30.1 C
Bhubaneswar
Monday, May 6, 2024
Homeଓଡିଶାପରୀବାବିକାଳିଙ୍କୁ ପୌରକର୍ମଚାରୀଙ୍କ ମାଡ, ଥାନାରେ ମାମଲା

ପରୀବାବିକାଳିଙ୍କୁ ପୌରକର୍ମଚାରୀଙ୍କ ମାଡ, ଥାନାରେ ମାମଲା

ବଲାଙ୍ଗିର – ଆଜି ସପ୍ତାହାନ୍ତ ସଟ୍‌ଡାଉନ ଖୋଲୁ ଖୋଲୁ ଝାମେଲା ଆରମ୍ଭ ହୋଇଛି । ରାସ୍ତାକଡରୁ ପରୀବାବିକାଳିଙ୍କୁ ଉଠାଇବା ପାଇଁ ପୌରବିଭାଗ ଓ ପୋଲିସ ଯାଇ ଥିବା ସମୟରେ ପରିବାବୀକାଳିଙ୍କୁ ଏନଫୋର୍ସମେଣ୍ଟ ଅଫିସରଙ୍କ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡରେ ରାକେଶ ମେହେର ନାମକ ଯୁବକ ମୁର୍ମୁଷ ଅବସ୍ତାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଥିବାବେଳେ ପରିବାବିକାଳି ସଂଘ ତରଫରୁ ଥାନାରେ ଏତଲା ଦିଆଯାଇଛି । ମାମଲାର ସମାଧାନ ପାଇଁ ଚେଷ୍ଟା କରିବା ସହ ବଲାଙ୍ଗିର ବିଧାୟକ ନରସିଂହ ମିଶ ଉକ୍ତ ଯୁବକଙ୍କୁ ଡାକ୍ତରକାନାରେ ଭର୍ତ୍ତି କରାିଥରବା ସୂଚନା ରହିଛି । ସୂଚନା ଅନୁସାରେ ଆଜି ସକାଳୁ ବଲାଙ୍ଗିର ପୌରବିଭାଗ ତରଫରୁ ସ୍ଥାନୀୟ ଡେଲିମାକେର୍ଟ ରାସ୍ତାରେ ବସୁଥିବା ପରିବାବିକାଳି ମାନଙ୍କୁ ରାସ୍ତାରୁ ଉଟାଇବା ପାଇଁ ପୋଲିସ ନେଇ ଏନଫୋସଙମେଣ୍ଟ ସ୍କ୍ୱାର୍ଡ ଯାଇଥିଲେ । ପରିବାବିକାଳିମାନଙ୍କୁ ଥଇଥାନ କରା ନଯାଇ ତାଙ୍କ ସ୍ଥାନରୁ ଉଠାଇବା ନେଇ ପରିବାବିକାଳିମାନେ ଅଭିଯୋଗ କରିଥିଲେ । ଏଥିରେ କିଛି ଏନଫୋର୍ସମେନ୍ଟ କର୍ମଚାରୀ ରାଗି ଯାଇ ରାକେସ ମେହେର ଓ ଅନ୍ୟମାନଙ୍କୁ ମାରପିଟ କରିଥିଲେ । ମାଡ ଖାଇ ରାକେଶ ଗୁରୁତର ହେବାରୁ ତାଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ବିଧାୟକ ଡାକ୍ତରଖାନାକୁ ପହଞ୍ଚି ରାକେସ ଓ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ପରେ ବିନା ଥଇଥାନରେ କାହକୁ ତାଡି ଦିଆ୍‌ାଇ ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ କହିଥିଲେ । ତେବେ ଜିଲ୍ଲା ପ୍ରଶାସନ ଓ ପରିବା ବିକାଳୀଙ୍କ ମଧ୍ୟରେ ବିକ୍ରୟ ସ୍ତାନକୁ ନେଇ କୌଣସି ସହମତି ପ୍ରକାଶ ପରି ନାହିଁ । ଅଭିଯୋଗ ମୁତାବକ ଥାନାରେ ମାମଲା ଗ୍ରହଣ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଅନ୍ୟ ପକ୍ଷରେ କେହି ପରିବା ବିକାଳିଙ୍କୁ ମାଡ ମାରି ନଥିବା ପୌରବିଭାଗ ତରଫରୁ କୁହା ଯାଇଥିବା ବେଳେ ମାଡ ଘଟଣାକୁ ନେଇ ଅଂଚଳରେ ତିବ୍ର ଅସୋନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking