28.1 C
Bhubaneswar
Wednesday, April 24, 2024
Homeଓଡିଶାସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ

ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ 2ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି l ଏହି ନିର୍ବାଚନ ମଣ୍ଡଳୀର -ଡୁବୁରି ଛକରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି l ଡୁବୁରି ଛକ ସ୍ଥିତ ଦାସ କମ୍ପ୍ଲେକ୍ସରେ ବିଳମ୍ବିତ ରାତିରେ  ପୁଜା ସାମଗ୍ରୀ ଦୋକାନ କରିଥିବା ଡୁବୁରି ଗ୍ରାମର ରବୀନ୍ଦ୍ର ପଣ୍ଡା ଓ ଗୌରାଙ୍ଗ ମହାନ୍ତଙ୍କ ମୋବାଇଲ ରିପାୟରିଂ ଦୋକାନରେ ଅଚାନକ ନିଆଁ ଲାଗିଯାଇଥିଲା । ତୁରନ୍ତ ଖବର ପାଇ କଳିଙ୍ଗନଗର ପିସିଆର ଟିମ ଘଟଣା ସ୍ଥଳରେ ପଂହଁଚି ଟାଟା କମ୍ପାନୀର ଦମକଳ ବିଭାଗ ଯୋଗାଯୋଗ କରିଥିଲେ l

ଟାଟା କମ୍ପାନୀର ତିନୋଟି ଦମକଳ ପହଁଚି ନିଆଁକୁ ନିୟନ୍ତ୍ରଣ ମଧ୍ୟରେ ଆୟତ୍ତ କରିଥିଲେ । ସୂଚନା ମୁତାବକ ଦୁଇଟି ଦୋକାନରେ 5ଲକ୍ଷ ଟଙ୍କାରୁ ଜିନିଷ ପତ୍ର ପୋଡି ନଷ୍ଟ ହୋଥିବାର ଖବର ମିଳିଛି । ଅନ୍ୟପକ୍ଷରେ, ଦାନଗଦି ବ୍ଲକ ଅନ୍ତର୍ଗତ ଚିତ୍ରୀ ପଞ୍ଚୟତ ଟୋଲକାନି ଗ୍ରାମରେ ଭୟାବହ ଅଗ୍ନୀକାଣ୍ଡ ଘଟି ପଦ୍ମନାଭ ବେହେରଙ୍କ 4ଟି ବଖରା ଘର ପୋଡି ହୋଯାଇଛି। ଘର ସମ୍ପୂର୍ଣ ପୋଡି ଯିବା ସଂଗେ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡିଯାଇଛି l ଖବର ପାଇ ସୁକିନ୍ଦା ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲାl ନିଆଁ ଲାଗିଥିବାର କାରଣ ଅସ୍ପଷ୍ଟ ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking