30.1 C
Bhubaneswar
Monday, May 6, 2024
Homeଓଡିଶାଖାଉଟି ସାମଗ୍ରୀ ମଧ୍ୟ ମ ରେ ଭୋଟ ର ଙ୍କୁ ଆକୃଷ୍ଟ ଅଭିଯୋଗ

ଖାଉଟି ସାମଗ୍ରୀ ମଧ୍ୟ ମ ରେ ଭୋଟ ର ଙ୍କୁ ଆକୃଷ୍ଟ ଅଭିଯୋଗ

ପିପିଲି- ଖାଉଟି ସାମଗ୍ରୀ ବଣ୍ଟନ ପାଇଁ ଦ୍ଵିତୀୟ ଡିଲର ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ! ପୁରୀଜିଲ୍ଲା ପିପିଲି ବ୍ଲକ ଲଷ୍ମୀନାରାୟଣପୁର ପଞ୍ଚାୟତରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ଗତ ଦୁଇ ବର୍ଷ ଧରି ପଞ୍ଚାୟତ ପିଇଓ ଙ୍କ ମାଧ୍ୟମରେ ଖାଉଟି ସାମଗ୍ରୀ ସୁଚାରୁ ରୂପେ ବଣ୍ଟନ ହେଉଥିବା ବେଳେ ପଞ୍ଚାୟତର ଅଧିକାରକୁ କ୍ଷୁର୍ଣ କରି ଦ୍ଵିତୀୟ ଡିଲର ଭାବେ ମହାବୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଉକ୍ତ ପଞ୍ଚାୟତର ସରପଞ୍ଚ ! ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ ନୂଆ ଡିଲର ନିଯୁକ୍ତି ସ୍ଥାନୀୟ ଭୋଟରଙ୍କୁ ପ୍ରଭାବିତ କରିବାର ବହୁଳ ଆଶଙ୍କା କରାଯାଇପାରେ ଏବଂ ଯେଉଁ ମହାବୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵିତୀୟ ଡିଲର ଭାବେ ନିଯୁକ୍ତ ହୋଇଛନ୍ତି ସେହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଓ ସଭ୍ୟାମାନେ ଏ ବିଷୟରେ ସଠିକ ଭାବେ ଅବଗତ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ! ସବୁଠୁ ବଡ଼କଥା ହେଉଛି ଉକ୍ତ ପଞ୍ଚାୟତରୁ 4 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ନୂଆ ଡିଲର ହେବା ପାଇଁ ଆବେଦନ କରିଥିବା ବେଳେ କୌଣସି ସରକାରୀ ସୂଚନା ନ ଦେଇ ଏକ ନିର୍ଦ୍ଧିଷ୍ଟ ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନୁକମ୍ପା ମୂଳକ ନିଯୁକ୍ତ କରିବା ସହ ଶାସକ ଦଳର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ସରପଞ୍ଚ ! ଏହାର ପ୍ରତିବାଦ ସ୍ୱରୂପ ଆଜି ସମ୍ପୃକ୍ତ ପଞ୍ଚାୟତର 6 ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ 40 ଜଣ ସଭ୍ୟା ଏବଂ ସରପଞ୍ଚ ସୁଭାଶିଷ ରଥ ଏ ବାବଦରେ ଏକ ଅଭିଯୋଗ ଫର୍ଦ ପିପିଲି ବିଡିଓଙ୍କ ଉଦେଶ୍ୟରେ ଏବିଡିଓଙ୍କୁ ପ୍ରଦାନ କରିଛନ୍ତି ! ଏହାର ଏକକୀତା ନକଲ ଉପଜିଲ୍ଲାପାଳ, ସିଏସଓ ଏବଂ ମୋ ସରକାର 5T ସଚିବ ଙ୍କୁ ଅବଗତି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ରେଜିଷ୍ଟ୍ରେଡ଼ ଚିଠି ମାଧ୍ୟମରେ ପଠାଇ ଥିବା ବେଳେ ଯଦି ଆଗାମୀ ତିନି ଦିନ ଅର୍ଥାତ ଶୁକ୍ରବାର ମଧ୍ୟରେ ଏ ଅଭିଯୋଗର ବିଚାର ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀସଭ୍ୟାଙ୍କୁ ନେଇ ବିଡିଓଙ୍କ ପ୍ରକୋଷ୍ଠ ସମୁଖରେ ଧାରଣା ଦିଆଯିବା ନେଇ କହିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ ସ୍ଥାନୀୟ ସରପଞ୍ଚ ! ସେପଟେ ବିଡିଓ ଅନୁପସ୍ଥିତ ଥିବା ଯୋଗୁଁ ଏବିଡିଓ ଏହି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇବେ ଏବଂ ଯଦି ଅନିୟମିତତା ପ୍ରମାଣିତ ହୁଏ ତେବେ ଆଇନ ସମ୍ମତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking