40.1 C
Bhubaneswar
Thursday, April 25, 2024
Homeକରୋନାକୋଭିଡ୍ ବାୟୁବାହିତ : ଆକ୍ରାନ୍ତଙ୍କ କାଶ, ଛିଙ୍କ ଓ କଥାହେବା ଦ୍ୱାରା ବ୍ୟାପୁଛି

କୋଭିଡ୍ ବାୟୁବାହିତ : ଆକ୍ରାନ୍ତଙ୍କ କାଶ, ଛିଙ୍କ ଓ କଥାହେବା ଦ୍ୱାରା ବ୍ୟାପୁଛି

ନୂଆଦିଲ୍ଲୀ : କୋଭିଡ୍ ଭୂତାଣୁ ସାଧାରଣତଃ ବାୟୁ ଦ୍ୱାରା ସଂକ୍ରମିତ ହୋଇଛି । ବିଶେଷକରି ଆକ୍ରାନ୍ତ ରୋଗୀର କାଶ, ଝିଙ୍କ ଏବଂ ସେ କଥାହେବା ଦ୍ୱାରା ଏହି ଭୂତାଣୁ ବ୍ୟାପୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ସଂଶୋଧିତ ବୟାନରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଗତବର୍ଷ କୋଭିଡ୍ ପ୍ରୋଟୋକଲରେ ଦର୍ଶାଯାଇଥିଲା ଯେ କେବଳ ଘନିଷ୍ଠ ସମ୍ପର୍କରେ ଆସିଲେ ଏହି ରୋଗ ବ୍ୟାପିଥାଏ। ରୋଗୀର ଡ୍ରପଲେଟ୍‌(ପାଟିରୁ ବାହାରୁଥିବା ଜଳକଣା) ଭୂମିରେ ପଡ଼ି ତାହା ସଂକ୍ରମିତ ହେଉଛି । ତେବେ ତାହା ଭୂମିରେ ପଡ଼ି କେତେ ସମୟ ସେଠାରେ ରହୁଛି ଏବଂ କେଉଁ ପ୍ରକାର ପୃଷ୍ଠଭୂମି ତା’ ଉପରେ ସଂକ୍ରମଣ ବ୍ୟାପିବା ନିର୍ଭର କରୁଛି ।

ଯଦି କୌଣସି ଲୋକ ସଂକ୍ରମିତ ସଂକ୍ରମଣ ସ୍ଥାନକୁ ସ୍ପର୍ଶକରି ନିଜର ଆଖି, ନାକ ଓ ପାଟିକୁ ସ୍ପର୍ଶକରେ, ତା’ହେଲେ ସେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ କ୍ଲିନିକାଲ୍ ମ୍ୟାନେଜମେଣ୍ଟ କୋଭିଡ୍ ପ୍ରାଟୋକଲରେ କୁହାଯାଇଛି । ଏଥିପୂର୍ବରୁ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନୂଆ ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ କ୍ଷୁଦ୍ର ଏରୋସଲ କଣିକା ବାୟୁରେ ୧୦ମିଟର ପର୍ଯ୍ୟନ୍ତ ବ୍ୟାପିପାରିବ ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ ବିଜୟ ରାଘବନ୍ କାର୍ଯ୍ୟାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର ଏବଂ ଭଲ ଭାବରେ ବାୟୁ ଚଳାଚଳ କରୁଥିବା ରହିବାକୁ ପରାମର୍ଶ ଦିଆଯାଇଛି । ଚଳିତ ମାସ ପ୍ରାରମ୍ଭରେ ଏମ୍‌ସ ପକ୍ଷରୁ ଜାରି ସଂଶୋଧିତ ମାର୍ଗଦର୍ଶିକାରେ ରେମ୍‌ଡେସିଭିର୍ ଓ ଆଇଭର୍‌ମେସଟିନ୍‌ର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରାଯାଇ କେବଳ ବିଶେଷ କ୍ଷେତ୍ରରେ ଏହାର ଉପଯୋଗ କରାଯାଇପାରିବ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking