28.1 C
Bhubaneswar
Saturday, April 27, 2024
Homeଓଡିଶା‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା

ଭୁବନେଶ୍ୱର : ଆଜି ରବିବାର ଛୁଟିଦିନରେ କ୍ୟାବିନେଟ୍‌ର ଜରୁରୀ ବୈଠକ ବସି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନତା ଦିଆଯାଇଛି । ଭିଡିଓ କନ୍‌ଫେରେସିଂ ମାଧ୍ୟମରେ ଏହି ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହି ଭିଡିଓ କନ୍‌ଫେରେସିଂ ମାଧ୍ୟମରେ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କ୍ୟାବିନେଟ୍‌ରେ ଏହି ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଏଥିପାଇଁ ହିଁ କ୍ୟାବିନେଟ୍ ବୈଠକ ଡ଼କାଯାଇଥିଲା ।
କରୋନା ମହାମାରୀ ସହିତ ଲଢ଼ିଥିବା ବିଭିନ୍ନ କ୍ଷେତ୍ରର ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ମେ’ ୩୦ତାରିଖରେ ସନ୍ଧ୍ୟା ୫.୩୦ରେ ଗାନ କରିବା ପାଇଁ ଓଡ଼ିଶା ବାସୀଙ୍କୁ ଆହ୍ୱାନ ଦେଇଥିଲେ । ସେ ସମୟରେ ଏହାକୁ ନେଇ କିଛି ସମାଲୋଚନା ସ୍ୱର ଉଠିଥିଲା। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସଂଗୀତକୁ ମାନ୍ୟତା ଦେବା ପାଇଁ ବହୁ ପୂର୍ବରୁ ଉଦ୍ୟମ ହୋଇଥିଲା । କିନ୍ତୁ ରାଜ୍ୟ ସଂଗୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ବିଧାନସଭାରେ ମଧ୍ୟ ସର୍ବସମ୍‌ତ ପ୍ରସ୍ତାବ ଗୃହୀତ ହୋଇଥିଲା । କେନ୍ଦ୍ର ସରକାର ଜଣାଇଥିଲେ ଯେ, ରାଜ୍ୟ ଏହାକୁ ନିଜସ୍ୱ ସଂଗୀତ ଭାବରେ ମାନ୍ୟତା ଦେଇପାରେ । କିନ୍ତୁ ଏଥି ନେଇ କେନ୍ଦ୍ର କୌଣସି ଅନୁମତି ଦେଇପାରିବ ନାହିଁ । ଜାତୀୟ ସଂଗୀତ ବ୍ୟତିତ ଅନ୍ୟ ସଂଗୀତକୁ ମାନ୍ୟତା ନେଇ କେନ୍ଦ୍ର ମନା କରିଦେଇଥିଲା । ରାଜ୍ୟ ସରକାରଙ୍କ ପାଖରେ ବହୁବର୍ଷ ଧରି ସରକାରୀ ମାନ୍ୟତା ପାଇବା ନେଇ ପ୍ରସ୍ତାବ ପଡ଼ି ରହିଥିଲା । ଏଣୁ ଏହି କରୋନା ସମୟରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଗାନ କରିବାକୁ କହିଲେ ସେତେବେଳେ ଏହା ରାଜ୍ୟ ସଂଗୀତ ମାନ୍ୟତା ପାଇନଥିବାର ବଭିନ୍ନ ବ୍ୟକ୍ତି ପ୍ରଶ୍ନ ଉଠାଇଥିଲେ । ବିଜେପି ନେତା ଖାରବେଳ ସ୍ୱାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଂଚ କରିଥିଲେ ଓ ଏହାକୁ ମାନ୍ୟତା ଦେଇନଥିବାରୁ ସମାଲୋଚନା କରିଥିଲେ । ସେ ଏହାକୁ ଗାନ କରିବେ ନାହିଁ ବୋଲି ମନା କରିଦେଇଥିଲେ ।
ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ କୋଶଳ ସମନ୍ୱୟ ସମିତି ଏହି ସଂଗୀତକୁ ଗାନ କରିବାକୁ ମନା କରିଦେଇଥିଲେ । ଏବେ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇଛି । କ୍ୟାବିନେଟ୍‌ର ଜୁରୀର ବୈଠକ ବସି ଆସିଥିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ୧୯୧୨ରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ସଂଗୀତର ରଚନା କରିଥିଲେ ।
ଏହି ସଂଗୀତକୁ ଏଣିକି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଗାନ କରାଯିବ । ଶିକ୍ଷାନୁଷ୍ଠାନରେ ଏଡି ସଂଗୀତ ଗାନ ହେବ । ସୂଚନ ଓ ଲୋକ ସମ୍ପର୍କ ବିଭାଗ ଏହି ସଂଗୀତର ସ୍ୱର ପ୍ରସ୍ତୁତ କରିବେ । ଏହି ସଂଗୀତ ଗାନ ସମୟରେ ସମସ୍ତେ ଦଣ୍ଡାୟମାନ ହେବେ । କିନ୍ତୁ ବୟସ୍କ, ଭୁନ୍ନକ୍ଷମ, ଶିଶୁ, ଗର୍ଭବତୀ ମହିଳା ଯେଉଁମାନଙ୍କର ଦଣ୍ଡାୟମାନ ହେବାର ସମସ୍ୟା ଥିବ ସେମାନଙ୍କୁ ବାଦ୍ ଦିଆଯାଇଛି । ସେମାନେ ବସି ରହି ସମ୍ମାନ ଜଣାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking