29.1 C
Bhubaneswar
Sunday, May 5, 2024
Homeଓଡିଶାବାତ୍ୟା ‘ୟାଶ୍‌’ ତାଣ୍ଡବରେ ଭୋଗରାଇ ବେହାଲ୍ : ଜୁଆର ପାଣି ଧୋଇନେଲା ରାସ୍ତା, ୨୦୦ରୁ ଅଧିକ...

ବାତ୍ୟା ‘ୟାଶ୍‌’ ତାଣ୍ଡବରେ ଭୋଗରାଇ ବେହାଲ୍ : ଜୁଆର ପାଣି ଧୋଇନେଲା ରାସ୍ତା, ୨୦୦ରୁ ଅଧିକ ଦୋକାନ ଭାସିଗଲା

ବାଲେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ସାମୁଦ୍ରିକ ଝଡ଼ ‘ୟାଶ୍‌’ ବାଲେଶ୍ୱର ଜିଲ୍ଲାରେ ଲ୍ୟାଣ୍ଡ୍‌ଫଲ୍ କରିବା ସମୟରେ ବାଲେଶ୍ୱର ଜିଲ୍ଲାକୁ ଦୋହଲାଇ ଦେଇଥିଲା । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡ଼ିବା ସହ ଜୁଆର ପାଣି ଗାଁ ମଧ୍ୟକୁ ପଶି ଗାଁ ଗୁଡ଼ିକୁ ଜଳବନ୍ଦୀ କରିରଖିଛି । ବିଶେଷକରି, ଏହାର ପ୍ରଭାବରେ ବାଲେଶ୍ୱର ସହର ସମେତ ଚାନ୍ଦିପୁର, ବାହାନଗା, ଖଇରା, ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ସିମୁଳିଆ ଓ ବସ୍ତା ବ୍ଲକ ଆଦି ମହୁମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ ଭାବରେ ଭୋଗରାଇ ବ୍ଲକ୍‌ରେ ଥିବା ତାଳସାରୀରୁ ଉଦୟପୁର ବେଳାଭୂମି ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଜୁଆରପାଣି ମାଡ଼ିଯାଇ ପାଖାପାଖି ୧କିମି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଧୋଇନେଇଛି । ପାଖାପାଖି ୫୦ରୁ ଅଧିକ ମାଛଧରା ଡ଼ଙ୍ଗା ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି ।

ଏହାଛଡ଼ା ଉଦୟପୁରଠାରେ ବିଭିନ୍ନ ହୋଟେଲଗୁଡ଼ିକରେ ପାଣି ପଶିଯିବାରୁ ବିଚ୍ ନିକଟରେ ଥିବା ପ୍ରାୟ ୨୦୦ରୁ ଅଧିକ ଦୋକାନସବୁ ଭସାଇନେଇଛି । ଜୁଆରପାଣି ଯୋଗୁ ଭୋଗରାଇର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇରହିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବାତ୍ୟାର ଲ୍ୟାଣ୍ଡଫଲ୍ ଦିନ ପ୍ରାୟ ୯ଟାବେଳେ ବାହାନଗା ବ୍ଲକଠାରେ ହୋଇଥିବାବେଳେ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍ ପ୍ରଭାବିତ ମଧ୍ୟ ହୋଇଛି । ବିଶେଷକରି, ସୋର, ବାହାନଗା, ରେମୁଣା, ବାଲିଆପଳ, ବାଲେଶ୍ୱର ସଦର, ଭୋଗରାଇ ବ୍ଲକ ପ୍ରଭାବିତ ହୋଇଛି । ଉଦ୍ଧାର କାର୍ଯ୍ୟରେ ୯ଟି ଏନ୍‌ଡିଆର୍‌ଏଫ୍ ଟିମ୍ ନିୟୋଜିତ ଥିବାବେେଳେ, ୪ଟି ଓଡ୍ରାଫ୍ଟ୍ ଟିମ୍‌, ୨୮ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି ।

ତେବେ ଅନ୍ୟପକ୍ଷରେ ବାତ୍ୟାପୂର୍ବରୁ ୧ଲକ୍ଷ ୮୨ହଜାର ୪୭୮ଜଣକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବାବେଳେ ବର୍ଷା ଏବଂ ଉଚ୍ଚଜୁଆର ପାଇଁ ୮୪ଗାଁ ଜଳମଗ୍ନ ହୋଇଛି । ଏପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଗୁରୁବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ଦିଆଯିବା ସହ ଜେନେରେଟର୍ ଯୋଗେ ପିଇବାପାଣି ମଧ୍ୟ ଯୋଗାଇଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking