33.1 C
Bhubaneswar
Sunday, May 5, 2024
Homeଆଇପିଏଲ୍ -2022୭ ୱିକେଟ୍‌ରେ ହାରିଲା ରାଜସ୍ଥାନ, ବାଙ୍ଗାଲୋରର ପ୍ଲେଅଫ୍ ଆଶା ଉଜ୍ଜୀବିତ

୭ ୱିକେଟ୍‌ରେ ହାରିଲା ରାଜସ୍ଥାନ, ବାଙ୍ଗାଲୋରର ପ୍ଲେଅଫ୍ ଆଶା ଉଜ୍ଜୀବିତ

ଦୁବାଇ: ବୁଧବାର ଏଠାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ଚତୁର୍ଦ୍ଦଶ ସଂସ୍କରଣର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ୭ ୱିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ରାଜସ୍ଥାନ ରୟାଲ୍ସ ଓପ୍ନର୍ ଏଭିନ୍ ଲୁଇସ୍ (୫୮)ଙ୍କ ଅର୍ଦ୍ଧଶତକ ସହାୟତାରେ ୯ ୱିକେଟ୍ ବିନିମୟରେ ୧୪୯ ରନ୍ କରିଥଲା । ଜବାବରେ ବାଙ୍ଗାଲୋର ଗ୍ଲେନ୍ ମାକ୍ସୱେଲ୍ (୫୦)ଙ୍କ ଅର୍ଦ୍ଧଶତକ ଏବଂ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ଶ୍ରୀକର୍ ଭରତ (୪୪)ଙ୍କ ଜୋର୍‌ଦାର ବ୍ୟାଟିଂ ବଳରେ ୧୭.୧ ଓଭର୍‌ରେ ୩ ୱିକେଟ୍ ବିନିମୟରେ ୧୬୩ ରନ୍ କରି ବିଜୟୀ ହୋଇଥିଲା । ଏହା ସହିତ ବାଙ୍ଗାଲୋରର ପ୍ଲେଅଫ୍ ଆଶା ଉଜ୍ଜୀବିତ ହୋଇଛି । ଦୁଇ ଓପ୍ନର୍ କ୍ୟାପ୍‌ଟେନ୍ ବିରାଟ କୋହଲି (୨୫) ଓ ଦେବଦତ୍ତ ପାଡିକ୍କଲ୍ (୨୨) ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୪୮ ରନ୍ ଯୋଗ କରିଥିବା ବେଳେ ମୁସ୍ତାଫିଜୁର୍ ରହମାନ୍ ପାଡିକ୍କଲ୍‌ଙ୍କୁ ଆଉଟ୍ କରି ଏହି ପାର୍ଟନର୍‌ଶିପ୍ ଭାଙ୍ଗି ଥିଲେ । ପାଡିକ୍କଲ୍ ୧୭ ବଲ୍‌ର ସମ୍ମୁଖୀନ ହୋଇ ୪ଟି ଚୌକା ଲଗାଇଥିଲେ । ପରେ କୋହଲି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ । ଚୌକା ମାରି ଇନିଂସ୍ ଆରମ୍ଭ କରିଥିବା କୋହଲିଙ୍କ ଇନିଂସ୍‌ରେ ୪ଟି ଚୌକା ସାମିଲ ଥିଲା । ପରେ ଶ୍ରୀକର ଓ ମାକ୍ସୱେଲ୍ ଇନିଂସ୍ ସମ୍ଭାଳି ୩ୟ ୱିକେଟ୍ ପାଇଁ ୫୩ ରନ୍ ଯୋଗ କରିଥିଲେ । ତେବେ ମୁସ୍ତାଫିଜୁର୍ ଶ୍ରୀକରଙ୍କୁ ବଦଳ ଖେଳାଳି ଅନୁ ରାୱତ୍‌ଙ୍କ ଦ୍ୱାରା କ୍ୟାଚ୍ କରାଇ ତାଙ୍କୁ ଅର୍ଦ୍ଧଶତକରୁ ବଞ୍ଚିତ କରିଥିଲେ । ପରେ ଯୋଗ ଦେଇଥିବା ଏବି ଡିଭିଲିୟର୍ସ ଓ ମାକ୍ସୱେଲ୍ ୧୭ ବଲ୍ ବାକି ଥିବାବେଳେ ମ୍ୟାଚ୍‌କୁ ଜିତି ନେଇଥିଲେ । ମାକ୍ସୱେଲ୍ ୩୦ ବଲ୍‌ରୁ ୬ ଚୌକା ଓ ଗୋଟିଏ ଛକା ସହ ୫୦ ରନ୍ କରି ଅପରାଜିତ ଥିବା ବେଳେ ଡିଭିୟର୍ସ ୪ ରନ୍ କରିଥିଲେ । ପୂର୍ବରୁ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ଭଲ ଥିଲା । ଦୁଇ ଓପ୍ନର୍ ଏଭିନ୍ ଲୁଇସ୍ (୫୮) ଓ ଜଶସ୍ୱୀ ଜୟସ୍ୱାଲ୍ (୩୧) ପ୍ରଥମ ୱିକେଟ୍ ପାଇଁ ୮.୧ ଓଭର୍‌ରେ ୭୭ ରନ୍ ଯୋଡ଼ିଥିଲେ । ତେବେ ଜୟସ୍ୱାଲ୍‌ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ୍ ବାଙ୍ଗାଲୋର୍‌କୁ ପ୍ରଥମ ସଫଳତା ଦେଇଥିଲେ । ଆଇପିଏଲ୍ ଡେବ୍ୟୁ କରିଥିବା ଜର୍ଜ ଗାର୍ଟନ୍ ଉନ୍ନତ ଫର୍ମରେ ଥିବା ଲୁଇସ୍‌ଙ୍କୁ ୱିକେଟ୍ ପଛରେ ଶ୍ରୀକର ଭରତଙ୍କ ଦ୍ୱାରା କ୍ୟାଚ୍ କରାଇ ରାଜସ୍ଥାନକୁ ଦ୍ୱିତୀୟ ଧକ୍କା ଦେଇଥିଲେ । ଲେଭିସ୍ ୩୭ ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ ୫୮ ରନ୍ କରିଥିବା ବେଳେ ଏହା ଆଇପିଏଲ୍‌ରେ ତାଙ୍କର ୩ୟ ତଥା ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରଥମ ଅର୍ଦ୍ଧଶତକ ଥିଲା । ୟଜୁବେନ୍ଦ୍ର ଚହଲ ମହିପାଲ୍ ଲୋମରର୍ (୩)ଙ୍କୁ ଆଉଟ୍ କରିବା ପରେ ଶାହବାଜ୍ ଅହମଦ ପରବର୍ତ୍ତୀ ଓଭର୍‌ରେ ସଞ୍ଜୁ ସାମ୍‌ସନ୍ (୧୯) ଓ ରାହୁଲ ଟେୱଟିଆ (୨)ଙ୍କୁ ପ୍ୟାଭିଲିୟନ୍ ପଠାଇ ରାଜସ୍ଥାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଟିମ୍ ମାତ୍ର ୭ ରନ୍ ମଧ୍ୟରେ ଏହି ୩ଟି ବଡ଼ ୱିକେଟ୍ ହରାଇଥିଲା । ପରେ ମୁମ୍ବାଇ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ହର୍ଷଲ୍ ପଟେଲ୍‌ଙ୍କ ଯାଦୁ ପୁଣିଥରେ ଦେଖିବାକୁ ମିଳିଥିଲା । ଅନ୍ତିମ ଓଭର୍‌ରେ ସେ ୩ଟି ୱିକେଟ୍ ନେଇ ରାଜସ୍ଥାନକୁ ୧୪୯ ରନ୍‌ରେ ରୋକିଥିଲେ । ସେ ଲଗାତାର ବଲ୍‌ରେ ରିୟାନ୍ ପରାଗ (୯) ଓ କ୍ରିସ୍ ମୋରିସ୍ (୧୪)ଙ୍କୁ ଆଉଟ୍ କରିଥିଲେ । ତେବେ ସେ ହ୍ୟାଟ୍ରିକ୍ ପୂରଣ କରିବାରେ ସଫଳ ହୋଇନଥିଲେ । ଶେଷ ବଲ୍‌ରେ ଚେତନ ସାକାରିୟା (୨)ଙ୍କୁ ଆଉଟ୍ କରି ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ । ଏହି ମ୍ୟାଚ୍‌ରେ ଉଭୟ ଟିମ୍‌ରେ ଗୋଟିଏ ଲେଖାଏଁ ପରିବର୍ତ୍ତନ କରାଯାଇଥିଲା । ଆର୍‌ସିବି ପକ୍ଷରୁ କାଇଲ୍ ଜେମିସନ୍‌ଙ୍କ ସ୍ଥାନରେ ଇଂଲଣ୍ଡ ବୋଲର୍ ଜର୍ଜ ଗାର୍ଟନ୍‌ଙ୍କୁ ଡେବ୍ୟୁ ସୁଯୋଗ ମିଳିଥିବା ବେଳେ ରାଜସ୍ଥାନ ରୟାଲ୍ସ ଜୟଦେବ ଉଦାନକତ୍‌ଙ୍କ ସ୍ଥାନରେ କାର୍ତ୍ତିକ ତ୍ୟାଗୀଙ୍କୁ ଖେଳାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking