39.1 C
Bhubaneswar
Friday, April 26, 2024
Homeଓଡିଶାପି.ଆର. ହାଇସ୍କୁଲ ହେବ ଆଉ ଏକ ଆଦର୍ଶ ବିଦ୍ୟାଳୟ-ନରସିଂହ

ପି.ଆର. ହାଇସ୍କୁଲ ହେବ ଆଉ ଏକ ଆଦର୍ଶ ବିଦ୍ୟାଳୟ-ନରସିଂହ

ପି.ଆର. ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

ବିଧାୟକ ପାଣ୍ଠିରୁ ଦିଆଯିବ ଡିଜିଟାଲ ଷ୍ଟଡି ବୋର୍ଡ

ବଲାଙ୍ଗିର : ଆଜି ରାଜ୍ୟର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ସମ୍ପୁର୍ଣ୍ଣ କୋଭିଡ୍ ଗାଇଡ ଲାଇନକୁ ମାନି ମୋ ସ୍କୁଲ ଅଭିଯାନର ଏକ ବୈଠକ ଅନୁଷ୍ଠିତ ଯାଇଅଛି । ଏଥିରେ ସ୍କୁଲ ପୃଷ୍ଠପୋଷକ ସ୍କୁଲର ପୁରାତନ ଛାତ୍ର, ପୂର୍ବତନ ଆଇନ ମନ୍ତ୍ରୀ, ବର୍ତ୍ତମାନର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ମଧୁସୁଦନ ପତି ଏବଂ ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ ଏହି ବୈଠକରେ ଉପସ୍ଥିତ ଥିଲେ । ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱ କରିବା ସହ ମୋ ସ୍କୁଲ ଅଭିଯାନର ଅଭିମୁଖ୍ୟ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସୂଚନା ଦେଇଥିଲେ । ପୁରାତନ ଛାତ୍ର ତଥା ଶିକ୍ଷାବିତ ପ୍ରଫେସର ପତି ଶିକ୍ଷକମାନେ କେବଳ ଶିକ୍ଷାଦାନ ଉପରେ ମନୋନିବେଷ କରିବା ଉପରେ ଧ୍ୟାନ ଦେବାକୁ କହିଥିଲେ । ସ୍କୁଲରେ ଏକ ଉତ୍ତମ ଶିକ୍ଷଣିୟ ପରିବେଶ ସୃଷ୍ଟି କରିବା ପାଇଁ ଏକ କମିଟି ତିଆରି କରାଯାଉ ଓ ସେ କମିଟି କେବଳ ଛାତ୍ର ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍କୁଲରେ ଶିକ୍ଷାର ମାନ କିପରି ବଢିବ ସେ ଉପରେ କାମ କରୁ ବୋଲି ମତ ଦେଇଥିଲେ । ପୃଷ୍ଠପୋଷକ ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ପି.ଆର. ହାଇସ୍କୁଲ ଆଉ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ ହେବା ପାଇଁ ଯାହାକିଛି ଦରକାର ସେ ସବୁର ବ୍ୟବସ୍ଥା କରାଯିବାର ଦୃଢ ପ୍ରତିଶୃତି ଦେଇଥିଲେ । ଯୋଜନା ମୁତାବକ ସ୍କୁଲ ପାଇଁ ଦରକାର ହେଉଥିବା ଡିଜିଟାଲ ଇଣ୍ଟରେକ୍ଟିଭ୍ ଷ୍ଟଡି ବୋର୍ଡ ଏବଂ ତା ପାଇଁ ଦରକାର ହେଉଥିବା ଆନୁସାଙ୍ଗିକ ଜିନିଷ ପାଇଁ ସେ ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ଦେବାର ଘୋଷଣା କରିଥିଲେ । ସ୍କୁଲ ସୌନ୍ଦର୍ଯିକରଣ, ବଗିଚା ରକ୍ଷଣବେକ୍ଷଣ ପାଇଁ ଦରକାର ହେଉଥିବା ମାଳି ପାଇଁ ପ୍ରତ୍ୟେକ ମାସ ତିନି ହଜାର ଟଙ୍କା ଲେଖାଏଁ ସେ ନିଜେ ବ୍ୟକ୍ତିଗତ ଭାବରେ ପ୍ରଦାନ କରିବେ ଏବଂ ତା ସହ ସେ ସ୍କୁଲକୁ ଆଉ ଅଧିକ ୫୦ହଜାର ଟଙ୍କା ବ୍ୟକ୍ତିଗତ ଭାବେ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଆଗାମୀ ଦିନରେ ସ୍କୁଲ କେମିତି ଘରୋଇ ସ୍କୁଲମାନଙ୍କ ସହିତ ସମତାଳ ଦେଇ ନିଜକୁ କ୍ରିଡା ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ତଥା ରାଜ୍ୟରେ ଏକ ନମ୍ବର ସ୍କୁଲ ଭାବେ ପ୍ରମାଣିତ କରି ପାରିବ ସେ ଦିଗରେ କାର୍ଯ୍ୟକ୍ରମମାନ ନିଆଯିବ । ଏହି ପରିପ୍ରେକ୍ଷୀରେ ପିଆର ହାଇସ୍କୁଲରେ ପ୍ରାଥମିକ ଶ୍ରେଣୀ ଗୁଡିକୁ ମଧ୍ୟ ଯୋଡା ଯିବାର ପରିକଳ୍ପନା କରାଯିବ ବୋଲି ସ୍କୁଲ ପୃଷ୍ଠପୋଷକ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ପୂର୍ବରୁ ଉପସ୍ଥିତ ଥିବା ପୁରାତନ ଛାତ୍ର ବିରେନ୍ଦ୍ର ବନଛୋର, ଅସୀତ ମିଶ୍ର ଓ ସୁରୁଲାଲ ମଟାରି ସ୍କୁଲର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ରାମ ଗୋପାଳ ଖମାରୀ ଶର୍ମା ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷକ ବିକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ତଥା ଶତବାର୍ଷିକୀ କମିଟି ସଂପାଦକ ଚିତ୍ତ ରଂଜନ ଦାଶ, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ବିଘ୍ନେଶ୍ୱର ମହାନ୍ତି, ଚିଣ୍ଟୁ ପଣ୍ଡା, ଅସୀତ ଷଢଙ୍ଗୀ, ବୁଲୁ ଦାନି, ଜୟନାରାୟଣ ବହିଦାର, ଅଙ୍କିତ ସାହୁଙ୍କ ସମେତ ଅନେକ ପୁରାତନ ଛାତ୍ର, ଅଭିଭାବକ ଏବଂ ସ୍କୁଲ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking