ଖେଳୁଛନ୍ତି, ସ୍କଟ୍‌ ଏଡ୍‌ୱାର୍ଡ, (ଅଧିନାୟକ/ୱିକେଟ୍‌ରକ୍ଷକ), ମ୍ୟାକ୍ସ୍‌ ଓ’ଡାଓଡ୍‌, ବାସ୍‌ ଡି ଲିଡ୍‌, ବିକ୍ରମ ସିଂହ, ତେଜା ନିଦାମାନୁରୁ, ପଲ୍‌ ଭାନ୍‌ ମୀକେରେନ୍‌, କଲିନ୍‌ ଆକର୍‌ମାନ୍‌, ରୋଲଫ୍‌ ଭାନ୍‌ ଡର୍‌ ମିର୍‌ୱେ, ଲଗାନ୍‌ ଭାନ୍‌ ବିକ୍‌, ଆର୍ଯ୍ୟାନ୍‌ ଦତ୍ତ, ରିୟାନ୍‌ କ୍ଲିନ୍‌, ୱେଜ୍‌ଲି ବେରିସି, ସକିବ୍ ଜୁଲ୍‌ଫିକାର୍‌ ଓ ଶାରିଜ୍‌ ଅହମଦ୍‌।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking