28.1 C
Bhubaneswar
Friday, April 26, 2024
Homeଓଡିଶାପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ୩ ଗିରଫ

ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ୩ ଗିରଫ

ମୟୂରଭଞ୍ଜ- ବେଆଇନ ନିଶା କାରବାର ନିୟନ୍ତ୍ରଣ ପାଇଁ ଅବକାରୀ ଓ ପୋଲିସର ଅତର୍କିତ ମିଳିତ ଚଢ଼ାଉ। ଏହି ଅତର୍କିତ ଚଢ଼ାଉ ବେଳେ ଦେଶୀମଦ ପ୍ରସ୍ତୁତ ପାଇଁ ରହିଥିବା ବିପୁଳ ମହୁଲପଚ ନଷ୍ଟ କରିବା ସହିତ ଦେଶୀ,ବିଦେଶୀ ମଦ ଜବତ ସହ ୩ଚୋରା ବେପାରୀ ଗିରଫ। ଆଜି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁ ପରିମାଣରେ ରନ୍ଧାମଦ ସାମଗ୍ରୀ,ପୋଚ,ଦେଶୀମଦ,
ବିୟର, ବିଦେଶୀମଦ ଜବତ କରିବା ସହ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ବିଭାଗସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଦୀନାଳ ବଣଜଙ୍ଗଲ ଘେରା ପିଠାକୁଟୁଣୀରେ ଦେଶୀମଦ ରନ୍ଧା ପ୍ରସ୍ତୁତ କରାଯାଉଥିବା ଖବରପାଇ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନଙ୍କ ନେତୃତ୍ବରେ ଏକ ମୋବାଇଲ ପୋଲିସ ଟିମ ଏବଂ ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂଙ୍କ ନେତୃତ୍ବରେ ଅବକାରୀ ବିଭାଗ ତରଫରୁ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ଚୋରା ମଦ ମାଫିଆ ପୋଲିସକୁ ଦେଖି ପ୍ରାଣବିକଳରେ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ । ତେବେ ୧୬୦୦କେଜି ପୋଚ ନଷ୍ଟ କରାଯାଇଥିବାବେଳେ ବହୁ ରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିଲା । ଘଟଣାସ୍ଥଳରୁ ୮୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ସେହିଭଳି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ପୁରେନ୍ଦ୍ର ସିଂ ଘରେ ଚଢ଼ାଉ କରାଯାଇ ୧୯ ଲିଟର ବିୟର ଏବଂ ୪.୫୦୦ ଲି ବିଦେଶୀ ମଦ ଜବତ କରାଯିବା ସହ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା । ସେହିଭଳି ବାଦାମପାହାଡ଼ ଥାନା ଅନ୍ତର୍ଗତ ମୁରୁମଡିହି ଗ୍ରାମର ମଙ୍ଗଳ ଟୁଡୁଙ୍କ ଘରେ ଚଢ଼ାଉ କରାଯାଇ ୧୫.୬୦୦ ଲିଟର ବିୟର ଜବତ କରାଯାଇ ଗିରଫ କରାଯାଇଥିବା ବେଳେ ଖଣ୍ଡାଡେରା ଗ୍ରାମର ଲକ୍ଷ୍ମୀମଣି ସୋରେନଙ୍କ ଘରୁ ୧୦ ଲି ବିୟର ଜବତ କରାଯାଇ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking