24.1 C
Bhubaneswar
Thursday, May 9, 2024
Homeଓଡିଶାଏକ୍ସନ କମିଟି ତରଫରୁ ଲଳିତ ନାୟକ ସ୍ମୃତିସଭା ଓ ରକ୍ତ ଦାନ ଶିବିର

ଏକ୍ସନ କମିଟି ତରଫରୁ ଲଳିତ ନାୟକ ସ୍ମୃତିସଭା ଓ ରକ୍ତ ଦାନ ଶିବିର

 

ବଲାଙ୍ଗିର, (ଦେବାଶିଷ ମିଶ୍ର) :ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବଲାଙ୍ଗିର ଏକ୍ସନ କମିଟି ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରି ସାଥୀ ଲଳୀତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ଳଳିତ ନାୟକ ନିଜ କଲେଜ ଜୀବନରୁ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି ଆବଶ୍ୟକିୟ ରୋଗୀଙ୍କ ପାଇଁ ରକ୍ତ ଯୋଗାଇ ଆସୁଥିଲେ ।ପରେ ପରେ ସେ ବିଭିନ୍ନ ସଂଗଠନକୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଅନେକ ଅନୁଷ୍ଠାନ ସହିତ ଜଡି ହୋଇ ସେ ଜିଲ୍ଲାରେ ରକ୍ତ ଯେପରି ଅଭାବ ନହେବ ସେ ପ୍ରତି କାର୍ଯ୍ୟ କରି ଆସିଥୀଲେ । ଏପରିକି ଜିଲ୍ଲାରେ ରକ୍ତଦାନ କଥା ଚିନ୍ତା କଲେ ଲଳିତଙ୍କ ନାଁ ମନକୁ ଆପେ ଆପେ ଆସି ଯାଉଥୀଲା । ପ୍ରୟ ୮୦ ଥର ରକ୍ତଦାନ କରି ସେ ମୂଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ପୁରସ୍ଖାର ଗ୍ରହଣ କରିଥିଲେ । ତା ପରେ ମଧ୍ୟ ତାଙ୍କର ରକ୍ତଦାନ କାର୍ଯ୍ୟକ୍ରମ ବନ୍ଦ ହୋଇ ନଥିଲା ମୃତ୍ୟୁ ବେଳକୁ ସେ ପ୍ରାୟ ୧୫୦ଥରରୁ ଅଧିକ ଥର ରକ୍ତଦାନ କରି ସାରିଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥୀଲେ । ତେବେ ରକ୍ତ ଦାନ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ଏକ୍ସ କମିଟିର ଆବାହକ ଗୋପାଲଜୀ ପାଣୀଗ୍ରାହି । ତାଛଡା ବିଷ୍ଣୁ କେଡିଆ,ବିକ୍ରମ ବହିଦାର,ହେମନ୍ତ ପଣ୍ଡା,ପ୍ରମୋଦ ମିଶ୍ର, ରତନ ମହାରଣା, ମନୋରଞ୍ଜନ ସାହୁ, ସୋମନାଥ ମିଶ୍ର, ଶ୍ରୀକର ମିଶ୍ର, ଶଶି ପୁରୋହିତ, ସାଗରିକା ଗୁରୁ, ଗୋପାଳ ହୋତା,ଗୋପାଭୁଷଣ ନାଥ,ପ୍ରଭାକର ମିଶ୍ର,ନୀଳମଣି ମିଶ୍ର,ଭବାନୀ ଶତପଥି ଓ ବିଭୁ ଭୁଷଣ ତ୍ରିପାଠୀ ସ୍ୱର୍ଗତ ନାୟକଙ୍କ ବିଭୀନ୍ନ ସାମାଜିକ ଦିଗ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ନାଗରିକ କମିଟିର ସଭାପତି ରକ୍ତ ଦାନ ଶିବିର ଉଦଘାଟନ କରିଥିଲେ । ଏଥିରେ ପ୍ରାୟ ୫୦ ସ୍ୱତଃପ୍ରବୁତ୍ତ ଭାବେ ରକ୍ତଦାନ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking