33.1 C
Bhubaneswar
Sunday, May 5, 2024
Homeଓଡିଶାଦାଉ ସାଧୁଛି ପ୍ରଶାସନ, ପରିବା ଫିଙ୍ଗିଲେ ବିକାଳି

ଦାଉ ସାଧୁଛି ପ୍ରଶାସନ, ପରିବା ଫିଙ୍ଗିଲେ ବିକାଳି

ବଲାଙ୍ଗିର : ବଲାଙ୍ଗିର ପ୍ରଶାସନ ଗରିବ ପରିବା ବିକାଳିମାନଙ୍କ ଉପରେ ଦାଉ ସାଧୁଛି ବୋଲି ଅଭିଯୋଗ କରିବା ସହ ବିକ୍ରୟ ପାଇଁ ଆଣିଥିବା ସମସ୍ତ ପରିବାକୁ ରାସ୍ତାରେ ଫିଙ୍ଗି ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ ଆମକୁ ପରିବା ବିକ୍ରୟ କରିବାରୁ ବାରଣ କଲେ ଘର କିପରି ଚଳାଇବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସରକାର ପନ୍ଦର ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ପରିବା ମାର୍କେଟରେ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ଜିଲ୍ଲା ପ୍ରଶାସନ କିଛି ଦିନ ପୂର୍ବେ ଉଠା ପରିବାଦୋକାନୀଙ୍କୁ ସ୍ଥାନାନ୍ତର କରିଥିଲା । ଲକ୍‌ଡାଉନ୍‌ର ଠିକ୍ ପୂର୍ବରୁ ବେରିକେଡ୍ କରାଯାଇ ଡେଲି ମାର୍କେଟ ଅଞ୍ଚଳରେ ଯାନବାହନ ପ୍ରବେଶ ନିଷେଧ କରିଥିଲା । ଆଜି ଲକ୍‌ଡାଉନ୍‌ର ପ୍ରଥମ ଦିନରେ ଡେଲିମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତଦାରଖରେ ଆସିଥିବା କର୍ମଚାରୀମାନେ ପରିବା ବିକାଳିଙ୍କୁ ତାଗିଦ୍ କରିବା ସହ ପରିବା ବିକ୍ରୟ ପାଇଁ ବାରଣ କରିଥିଲେ । ପରିବା ବିକାଳିମାନେ କଞ୍ଚା ପରିବା ନଷ୍ଟ ହୋଇଯିବ ବୋଲି କହିବା ସହ ପ୍ରଶାସନକୁ ଦୁଇ ଘଣ୍ଟା ସମୟ ମାଗିଥିଲେ । କିନ୍ତୁ ପ୍ରଶାସନ ଅଧିକାରୀମାନେ ସମୟ ଦେବାକୁ ମନା କରିଦେଇଥିଲେ । ଏହାକୁ ପରିବା ବିକାଳିମାନେ ବିରୋଧ କରିବା ସହ ବିକ୍ରୟ ପାଇଁ ଆଣିଥିବା ପନିପରିବା ରାସ୍ତାରେ ଫିଙ୍ଗିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରଶାସନ ତରଫରୁ କେବଳ କଟକଣାକୁ କଡ଼ାକଡ଼ି କରାଯାଉଥିବା ବେଳେ ଗରିବ ପରିବା ବିକାଳିଙ୍କ ଜୀବିକା ବଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ସେମାନେ ଅଭିଯୋଗ କରିଥିଲେ । ପରେ ଦୈନିକ ବଜାରକୁ ଆସୁଥିବା ସମସ୍ତ ରାସ୍ତା ବନ୍ଦ କରିଦିଆଗଲା । ଆଜି ପରିବା ବିକ୍ରୟ ପାଇଁ ବାରଣ କରାଯାଇଛି । ପରିବାବିକାଳିମାନେ ପ୍ରଶାସନ ପାଇଁ ସଫ୍ଟ ଟାର୍ଗେଟ ପାଲଟିଛନ୍ତି । ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ତରଫରୁ ଯେଉଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି, ସେଠାରେ ବେପାର ନାହିଁ । ଯେଉଁଠି କିଛି ବେପାର ଅଛି ସେଇଠି ପ୍ରଶାସନ ବାରଣ କରୁଛି । ଯଦ୍ୱାରା ଗରିବ ପରିବାବିକାଳି ନିଜ ରୋଜଗାର ହରାଉଛନ୍ତି । ଏଭଳି ସ୍ଥିତିରେ ପରିବାବିକାଳିମାନେ ପରିବାରର ଭରଣ ପୋଷଣ କିପରି କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ରୋଜଗାର ଯୋଗଇ ପାରୁ ନଥିବା ପ୍ରଶାସନକୁ ଗରିବ ଜନସାଧାରଣଙ୍କ ରୋଜଗାର ଛଡ଼ାଇନେବାର ହକ୍ କିଏ ଦେଇଛି ବୋଲି ପରିବାବିକାଳିମାନେ କହିଛନ୍ତି । ଅନ୍ୟ ପକ୍ଷରେ ପ୍ରଶାସନ କେବଳ ପୂର୍ବ ନିଦ୍ଧାରିତ ନିୟମ ଲାଗୁ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ଜିଲ୍ଲା ପ୍ରଶାସନ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking