29.1 C
Bhubaneswar
Monday, May 6, 2024
Homeଓଡିଶାନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍

ନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍

କଟକ : ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ ହୋଇଛି ବାରବାଟୀ ଗ୍ରାଉଣ୍ଡ ମରାମତି । ପୂରା ଫିଲ୍ଡକୁ ବାଲିରେ ପୋତାଯାଇ ତିଆରି କରାଯାଉଛି । ଏଥିପାଇଁ ପିଚ୍ କ୍ୟୁରେଟରଙ୍କୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନିଂ । ୧୯୯୬ ଅକ୍ଟୋବର ୨୭ ବର୍ଷା ଯୋଗୁଁ ବାରବାଟୀରେ ବାତିଲ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ ଓ୍ୱାନଡେ ମ୍ୟାଚ। ୨୦୧୩ ଅକ୍ଟୋବର ୨୬ରେ ପୁଣିଥରେ ବାରବାଟୀରେ ଉଭୟ ଟିମ୍ ମଧ୍ୟରେ ଓ୍ୱାନଡେ ମ୍ୟାଚ ଖେଳାଯିବାକୁ ଥିବାବେଳେ ବାଧକ ସାଜିଥିଲା ବର୍ଷା। ଫଳରେ ମ୍ୟାଚଟି ସଂପୂର୍ଣ୍ଣ ବାତିଲ ହୋଇଥିଲା । ଏଭଳି ସମସ୍ୟା ଦୂର କରିବା ପାଇଁ ଏବେ ବାରବାଟୀ ଷ୍ଟାଡିୟମରେ ନୂଆ ଟେକ୍ନୋଲୋଜି ଦ୍ୱାରା ତିଆରି ହେଉଛି ଆଉଟ ଫିଲ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking