34.1 C
Bhubaneswar
Friday, March 29, 2024
Homeଅପରାଧଟ୍ରକ ଚାପାରେ ପଥିକର ମୃତ୍ୟୁ

ଟ୍ରକ ଚାପାରେ ପଥିକର ମୃତ୍ୟୁ

 


ମୟୂରଭଞ୍ଜ : ୧୬ଚକିଆ ଟ୍ରକ ଚାପାରେ ଅଜଣା ଯୁବକଙ୍କ ଶୋଚନୀୟ ମୃତ୍ୟୁ। ଘଟଣାଟି ଘଟିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ନିକଟ ମୁର୍ମୁ ଛକରେ। ଥାନା ଠାରୁ ଅଳ୍ପ ଦୂରରେ ଥିବା ୨୨୦ନଂ ଜାତୀୟ ରାଜପଥର ମୁର୍ମୁ ଛକରେ ଏକ ୧୬ ଚକିଆ ଟ୍ରକ ଦୁର୍ଘଟଣାରେ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଆଜି ରାଇରଙ୍ଗପୁର ମୁର୍ମୁ ଛକଠାରୁ ୧୦୦ ମିଟର ଦୂର ଜାତୀୟ ରାଜପଥ ପାର୍ଶ୍ବରେ ସାପ୍ତାହିକ ହାଟ । ହାଟ ପାଇଁ ଗହଳି ଲାଗିଥିଲା । ଲୋକେ ହାଟ ପାଇଁ ଚଳଚଂଚଳ ହୋଇ ରାସ୍ତାପାର ହୁଅନ୍ତି । ଏହି ସମୟରେ ଟାଟା ପଟୁ ରାଇରଙ୍ଗପୁର ଆସୁଥିବା ଓଡି ୦୯ ଏନ ୬୬୭୪ ଅଶୋକଲିଲାଣ୍ଡ ଟ୍ରକ ରାସ୍ତାକଡ଼ରେ ଥିବା ଏକ ଯୁବକକୁ ଧକ୍କା ଦେଇଥିଲା ।ଯୁବକ ଜଣକ ତଳେ ପଡିଯିବାରୁ ଟ୍ରକ ପଛ ଛକରେ ଚାପି ହୋଇଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରାଇରଙ୍ଗପୁର ଆଇଆଇସି ରେଣୁବାଳା ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲରକୁ ପଠାଇ ଟ୍ରକଟିକୁ ଜବତ କରିଛନ୍ତି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ମୃତ ଯୁବକର ପରିଚୟ ମିଳିପାରିନଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking