30.1 C
Bhubaneswar
Monday, May 6, 2024
Homeଓଡିଶାବାରିପଦା ପିଆରଏମ୍ ମେଡିକାଲ କଲେଜ ଛାତ୍ର ସଭାପତିଙ୍କୁ କିରାଣୀଙ୍କ ଆକ୍ରମଣ ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା, ୨ଛାତ୍ର...

ବାରିପଦା ପିଆରଏମ୍ ମେଡିକାଲ କଲେଜ ଛାତ୍ର ସଭାପତିଙ୍କୁ କିରାଣୀଙ୍କ ଆକ୍ରମଣ ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା, ୨ଛାତ୍ର ଆହତ ସହ ଜଣେ କିରାଣି ଆହତ

ମୟୂରଭଞ୍ଜ( ଘାସିରାମ ବେହେରାା): ପିଆର ଏମ୍   ମେଡ଼ିକାଲ କଲେଜ ପରିସରରେ ଉତ୍ତେଜନା। କଲେଜରେ କାର୍ଯ୍ୟରତ କିରାଣୀ ଓ ଛାତ୍ର ମୁହାଁମୁହିଁରୁ ହାତାହାତି। ଉଭୟ ପକ୍ଷ ଆହତ। ଥାନାରେ ମାମଲା। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲେ ମୟୂରଭଞ୍ଜ ଏସପି। ଉତ୍ତେଜନାମୂଳକ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଏକ ପ୍ଲାଟୁନ ଫୋର୍ସ ମୁତୟନ। ତେବେ ମୟୁରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଛାତ୍ର ସଭାପତିଙ୍କୁ କଲେଜ କିରାଣୀଙ୍କ ଆକ୍ରମଣ ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା। କଲେଜ କିରାଣୀ ଏବଂ ଏମବିବିଏସ ଛାତ୍ର ମୁହାଁମୁହିଁ ହୋଇଥିବା ବେଳେ 2ଛାତ୍ର ଆହତ ହୋଇଥିବା ବେଳେ ଜଣେ କିରାଣି ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହୋଇଛି। ତେବେ ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ କରୋନା ପରବର୍ତ୍ତୀ ସମୟର ଦୀର୍ଘ 3ମାସ ଧରି ଛାତ୍ରଛାତ୍ରୀଙ୍କ ରୁମକୁ ଠିକ ସମୟରେ ପାଣି ନଆସିବା, ସୁଇପର ନଆସିବା, କଲେଜ କ୍ୟାମ୍ପସରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ପଡି ଦୁର୍ଗନ୍ଧମୟ ହେବା ଏବଂ ବିଭିନ୍ନ ମୌଳିକସମସ୍ୟା ନେଇ କଲେଜ “ଡିନ” ରମାରମଣ ମହାନ୍ତିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଡିନ ରୂମଙ୍କୁ ପଶି ଶାନ୍ତିପୂର୍ଣ୍ଣ ଭାବରେ ଛାତ୍ରଛାତ୍ରୀ ଆଲୋଚନା କରିଥିଲେ। ହେଲେ କଲେଜର10 ଜଣ କିରାଣୀ ଛାତ୍ରଛାତ୍ରୀ ମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଆହତ ଛାତ୍ର ଅଭିଯୋଗ ଆଣିଛନ୍ତି। ତେବେ ଡ଼ିନ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ କଲେଜରେ କାର୍ଯ୍ୟରତ କିରାଣୀମାନଙ୍କ ପକ୍ଷରୁ ଉଦ୍ଧେଶ୍ୟମୂଳକ ଭାବେ ଆଲୋଚନାକୁ ଟାଣି ହୋଇ ଆସିବାରୁ ଘଟଣା ଆହୁରି ସାଙ୍ଘାତିକ ହୋଇଥିଲା। ଯୁକ୍ତିତର୍କ ବଢ଼ିବାରୁ କିରାଣୀ ଛାତ୍ରମାନଙ୍କୁ ହାତ ଉଠାଇଥିଲେ। ପରେ ଏମବିଏସ ର ଛାତ୍ରମାନେ କାହିଁକି ହାତ ଉଠାଇବା ନେଇ ପଚାରିବାରୁ କିଛି କିରାଣୀ ଅଚାନକ ଛାତ୍ର ସଭାପତିକୁ ଆକ୍ରମଣ କରିଥିଲେ ଯାହାକୁନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେପଟେ କରାଣୀଙ୍କ ଉପରେ ପାଲଟା ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆହତ କିରାଣି ଆଣିଛନ୍ତି। ଘଟଣାସ୍ଥଳରେ ଏସପି ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ମେଡିକାଲ କଲେଜ ପରିସରରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking