26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟୋକିଓ ଅଲମ୍ପିକ୍ସ : ବିଜୟରୁ ଭାରତ ଅଭିଯାନ ଆରମ୍ଭ

ଟୋକିଓ ଅଲମ୍ପିକ୍ସ : ବିଜୟରୁ ଭାରତ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ । ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଂଚକର ବିଜୟ ହାସଲ କରିଥିଲା । ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାଶ ଚୂଡାନ୍ତ ଦଳରେ ସ୍ଥାନ ପାଇଥିଲେ । ଏହା ସହିତ ଅମିତ ରୋହିଦାଶ ଅଲିମ୍ପିକ୍ସ ପଦାର୍ପଣ କରିଛନ୍ତି । ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ । ସେପଟେ ମହିଳା ଦଳର ଆଜି ଟୋକିଓରେ ଅଭିଯାନ ଆରମ୍ଭ କରିବ । ଭାରତୀୟ ମହିଳା ଦଳର ମୁକାବିଲା ନେଦରଲାଣ୍ଡ ସହିତ ରହିଛି । ଅପରାହ୍ନ ୫ଟା ୧୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ ।

ଆଜି ଦ୍ୱିତୀୟ ଦିନରେ ଭାରତ ରୋପ୍ୟ ପଦକ ଶୁଭାରମ୍ଭ କରିଛି । ଖେଳ ମହାଶକ୍ତି ପାଲଟିଥିବା ଟୋକିଓ ଅଲମ୍ପିକର ପ୍ରଥମ ରୋପ୍ୟ ପଦକ ଜିତିଛି।  ମୀରାବାଈ ଚାନୁ ଭାରତ ପାଇଁ ଜିତିଲେ ରୋପ୍ୟ ପଦକ । ଚଳିତ ଅଲମ୍ପିକ୍ସରେ ଭାରତ ପାଇଁ ଜିତିଲେ ପ୍ରଥମ ପଦକ । ଭାରୋଉତ୍ତଳନରେ ଜିତିଲେ ରୋପ୍ୟ । ୪୯ କେଜି ବର୍ଗରେ ରୋପ୍ୟ ପଦକ ଜିତଲେ ଚାନୁ । ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ। ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ତୀରନ୍ଦାଜୀର ଅନ୍ତିମ ଆଠ ପାଇଁ ମୁକାବିଲାରେ କା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଟିମ୍ ଚିଆ-ଆନ୍ ଲିନ୍ ଏବଂ ଚିହ-ଚୁନ୍ ଟାଙ୍ଗ୍ (ଚାଇନିଜ୍ ତାଇପେଇ) କୁ ସାମ୍ନା କରିଥିଲେ । ଏଥିରେ ଚାଇନା ତାଇପେଇକୁ୫-୩ ରେ ପରାସ୍ତ କରିଛି ଭାରତ। ଏବେ କ୍ୱାର୍ଟର ଫାଇନାଲରେ ଦୀପିକା-ପ୍ରବୀଣଙ୍କ ଯୋଡ଼ି ଦକ୍ଷିଣ କୋରିଆକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking