30.1 C
Bhubaneswar
Thursday, April 25, 2024
Homeଓଡିଶାଘରକୁ ଫେରିବା ବେଳେ ଶିଶୁର ଗଲା ଜୀବନ

ଘରକୁ ଫେରିବା ବେଳେ ଶିଶୁର ଗଲା ଜୀବନ

ମାଲକାନଗିରି : ଗତ ବର୍ଷ କରୋନା ମହାମାରୀ ଯୋଗୁଁ ବିଶେଷ କରି ପ୍ରବାସୀ ଶ୍ରମିକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପୁଣି ଚଳିତ ବର୍ଷ ଦ୍ୱିତୀୟ ଲହରୀ ଯୋଗୁଁ ଶ୍ରମିକଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ଘର ବାହୁଡ଼ା ସମୟରେ ଅକାଳରେ ରାସ୍ତାରେ ଚାଲିଗଲା ୧୦ ବର୍ଷ ଝିଅର ଜୀବନ । ଆଉ ଅସହାୟ ପରିବାର ବର୍ଗଙ୍କୁ ଅଧାରାସ୍ତାରେ ହିଁ କରିବାକୁ ପଡିଛି, ଝିଅର ଶବ ସତ୍କାର । କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ମୋଟୁଠାରେ । ଆମ ଦେଶ ତଥା ରାଜ୍ୟରେ କରୋନାର ଦ୍ୱିତୀୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁଣି ପ୍ରବାସୀଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ଜିଲ୍ଲାର ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଦେଇ ଦୈନିକ ଶହ ଶହ ପ୍ରବାସୀ ଶ୍ରମିକ ଘରକୁ ଫେରୁଥିବା ଦେଖାଯାଇଛି । କଳାହାଣ୍ଡି ଜିଲ୍ଲାର ସିନାପାଲି ଗ୍ରାମର ବାଳିକା ନେହା ବାନସୁର ଓ ତାଙ୍କ ବାପା ଦୁର୍ବା ବାନସୁର ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ତାଙ୍କ ପରିବାର ସହ ନେହା ମଧ୍ୟ ସେଠାରେ ରହୁଥିଲେ । ତେବେ ଗତ କିଛି ଦିନ ପୂର୍ବେ ନେହା ହୃଦରୋଗରେ ପୀଡିତ ହୋଇଥିଲେ । ତେବେ ଯେଣ ତେଣ ପ୍ରକାରରେ ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ଆସନ୍ତା କାଲିଠାରୁ ଲକ୍‌ଡାଉନ୍ ହେବା ଖବର ଶୁଣି ନେହାଙ୍କ ପରିବାର ନିଜ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଆନ୍ଧ୍ରରୁ ଫେରିବା ବେଳେ ଅଧା ରାସ୍ତାରେ ଆଜି ସବୁଦିନ ପାଇଁ କୁନି ଝିଅ ନେହା ମାଲକାନଗିରି ଜିଲ୍ଲାର ମୋଟୁ ଓ ଚିନ୍ତୁର ସୀମାରେ ଆଖି ବୁଝିଦେଇଥିଲା । ନେହାର ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିଲେ । ତେବେ ଗ୍ରାମକୁ ଶବ ନେବାକୁ କୌଣସି ସୁବିଧା ନ ଥିବାରୁ ଏଥିନେଇ ପରିବାର ଚିନ୍ତାରେ ଥିଲେ । ଏହି ଖବର ପାଇ ମୋଟୁ ତହସିଲଦାର ଶଶାଙ୍କ ମିଶ୍ର, ପୁଲିସ ଓ ଡାକ୍ତର ସରୋଜ ଚନ୍ଦ୍ର ବେହେରା ଏହି ଅସହାୟ ପରିବାର ନିକଟରେ ପହଂଚିିଥିଲେ । ପରେ କୁନି ଝିଅର ଶବ ସତ୍କାର ପାଇଁ ପଦକ୍ଷେପ ନେବା ସହ ସମସ୍ତେ ଉପସ୍ଥିତି ରହି ମୋଟୁ ଠାରେ ନେହାଙ୍କ ଶବ ବ୍ୟବଚ୍ଛେଦ କରାଇ ଥିଲେ । ଏହାପରେ ନେହାଙ୍କ ବାପା ନିଜେ ପି.ପି.ଇ କିଟ ପିନ୍ଧି ମୋଟୁ ସ୍ଥିତ ସିଲେରୁ ନଦୀର ନିକଟସ୍ଥ ଏକ ଜଙ୍ଗଲରେ ନେହା ଙ୍କୁ ଶବ ସତ୍କାର କରିଛନ୍ତି । ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking