39.1 C
Bhubaneswar
Wednesday, April 24, 2024
Homeଓଡିଶାକାଞିପାଣି ଘାଟିରେ ପୁଣି ଦୁର୍ଘଟଣା : ୬ ଆହାତ, ୧ ଗୁରୁତର

କାଞିପାଣି ଘାଟିରେ ପୁଣି ଦୁର୍ଘଟଣା : ୬ ଆହାତ, ୧ ଗୁରୁତର

ତେଲକୋଇ : କେନ୍ଦୁଝର ଜିଲ୍ଲା କାଞିପାଣି ଘାଟିରେ ପୁଣି ଦୁର୍ଘଟଣା, ଭାରସ୍ୟାମ ହରାଇ ଓଲଟିଲା ସଭାରୀ ଗାଡି ୬ ଜଣ ଯାତ୍ରୀ ଆହାତ ହେବାସହ ୧ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ବାଶଂପାଳ ବ୍ଲକ ଅଁରା ଗାଁରୁ ତେଲକୋଇ ଥାନା ଅନ୍ତର୍ଗତ ବାଲିସାହିକୁ ଝିଅ ବାହାଘର ଜିନିଷ ନେଇ ଆସୁଥିବା ବେଳେ କାଞିପାଣି ଘାଟିର ମହାଦେବ ଘାଟି ନିକଟରେ ଭାରସ୍ୟାମ ହରାଇ ସଭାରୀ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା ଫଳରେ ୬ ଜଣ ଆହାତ ହୋଇଥିଲେ ଏବଂ ଜଣେ ୪ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତି କରାଯାଇଛି । କାଞିପାଣି ଘାଟିରେ କୋଟି କୋଟି ଟଙ୍କା ବ୍ୟୟଅଟକଳରେ ତିଆରି ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ସୁରକ୍ଷା ବାଡ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଜଣାପଡିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking