30.1 C
Bhubaneswar
Saturday, May 18, 2024
Homeଓଡିଶାକୋଭିଡ୍ ନିୟମ ଭାଙ୍ଗି ସରକାରୀ ବିଦ୍ୟାଳୟରେ ଚାଲିଛି ପ୍ରଶିକ୍ଷଣ, ବାହାର ରାଜ୍ୟକୁ ଯୁବତୀ ଚାଲାଣ ଉଦ୍ୟମ

କୋଭିଡ୍ ନିୟମ ଭାଙ୍ଗି ସରକାରୀ ବିଦ୍ୟାଳୟରେ ଚାଲିଛି ପ୍ରଶିକ୍ଷଣ, ବାହାର ରାଜ୍ୟକୁ ଯୁବତୀ ଚାଲାଣ ଉଦ୍ୟମ

କୋରୁକୋଣ୍ଡା : କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ବେଆଇନ ଭାବେ ସରକାରୀ ବିଦ୍ୟାଳୟରେ ଚାଲିଛି ଅସ୍ଥାୟୀ ସିଲେଇ ଶିବିର । ୪୦ରୁ ଊର୍ଦ୍ଧ୍ୱ ଯୁବତୀ ଓ ନାବାଳିକାଙ୍କୁ ନେଇ ଚାଲିଛି ସିଲେଇ ପ୍ରଶିକ୍ଷଣ । ତାହା ପୁଣି ପ୍ରଶାସନର ବିନା ଅବଗତିରେ । ବାହାର ରାଜ୍ୟରୁ ଆସି ଅଞ୍ଚଳର ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଝିଅ ବାହାରକୁ ଯାଇ ରୋଜଗାରକ୍ଷମ ହୋଇପାରିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ଏପରି କରାଯାଉଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ।
ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ସମୟ ଧରି ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ଝିଅଙ୍କୁ ନେଇ ସିଲେଇ ପ୍ରଶିକ୍ଷଣ ଦିଆଯାଇ ବଲାଙ୍ଗିର ନେଇ ସେମାନଙ୍କୁ ଏକ କମ୍ପାନୀରେ କାମ ଦିଆଯିବ ବୋଲି କୁହାଯାଇଥିଲା । ବଲାଙ୍ଗିରର ବୀରେନ୍ଦ୍ର ନନ୍ଦ ନାମକ ଜଣେ ବ୍ୟକ୍ତି ନିଜକୁ ଏକ ସିଲେଇ କମ୍ପାନୀର ମାଲିକ ବୋଲି କହି ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକଙ୍କୁ ନେଇ କେବଳ ପଲ୍ଲୀ ଆଦିବାସୀ ଗ୍ରାମଗୁଡ଼ିକ ବୁଲିଥିଲେ । ଝିଅମାନଙ୍କୁ ସିଲେଇ ପ୍ରଶିକ୍ଷଣ ଦେଇ ବଲାଙ୍ଗିରରେ ନିଜ କମ୍ପାନୀରେ ନେଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୋରୁକୋଣ୍ଡା ବ୍ଲକ ନାକାମାମୁଢିର ୨, କଦମଗୁଡ଼ାର ୨, ନୀଳାପାରୀର ୪, ସୋରଲୁକୋଣ୍ଡାର ୬, ତାରଲାକୋଟାର ୧, ବାଲିମେଳାର ୧, କନିଙ୍ଗର ୪, ଚିତ୍ରକୋଣ୍ଡା ଅନ୍ତର୍ଗତ ଲାମ୍ବାସିଂର ୩, କୁମାରଗୁଡ଼ାର ୨ ଏବଂ ବାଲେଲଗୁଡ଼ା ଗ୍ରାମର ଜଣେ ନାବାଳିକା ଓ ଯୁବତୀଙ୍କୁ ସେହି ନୂଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଠୁଳ ହୋଇ ରହିଥିଲେ । ସମସ୍ତଙ୍କୁ କୁହାଯାଇଥିଲା ଯେ ବଲାଙ୍ଗିରରେ ଏନେଇ ଏକ କମ୍ପାନୀରେ ସେମାନଙ୍କୁ କାମ ଦିଆଯିବ । କିନ୍ତୁ ତାମିଲନାଡୁ ଅଞ୍ଚଳର ଏକ ବସ ମଙ୍ଗଳବାର ସେହି ଅଞ୍ଚଳକୁ ଏମାନଙ୍କୁ ନେବାକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳର ଲୋକେ ବାହାର ରାଜ୍ୟକୁ ନାବାଳିକ ଓ ଯୁବତୀମାନଙ୍କୁ ଚାଲାଣ ହେଉଥିବା ଶୁଣି ସଙ୍ଗେ ସଙ୍ଗେ ବିରୋଧ କରିଥିଲେ । ସେହି ବସରେ ନାବାଳିକା ଓ ଯୁବତୀମାନଙ୍କୁ ଯିବାକୁ ଦେଇନଥିଲେ । ଏହି ଖବର ଶୁଣି ସେମାନଙ୍କର କେତେକ ସମ୍ପର୍କୀୟ ଆସି ସେମାନଙ୍କୁ ନିଜ ନିଜ ଘରକୁ ନେଇଯାଇଥିଲେ । ପାଖାପାଖି ୨୫ରୁ ଊର୍ଦ୍ଧ୍ୱ ଝିଅ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟରେ ରହି ଆସୁଥିଲେ । ଏହି ଝିଅମାନଙ୍କ ମଧ୍ୟରେ ୪ ଜଣ ନାବାଳିକା ଥିବା ମଧ୍ୟ ଜଣାପଡିଛି । ତେବେ ଏନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ ସେ ଅବଗତ ନଥିବା କହିଥିଲେ । ଏହାସହ ସେ ନିଜର କର୍ମଚାରୀ ଙ୍କୁ ପଠାଇ ଘଟଣା ର ତଦନ୍ତ କରିବେ ବୋଲି ସୂଚନା ଦେଇଥିଲେ । ଏନେଇ ଆମେ ଚିତ୍ରକୋଣ୍ଡା ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକଙ୍କୁ ପଚାରିବାରୁ ସେ ନିଜର କର୍ମଚାରୀ ପଠାଇ ଘଟଣାର ସଠିକ୍ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ବିନା କୌଣସି କାଗଜପତ୍ରରେ ଲାଇସେନ୍ସ ନଥାଇ ଏପରି ବେଆଇନ ଭାବେ ସରକାରୀ ବିଦ୍ୟାଳୟରେ ଏପରି କାର୍ଯ୍ୟ କରିବା ସହ ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ବ୍ୟକ୍ତି ବୀରେନ୍ଦ୍ର ନନ୍ଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking