39.1 C
Bhubaneswar
Friday, April 26, 2024
Homeଓଡିଶାଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ପଞ୍ଚମ ଦିବସରେ ନବକିଶୋର କ୍ରିକେଟ କ୍ଲବ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳପ୍ରଥମେ ବ୍ୟାଟିଂ କରି ୩୬.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଥିଲା । ନବକିଶୋର ଦଳ ତରଫରୁ ଅନୁରାଗ ପ୍ରଧାନ ସର୍ବାଧିକ ୫୯ ରନ, ଆୟୁଷ ନାଥ ୩୧ ରନ୍‌, ଅଭିଜିତ ପାତ୍ର ୨୦ ରନ୍ ଓ ଶ୍ରୀୟସ ପଣ୍ଡା ଅପରାଜିତ ୧୭ ରନ ସଂଗ୍ରହ କରିଥିଲେ । ଟିଟିଲାଗଡ ଦଳ ତରଫରୁ ସଫଳ ବଳ ଭାବରେ ଦିବ୍ୟମ୍ ଛପାଡିଆ ୩ ଗୋଟି ୱିକେଟ, ପ୍ରତାପ ରଣା ୩ ଗୋଟି ଓି୍ୱକେଟ ଅକ୍ତିଆର କରିଥିôଲେ ।

ଏହାର ଜବାବରେ ଟିଟିଲାଗଡ ଦଳ ସମସ୍ତ ଓି୍ୱକେଟ ହରାଇ ମାତ୍ର ୮୩ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚକୁ ନବକିଶୋର ଦଳ ୧୩୩ ରନ୍ ବ୍ୟବଧାନରେ ବିଜୟୀ ଲାଭ କରିଥିଲା । ନବକିଶୋର ଦଳ ତରଫରୁ ସଫଳ ବୋଲର ଭାବରେ ଅଙ୍କିତ ନାୟକ ସର୍ବାଧିକ ୫ଟି ଓି୍ୱକେଟ, ସମର୍ପିତ ପଟେଲ ୩ଗୋଟି, ଅଭିଜିତ ପାତ୍ର ଓ ଭବ୍ୟସ ପଧାରିଆ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ବିଶ୍ୱମ୍ବର ମହାକୁଡ ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠି, ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking