29.1 C
Bhubaneswar
Saturday, May 4, 2024
Homeଓଡିଶାବାଲେଶ୍ୱରରେ ଫସିଛନ୍ତି କନ୍ଧମାଳର ୪ ଆଦିବାସୀ ଝିଅ

ବାଲେଶ୍ୱରରେ ଫସିଛନ୍ତି କନ୍ଧମାଳର ୪ ଆଦିବାସୀ ଝିଅ

ଗୁମାଗଡ଼ : ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯାଇ କନ୍ଧମାଳ ଜିଲ୍ଲାର ଚାରିଜଣ ଆଦିବାସୀ ଝିଅ  ଏବେ ବାଲେଶ୍ୱରରେ ଫସି ରହିଛନ୍ତି । ସେମାନଙ୍କୁ ସେଠାରୁ ଉଦ୍ଧାର କରିବାପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସେମାନେ ନିବେଦନ କରିଛନ୍ତି । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ଅନେକ ଯୁବକ ଯୁବତୀ କାମଧନ୍ଦା ଅଭାବରୁ ଦାଦାନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ବେଳେ ଅନ୍ୟମାନଙ୍କ ଭଳି ଫୁଲବାଣି ବ୍ଲକ ବିଶିପଡ଼ାର ଲଳିତା କହଁର, ଫୁଲବାଣି ପୌରାଞ୍ଚଳର ସସ୍ମିତା କହଁର, ଫିରିଙ୍ଗିଆ ବ୍ଲକ ଟେଲାପାଲିର ସାବିତ୍ରୀ ମଲିକ ଓ ଜି. ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆର ଜୁଶିଲା ପ୍ରଧାନ ଓ ଅନ୍ୟମାନେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କାରଖାନାରେ କାମ କରିବାପାଇଁ ଯାଇଥିଲେ । ତେବେ କୋଭିଡ କାରଣରୁ ସବୁଆଡ଼େ ଲକ୍‌ଡାଉନ ଘୋଷଣା ଯୋଗୁଁ କାରଖାନା ବନ୍ଦ ହୋଇଯାଇଥିଲା ।

ଫଳରେ ବାଧ୍ୟହୋଇ ନିଜ ଗ୍ରାମକୁ ଫେରିଆସିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ । ତେବେ ଫେରିବା ବାଟରେ ସେମାନେ ଏବେ ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଫସିରହିଥିବା ଜଣାଯାଇଛି । ବାତ୍ୟା “ୟଶ’ କାରଣରୁ ସବୁଆଡ଼େ ଯୋଗାଯୋଗ ବ୍ୟାହତ ହୋଇଯିବାରୁ ସେମାନେ ଆଉ ଫୁଲବାଣୀ ଫେରି ପାରୁନଥିବା ଖବରମିଳିଛି । ବର୍ତ୍ତମାନ ଏହି ଚାରି ଯୁବତୀ ଭୋଗରାଇର ସରସ୍ୱତୀପୁରସ୍ଥିତ ରଘୁନାଥ ନୋଡାଲ ଏକାଡ଼େମୀରେ ଆଶ୍ରୟ ନେଇଥିବା ଖବର ଦେଇଛନ୍ତି । ସେମାନେ ନିଜର କିଛି ପରିଚିତ ବ୍ୟକ୍ତିଙ୍କୁ ଏହି ସୂଚନା ଦେବାପରେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି.ଙ୍କୁ ଏ ନେଇ ଅବଗତ କରାଯାଇଛି । ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବାତ୍ୟା ପରିସ୍ଥିତ ସୁଧୁରିବା ପରେ ସେମାନଙ୍କୁ ଫେରାଇ ଅଣାଯିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking