40.1 C
Bhubaneswar
Thursday, April 25, 2024
Homeଅପରାଧଗ୍ରାହକ ସେବାକେନ୍ଦ୍ର କବାଟ ଭାଙ୍ଗି ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଗ୍ରାହକ ସେବାକେନ୍ଦ୍ର କବାଟ ଭାଙ୍ଗି ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଟକର୍ଲା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାପଲା ଗାଁରେ ଥିବା ଗ୍ରାହକ ସେବାକେନ୍ଦ୍ରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ସେଠାରେ ଥିବା ସବୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ମୁଣ୍ଡାପଲା ଗାଁରେ ମୋତିଲାଲ ସାହୁଙ୍କ ଜାଗାରେ ଟୁକୁଲାଲ ସାହୁ ଗ୍ରାହକ ସେବାକେନ୍ଦ୍ର ଖୋଲିଛନ୍ତି । ଦୁର୍ବୃତ୍ତମାନେ ଏହି ସେବାକେନ୍ଦ୍ରର କବାଟକୁ ଶାବଳରେ ଭାଙ୍ଗିଦେବା ସହିତ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ଫଳରେ ସେଠାରେ ଥିବା ୨ଟି କମ୍ପ୍ୟୁଟର, ଗୋଟିଏ କଲର ପ୍ରିଣ୍ଟର, ଗୋଟିଏ ଜେରକ୍ସ ମେସିନ, ଗୋଟିଏ ଲେମିନେସନ ମେସିନ, ଗ୍ରାହକମାନଙ୍କ ପାସ୍‌ବୁକ୍‌, ଆଧାର କାର୍ଡ, ଛାତ୍ରଛାତ୍ରୀମାନଙ୍କ ଅରିଜିନାଲ ସାର୍ଟିଫିକେଟ ସମେତ ଆସବାପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଛି । ସେଠାରେ ଲାଗିଥିବା ସିସିଟିଭି କେମେରା ମଧ୍ୟ ପୋଡ଼ି ଯାଇ ନଷ୍ଟ ହୋଇଛି । ରାତି ପ୍ରାୟ ଅଢ଼େଇଟାରେ ନିକଟରେ ରହୁଥିବା ଅଶୋକ ସାହୁ ବାହାରକୁ ବାହାରିଥିବା ସମୟରେ ନିଆଁ ଜଳୁଥିବା ଦେଖି ସେବାକେନ୍ଦ୍ର ମାଲିକଙ୍କୁ ଜଣାଇଥିଲେ । ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଟୁକୁଲାଲ ସାହୁ ପଲମ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking