27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବଲିଉଡର ପ୍ରଯୋଜକ ଅନୀଲ ସୁରୀଙ୍କ କରୋନାରେ ମୃତ୍ୟୁ

ବଲିଉଡର ପ୍ରଯୋଜକ ଅନୀଲ ସୁରୀଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବଲିଉଡର ଜଣାଶୁଣା ପ୍ରଯୋଜକ ଅନୀଲ ସୁରୀଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଅନୀଲଙ୍କ ଭାଇ ତଥା ପ୍ରଯୋଜକ ରାଜୀବ ସୁରୀଙ୍କ କହିବାନୁସାରେ, ଜୁନ ୨ ତାରିଖରୁ ସେ ଜ୍ୱରରେ ପୀଡ଼ିତ ଥିଲେ। ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହେଲା ଓ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତେବେ ଲୀଳାବତୀ ଓ ହିନ୍ଦୁଜା ହସ୍ପିଟାଲକୁ ନିଆଯାଇଥିଲେ ହେଁ ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ରାଜୀବ। ବୁଧବାର ରାତିରେ ତାଙ୍କୁ ଆଡଭାନ୍ସ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିଆଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ। ଗୁରୁବାର ସନ୍ଧ୍ୟା ସାତଟା ବେଳକୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ରାଜୀବ କହିଥିଲେ। ଶୁକ୍ରବାର ସକାଳେ ମୁମ୍ବାଇର ଓଶିୱାରା ଶବଦାହ ଗୃହରେ ଅନୀଲଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ରାଜୀବଙ୍କ ବ୍ୟତୀତ ଅନୀଲଙ୍କ ପରିବାରରେ ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି।
https://onakhabar.com/2020/06/07/covid-19-case-world/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking