30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଫାଶୀ ପାଇବାକୁ ଥିବା ଅପରାଧୀର ମୁହଁକୁ କ’ଣ ପାଇଁ କଳା କପଡାରେ ଢାଙ୍କି ଦିଆଯାଏ

ଫାଶୀ ପାଇବାକୁ ଥିବା ଅପରାଧୀର ମୁହଁକୁ କ’ଣ ପାଇଁ କଳା କପଡାରେ ଢାଙ୍କି ଦିଆଯାଏ

ଭୁବନେଶ୍ୱର: ଜଣେ ଫାଶୀ ପାଇବାକୁ ଥିବା ଅପରାଧୀକୁ ଫାଶୀ ଦେବା ପୂର୍ବରୁ ତାମୁହଁରେ କଳା କପଡା କଣ ପାଇଁ ଢାଙ୍କି ଦିଅଯାଏ । ଫାଶୀ ଶବ୍ଦ ଶୁଣିବା ମାତ୍ରେ ଆମ ମନକୁ ଏକ କାଳ୍ପନିକ ଛବି ଆସେ, ଯେଉଁଥିରେ ଜଣେ ବ୍ୟକ୍ତି ମୁହଁରେ କପଡା ରହିଛି ଏବଂ ତାକୁ ଝୁଲାଯାଉଛି । ହେଲେ ଏହାପଛରେ କଣ ଲଜିକ ରହିଛି ଏବଂ ଜହ୍ଲାଦ ଫାଶୀ ପାଇବାକୁ ଥିବା ବ୍ୟକ୍ତିର କାନରେ କଣ କହିଥାଏ । ତେବେ ଆମେ ଯଦି କହିବା, ତେବେ ଫାଶୀ ହଉଛି ସବୁଠୁ ଶେଷ ସଜା । ଯାହା କମ୍ ଦେଖିବାକୁ ମିଳେ ଏବଂ ଜଣେ ଫାଶୀ ଦଣ୍ଡ ସେତେବେଳେ ପାଏ, ଯେତେବେଲେ ଅପରାଧୀ ବିରୋଧରେ ସେତିକି ସଙ୍ଗୀନ ଅପରାଧ ଥାଏ । ଯେତେବେଳେ ଅପରାଧୀର ଫାଶୀ ନିଷ୍ପତ୍ତି ହୁଏ, ପରେ ତାର ଡେଥ ୱାରେଣ୍ଟ ବାହାର କରାଯାଏ । ସେଥିରେ ଅପରାଧୀକୁ କେବେ ଏବଂ କେତେବେଲେ ଫାଶୀ ଦିଆଯିବ ତାହା ଉଲ୍ଲେଖ ରହିଥାଏ । ଯେଉଁଦିନ ଫାଶୀ ଦିଆଯିବ ସେହି ଦିନ ଜେଲ ସୁପରିଟେଣ୍ଡେଣ୍ଟ, ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ , ଡକ୍ଟର ଓ ଜହ୍ଲାଦ ଉପସ୍ଥିତ ରହିଥାନ୍ତି ।

ଫାଶୀ ପୂର୍ବରୁ କଣ ପାଇଁ କଳା କପଡାରେ ମୁହଁ ଘୋଡାଯାଏ । କାରଣ ଫାଶୀ ପରେ ଉକ୍ତ ଅପରାଧୀର ମୁହଁ ସେତିକି ବିକୃତ ହୋଇଯାଏ । ଅନେକ ସମୟରେ ଜିଭ ବି ବାହାରକୁ ଚାଲିଆସେ । ଆଉ ଯଦି କେହି ଏହି ଦୃଶ୍ୟ ଦେଖେ ତେବେ ତାକୁ ସାରା ଜୀବନ ପର୍ଯ୍ୟନ୍ତ ଭୁଲିପାରେ ନାହିଁ । ସେଥିପାଇଁ ମୁହଁକୁ ସର୍ବଦା କଳା କପଡାରେ ଢାଙ୍କି ଦିଆଯାଏ ।
ଆଉ ଜହ୍ଲାଦଫାଶୀ ପାଇବାକୁ ଥିବା ବ୍ୟକ୍ତିର କାନରେ କହିଥାଏ ମୁଁ ଉପାୟଶୂନ୍ୟ ମୁଁ କେବଳ ଆଦେଶ ପାଳନ କରୁଛି । ହିନ୍ଦୁ ହୋଇଥିଲେ ଜହ୍ଲାଦ କହିଥାଏ ରାମ ରାମ ଏବଂ ମୁସଲିମ ହୋଇଥିଲେ କହିଥାଏ ସଲାମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking